ଆହ୍ୱାନ
ଆହ୍ୱାନ
ଲୁପ୍ତ ଗୈାରବ ସୁପ୍ତ ପୌରୁଷ
ଆଜି ଛାଡ଼ିବାକୁ ହେବ
ବିରତାର ବହ୍ନିବଳୟ ଭିତରେ
ଅତୀତକୁ ମନେ ପକାଇବ
ସାଧବ ପୁଅ ସାଜିଣ ଓଡ଼ିଆ
ଐଶ୍ୱର୍ଯ୍ୟ ସମ୍ପଦ ଆଣେ
ଆମେ କିମ୍ପା ହୋଇଣ ଅଳସୁଆ
ନିନ୍ଦିବୁ ଭାଗ୍ୟକୁ ଜାଣ
ପାଇକ ବୀର ବଜାଇ ବାଦ୍ୟ
ଦେଶ ଜୟ କରୁଥିଲେ
ରକ୍ତ ଦେଇ ସ୍ବଦେଶ ର
ସର୍ବଦା ମାନ ରଖିଥିଲେ।
ବୀର ପୁଙ୍ଗବ ଓଡ଼ିଆ ଆମେ
କଳା ସଂସ୍କୃତି ର ସାରଥି
ଜୀବନ ଦେଇ କରିଲେ ରକ୍ଷା
ନିଜ ଜାତି ନିଜ ମାଟି କୁ
ଆଜି ପୁଣି ମଙ୍ଗ ଧରିବାକୁ ହେବ
ଶିକ୍ଷା ସଂସ୍କାର ବୋଇତର
ଉତ୍କଳ ଜନନୀ ଅନେଇଛି ପୁଣି
କରିବାକୁ ହେବ ନବକଳେବର।।
