ଆହେ ଜଗମୋହନ
ଆହେ ଜଗମୋହନ
ଆହେ ଜଗମୋହନ ଛେଦହେ ମାୟାବନ୍ଧନ ।
ବିପଦ ଭଞ୍ଜନ ନାଥ ସଂସାରୀର କାରଣ । ।
ବିଷୟା ବିଷରେ ସଦା ହୁଏ ମୁହିଁ ଘାଣ୍ଟିଣ ।
ସ୍ତିରୀ ପୁତ୍ର କନ୍ୟା ପ୍ରେମେ ଅନ୍ଧ ପ୍ରାୟ ହୋଇଣ ।।
ପାଞ୍ଚ ମନପଚିଶ ପ୍ରକୃତି ବସେ ରହିଣ ।
ଚକ୍ଷୁହୀନ ପ୍ରାୟେକ ମୁଁ ପଥଯାଏ ଭୁଲିଣ ।।
ଉଦ୍ଧାରକର୍ତା ଶ୍ରୀହରି ଭକ୍ତ ଜନ ଅଧିନ ।
ଭକ୍ତବେଦନା ନଦେଖ ଆହେ ଭକ୍ତ ରଞ୍ଜନ । ।
ବୁଦ୍ଧି ଦିଶୁ ନାହିଁ ପ୍ରଭୁ କି କରିବି କାଳେଣ ।
ରକ୍ଷାକର୍ତ୍ତା ଭର୍ତ୍ତା ଅଟ ତୁମ୍ଭେ ମୋର ପରାଣ । ।
କରଯୋଡି ପାଦେ ପଡ଼ି କରୁଅଛି ଜଣାଣ ।
କରତା ପୁରୁଷ ପରି ଉଦ୍ଧାର ହେ ତକ୍ଷଣ । ।
ତୁମ୍ଭେ ନ ରଖିଲେ ନାଥ ଅନାଥର ପ୍ରାୟେଣ ।
କିଏବା ସହାୟ ହେବ ହେ ପ୍ରଭୁ ଜନାର୍ଦ୍ଧନ । ।
