ଆହେ ମହାବାହୁ
ଆହେ ମହାବାହୁ
ଆହେ ମହାବାହୁ କେତେଦିନ ଆଉ
ଡାକୁଥିବି ମୁଁ ଏମିତି
ମାୟାର ସଂସାରେ ଯୁଝି ମୁଁ ନପାରେ
ପ୍ରଭୁ ବାଧିଲାଣି ଅତି ॥୦॥
କି କରିଛି ଦୋଷ ଆହେ ପୀତବାସ
ବିମୁଖ ଆଜ ମୋ ପ୍ରତି
ଦାରୁର ଦେବତା ଭାଗ୍ୟର ବିଧାତା
କଠୋର କାହୁଁ ଶ୍ରୀପତି
କ୍ଷମାର ସାଗର କ୍ଷମା ମୋତେ କର
ଆହେ ଅଗତି ର ଗତି ॥୧॥
ଅନାଥର ନାଥ ମୋର ଜଗନ୍ନାଥ
ରାଗିଲେ ହେବ କେମିତି
ତୁମ ବିନୁ ମୋର କିଏ ବା ନିଜର
କୁହ ହେ ଜଗତ ପତି
ମାଗିନାହିଁ କିଛି ମାଗୁଛି ଏତିକି
ପାଦ ପଦ୍ମେ ଦିଅ ସ୍ଥିତି ॥୨॥