STORYMIRROR

Debaki Behera

Classics

2  

Debaki Behera

Classics

ଆଗମନ

ଆଗମନ

1 min
123


ସକାଳର ସୂର୍ଯ୍ୟ କରେ ଆଲୋକିତ ଧରା

ଧରଣୀ ମା ମୋର ଦିଶେ କେଡ଼େ ତୋର।

କାଶତଣ୍ଡି ଫୁଲେ ଶୋଭାପାଉଛି ଧରଣୀ

ଧଳା ରଙ୍ଗ ସତେ କିଏ ଦେଇଛି କି ବୁଣି।

କାକର ର ବିନ୍ଦୁ ପରେ ପଡେ ଯେବେ ଖରା

ନୀଳ ମୋତି ପରି ସେ ତ ମନେ ହୁଏ ପରା।

ମାଆ ଦୁର୍ଗା ଆଗମନ ସମୟ ତ ଏହି

ହାତଯୋଡି ଆବାହନ କରେ ତାଙ୍କୁ ମହି।

କରୋନା ଦେଇଛି ସାରି ସବୁ ଖୁସି ପୁଣି

ହେଲେ ମାଆ ଆଗମନେ ହସିବ ଧରଣୀ।

ବଞ୍ଚିବା ହସିବା ପୁଣି ଆଉ ଥରେ ଆମେ

କରୋନା ଯିବ ଦୂରେଇ ରଖ ମନେ ତୁମେ।

ମାଆ ତୋର ଚରଣରେ ଏତିକି ମିନତି

ସଦବୁଦ୍ଧି ଦେ ମାଆ ସନ୍ତାନେ ତୁହି ଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics