ଆଇନ ଆଖିରେ ଅନ୍ଧ ପୁଟୁଳି
ଆଇନ ଆଖିରେ ଅନ୍ଧ ପୁଟୁଳି
ବଦଳିନି ଲୋକଙ୍କର ଦୃଷ୍ଟି ଭଙ୍ଗୀ
ସ୍ୱାଧୀନତାର 75 ବର୍ଷ ପରେ
ନାରୀମାନେ ନିର୍ଯାତିତ ଓ ଅବହେଳିତ
ଦେହ ଲୋଭୀ ପୁରୁଷଙ୍କ ହାତରେ
ୟୁରୋପିୟ ସମ୍ଭିଧାନକୁ ଅଧୟନ କରି
ଡାକ୍ତର ଭୀମରାଓ ଆମ୍ବେଦକର
ଶିଖାଇଲେ ଆଇନର ସତ ଉପଯୋଗ
ସେ ଆଇନ ଆଜି ହାରିଯାଇଛି
ଖୁସଖିଆ କିଛି ମଣିଷଙ୍କ ଆଗରେ
ସ୍ୱାଧୀନତାର ମାନେ ଆଜି
ନାରୀ ପୁରୁଷଙ୍କ ପାଖରେ କିଛି ନାହିଁ
କହିବୁଲେ ଆମ ଦେଶ ସରକାର
ନାରୀଙ୍କୁ ଦିଆ ଯାଉ ଶିକ୍ଷା ଓ ଅଗ୍ରାଧିକାର!
ହେଲେ କଟୁ ସତ୍ୟ ଭାଇ ବଢିଛି ନାରୀ ଧର୍ଷଣ
ଲୁଣ୍ଠିତ ଏଇଠି ନାରୀର ଅଧିକାର
ସବଳ, ଦୁର୍ବଳ, ଧନୀ, ଗରିବ
ସବୁ ସମାନ ଆଇନ ଆଗରେ
ଚକ୍ଷୁଥାଇ ମଧ୍ୟ କଳା କପଡା ବାନ୍ଧି
ପ୍ରୟାସ ଥାଏ ଦୋଷୀକୁ ଦଣ୍ଡ
ଆଜିକିଛି ଅସାମାଜିକ ମଣିଷ
ପଟିକୁ ହଟାଇ ଚାହାଁନ୍ତି ରାଜା, ମହାରାଜାର ଶାସନ!
ପାଶ୍ଚାତ୍ୟ ସଭ୍ୟତାର ହନୁକରଣ କରି
ନାରୀ ସାଜି ଅଛି ଉଗ୍ର ଚଣ୍ଡୀ ରୂପ
ବକ୍ଷ ଚିରି ଅମୃତ ନ ଦିଏ ମାଆ
ଜନ୍ମିତ ସନ୍ତାନକୁ ଦିଅନ୍ତି କୃତିମ କ୍ଷୀର
ରାଣୀ ଲଷ୍ମୀବାଇ, ମଦର ଟେରସା ଠାରୁ ଆରମ୍ଭ କରି
ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଦ୍ରୋପତି ମୁର୍ମୁ
ନାରୀ ଜାତିର ମହିୟଶୀ ମହିଳା
ସମାଜକୁ ଦିଅନ୍ତି ଅନ୍ୟନ ପ୍ରେରଣା
ପୁରୁଷ ପ୍ରଧାନ ସମାଜଟି
ବହୁକ୍ଷେତ୍ର ଏଠି ଦାୟି
କନ୍ୟା ରତ୍ନ ଙ୍କୁ ନଦିଅନ୍ତି
ଉଚିତ ଅଗ୍ରାଧିକାର
ନାରୀଭଳି ଏ ସୁନ୍ଦର ସୃଷ୍ଟି କୁ
ପୋଡି, ଜାଳି ମାରିଦେଲା ବେଳେ
ଥରେ ନାହିଁ ହାତ
ଏ କାପୁରୁଷ ମାନଙ୍କର
ଫାଶୀ ପାଇଁ କାହିଁ ପଛ ଗୁଞ୍ଛା ଦିଅ
କାହିଁ ନ ହୋଇ ତତ୍ପର
ପ୍ରମାଣ ନଥାଏ ମରିଯିବା ବ୍ୟକ୍ତିଙ୍କ ପାଖରେ
କାହିଁ ଲୋଡ଼େ ମୋ ଦେଶ ଆଇନ ସରକାର!
ଧର୍ଷଣ କାରୀଙ୍କୁ ସୁରକ୍ଷା ଦେବାକୁ
କିଛି ଲାଞ୍ଚ ଖୋର ମଣିଷଙ୍କ ଭିଡ଼
ଶୀଘ୍ର ଦୋଷୀଙ୍କୁ ଶାସ୍ତି ଦେବାକୁ
କାହିଁ ନ ହୁଅ ତତ୍ପର
2019ମସିହାରୁ civil shoot ଟି କରି
ଆଜି ପର୍ଯନ୍ତ ନ ପାଇଲି ମୋ ଅଧିକାର
ଘରର ମୁରବି ଗଲାପରେ
ସ୍ମାର୍ଟ ସିଟିରେ ଭଡା ପଇସା ନ ଦିଅନ୍ତି
ଭଡାଟିଆ ହୋଇ ଆସି
ସାଜିବେ ଘରର ମାଲିକ
ସବୁ ଭଡାଟିଆମାନେ
ଖରାପ ନୁହନ୍ତି ଏଇଠି
ମୋ ସାଙ୍ଗରେ ଘଟିଅଛି
ଏ ଆକସ୍ମିକ ବେବହାର
ଜାଗ ନର, ନାରୀ ଜାତିଗଣ
ନିଜେ କର ରକ୍ଷା ନିଜ ମାତୃ, ଭଗିନୀଙ୍କର ।