STORYMIRROR

Pradipta Sundar Rath

Abstract Romance

2  

Pradipta Sundar Rath

Abstract Romance

ଆଇ ଲଭ ୟୁ

ଆଇ ଲଭ ୟୁ

1 min
13.4K


ତୁମ ପାଇଁ ସାଥୀ ତୁମ ପାଇଁ 

ତୁମ ଠାରୁ ଅଛି ମୁଁ ବହୁଦୂର 

ହୃଦୟ ଖୋଜୁଛି ତୁମକୁ ସାଥୀ 

ମନ ଅଛି ନିକଟେ ତୁମର 

ତୁମ ବିନା ପ୍ରିୟା

ତୁମ ବିନା ...

ଲାଗେ ଜିଇଁବାଟା ଭାରି କଷ୍ଟକର ।

ତୁମ ପାଇଁ ସାଥୀ ତୁମ ପାଇଁ

ଜିଇଁପାରେ ମୁଁ ତୁମ ବିନା 

ରହିପାରେ ବହୁଦୂର

ତୁମଠାରୁ ମୁଁ ...

ବାସ୍ ଥରୁଟିଏ ପ୍ରିୟା 

ଥରୁଟିଏ ..

ରଖି ହାତ ତୁମ ହୃଦୟରେ 

କହିଦିଅ ମୋତେ 

ଆଇ ଲଭ ୟୁ ।।

ମନେପଡେ ସେ ପ୍ରେମଭରା ଆଖି 

ଗୋଲାପି ଓଠ

ଚାନ୍ଦ ପରି ଚେହେରା ତୁମର

ତୁମ ପାଇଁ ସାଥୀ ତୁମ ପାଇଁ

ଜିଇଁପାରେ ମୁଁ ତୁମ ବିନା 

ରହିପାରେ ବହୁଦୂର

ତୁମଠାରୁ ମୁଁ

ବାସ୍ ଥରୁଟିଏ ପ୍ରିୟା 

ଥରୁଟିଏ ...

ସେ ଚାନ୍ଦକୁ ଚାହିଁ 

କହିଦିଅ ମୋତେ 

ଆଇ ଲଭ ୟୁ ।।

ପାଇବାକୁ ଟିକିଏ ସ୍ପର୍ଶ ତୁମର 

ଏ ମନ ମୋ ଆଜି ପାଗଳ 

ତୁମର ସେ ମିଠା ଅନୁଭବ

କେମିତି ଭୁଲିବି କୁହ 

ଯେ ଥିଲା ନିଶ୍ଵାସ ମୋର ।।

ତୁମ ପାଇଁ ସାଥୀ ତୁମ ପାଇଁ 

ଜିଇଁପାରେ ମୁଁ ତୁମ ବିନା 

ରହିପାରେ ବହୁଦୂର ...

ତୁମଠାରୁ ମୁଁ

ବାସ୍ ଥରୁଟିଏ ପ୍ରିୟା

ଥରୁଟିଏ ..

ତୁମ ପ୍ରତି ନିଶ୍ଵାସରେ 

କହିଦିଅ ମୋତେ 

ଆଇ ଲଭ ୟୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract