ଆଗନ୍ତୁକ
ଆଗନ୍ତୁକ
ତୁମେ ସେଇ ଆଗନ୍ତୁକ
ଭରିଦେଲ ମନେ ଦୁଃଖ
ଜାଳିଥିଲ ପ୍ରେମ ବହ୍ନି
ସେଇ ବହ୍ନି ଲିଭିଲାଣି
ମାନସପଟରେ ଛବି
ଉଙ୍କି ମାରୁଛି ଏବେ ବି
ମନେ ମନେ ଝୁରୁଥିଲି
ଏବେ କିନ୍ତୁ ଭୁଲିଗଲି
ବ୍ୟବଧାନ ଏତେ ଦିନ
ପଡୁନାହଁ ଆଉ ମନ
କାହିଁ ଗଲ ପ୍ରେମ ବର
ହୃଦୟ ରୁ କଲ ଦୂର
ପ୍ରେମ ବହ୍ନି ଜଳି ଜଳି
ଦାଶଇ ପାଉଁଶ ଭଳି
ଏମିତି କାହିଁକି କଲ
ମୋ ଠାରୁ ଅନ୍ତର ହେଲ
କି ଦୋଷ ମୁଁ କରିଥିଲି
କଟୂ କଥା କି କହିଲି
ଥରେ କୁହନ୍ତ ମୋ ଦୋଷ
କରିଥାନ୍ତି ମନ ତୋଷ
ଶୁଣ ଆଗନ୍ତୁକ ତୁମେ
ହୋଇଥିଲେ ଏକ ଆମେ
ଭୁଲିଯାଇ ସବୁ କଥା
ହୃଦେ ଦେଇଗଲ ବ୍ୟଥା
ସେ ବ୍ୟଥାର ଉପଶମ
ତୁମେ ହିଁ ସେ ଅନୁପମ
ଫେରିଆସ ପ୍ରେମ ଡାକେ
ଭରିଛି ଆଖି ଲୋତକେ
କରିଦିଅ କ୍ଷମା ଥରେ
ଫେରିଚାହଁ ମୋତେ ବାରେ
ଚାହିଁଛି ଏ ଅଭାଗିନୀ
ଲେଖେ ଅପେକ୍ଷା ଜୀବନୀ
ଅପେକ୍ଷା ମୋ ଅନ୍ତ କର
ଫେରିଆସ ପ୍ରିୟବର