STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ଆହ୍ୱାନ

ଆହ୍ୱାନ

1 min
137

ଲୁପ୍ତ ଗୈାରବ ସୁପ୍ତ ପୌରୁଷ

ଆଜି ଛାଡ଼ିବାକୁ ହେବ

ବିରତାର ବହ୍ନିବଳୟ ଭିତରେ

ଅତୀତକୁ ମନେ ପକାଇବ

ସାଧବ ପୁଅ ସାଜିଣ ଓଡ଼ିଆ

ଐଶ୍ୱର୍ଯ୍ୟ ସମ୍ପଦ ଆଣେ

ଆମେ କିମ୍ପା ହୋଇଣ ଅଳସୁଆ

ନିନ୍ଦିବୁ ଭାଗ୍ୟକୁ ଜାଣ

ପାଇକ ବୀର ବଜାଇ ବାଦ୍ୟ

ଦେଶ ଜୟ କରୁଥିଲେ

ରକ୍ତ ଦେଇ ସ୍ବଦେଶ ର 

ସର୍ବଦା ମାନ ରଖିଥିଲେ।

ବୀର ପୁଙ୍ଗବ ଓଡ଼ିଆ ଆମେ

କଳା ସଂସ୍କୃତି ର ସାରଥି

ଜୀବନ ଦେଇ କରିଲେ ରକ୍ଷା

ନିଜ ଜାତି ନିଜ ମାଟି କୁ

ଆଜି ପୁଣି ମଙ୍ଗ ଧରିବାକୁ ହେବ

ଶିକ୍ଷା ସଂସ୍କାର ବୋଇତର

ଉତ୍କଳ ଜନନୀ ଅନେଇଛି ପୁଣି

କରିବାକୁ ହେବ ନବକଳେବର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational