STORYMIRROR

Gouri Panda

Abstract

2  

Gouri Panda

Abstract

ଆଗନ୍ତୁକ

ଆଗନ୍ତୁକ

1 min
431

ତୁମେ ସେଇ ଆଗନ୍ତୁକ 

ଭରିଦେଲ ମନେ ଦୁଃଖ

ଜାଳିଥିଲ ପ୍ରେମ ବହ୍ନି 

ସେଇ ବହ୍ନି ଲିଭିଲାଣି

ମାନସପଟରେ ଛବି 

ଉଙ୍କି ମାରୁଛି ଏବେ ବି

ମନେ ମନେ ଝୁରୁଥିଲି 

ଏବେ କିନ୍ତୁ ଭୁଲିଗଲି

ବ୍ୟବଧାନ ଏତେ ଦିନ 

ପଡୁନାହଁ ଆଉ ମନ

କାହିଁ ଗଲ ପ୍ରେମ ବର 

ହୃଦୟ ରୁ କଲ ଦୂର

ପ୍ରେମ ବହ୍ନି ଜଳି ଜଳି 

ଦାଶଇ ପାଉଁଶ ଭଳି

ଏମିତି କାହିଁକି କଲ

ମୋ ଠାରୁ ଅନ୍ତର ହେଲ

କି ଦୋଷ ମୁଁ କରିଥିଲି

କଟୂ କଥା କି କହିଲି

ଥରେ କୁହନ୍ତ ମୋ ଦୋଷ 

କରିଥାନ୍ତି ମନ ତୋଷ

ଶୁଣ ଆଗନ୍ତୁକ ତୁମେ 

ହୋଇଥିଲେ ଏକ ଆମେ

ଭୁଲିଯାଇ ସବୁ କଥା 

ହୃଦେ ଦେଇଗଲ ବ୍ୟଥା

ସେ ବ୍ୟଥାର ଉପଶମ 

ତୁମେ ହିଁ ସେ ଅନୁପମ

ଫେରିଆସ ପ୍ରେମ ଡାକେ 

ଭରିଛି ଆଖି ଲୋତକେ

କରିଦିଅ କ୍ଷମା ଥରେ 

ଫେରିଚାହଁ ମୋତେ ବାରେ

ଚାହିଁଛି ଏ ଅଭାଗିନୀ 

ଲେଖେ ଅପେକ୍ଷା ଜୀବନୀ

ଅପେକ୍ଷା ମୋ ଅନ୍ତ କର

ଫେରିଆସ ପ୍ରିୟବର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract