ଆହେ ଗିରି ଧାରୀ
ଆହେ ଗିରି ଧାରୀ
କବିତା,ଆହେ ଗିରି ଧାରି
ସୁରେଶ୍ ଚନ୍ଦ୍ର ପାଢି
ବୃନ୍ଦାବନେ ଧାମେ ପ୍ରଭୁ
ଲୀଳା ରଚି ଥିଲ
ନିଜ ଇଚ୍ଛା ରେ ତୁମେ
ଗିରି ଗୋବର୍ଦ୍ଧନ ଧରିଲ
ସାତ କୋଷ ଗିରି
ଗୋବର୍ଦ୍ଧନ ତୁମର
ପରିକ୍ରମା କଲେ
ଦୁଃଖ ସବୁ ହୁଏ ଦୂର
କାର୍ତ୍ତିକ ମାସ ରେ
ଇନ୍ଦ୍ର ପୂଜା ତୁମେ ଭାଙ୍ଗିଲ
ଇନ୍ଦ୍ର ର ଗର୍ବ
ନାଶି ତୁମେ ଗୋବିନ୍ଦ ହେଲ
ସାତ ଦିନ
ତୁମେ ଗିରି ଗୋବର୍ଦ୍ଧନ ଧରିଲ
ବ୍ରଜ ମୋହନ
ହୋଇ ବିପତ୍ତି ତୁମେ ନେଲ
କନିଷ୍ଠ ଅଙ୍ଗୁଳି ରେ
ଗିରି ଗୋବର୍ଦ୍ଧନ ରହିଲେ
ଜଗତ ତୁମର
ସେହି ରୂପ କୁ ସ୍ମରିଲେ
ଗୋପ ପୁର
ବାସି ଙ୍କ ହୃଦୟ ଜାଣିଲ
ଛପନ ଭୋଗ
ତୁମେ ଭାବ ରେ ଖାଇଲ
ଆହେ ଗିରି ଧାରୀ
ଶରଣ ଦିଅ ପ୍ରଭୁ ତୁମରି
ନିରାଶ୍ରୟ ଡାକେ
ବିପତ୍ତି କାଳରେ ତୁମେ ମୋହରି
ବୁଗୁଡ଼ା,ଗଞ୍ଜାମ
