STORYMIRROR

Writer Roja Panda

Tragedy

2  

Writer Roja Panda

Tragedy

ଆଘାତ

ଆଘାତ

1 min
13.4K



କେଇଗୋଟି ଶବ୍ଦକୁ ନେଇ ଭାବୁଛି କାହାଣୀ ଲେଖିବି

ତୁମେ ଦେଇଥିବା ଧୋକାର କରୁଣ କାହାଣୀ

କାହାଣୀତ ନୁହେଁ ମନର ବେଦନା

ଯାହା ଭାଙ୍ଗିରୁଚି ଚୁରମାର ହେଇଛି

ଜୀବନର ବନ୍ଧୁର ରାସ୍ତାରେ

ହାତ ମାଡି ବସିଥିଲି ତୁମର

ଉଠାଣି ରାସ୍ତାରେ ହାତ ଛାଡିଦେଲ

ଲହୁଲୁହାଣରେ ମୋ କ୍ଷତାକ୍ତ ଶରୀର

ତୁମେ ହିଁ ତ ଥିଲ ମୋର

ବଞ୍ଚିବାର ନିଶା, ଝରା ଶ୍ରାବଣ

ଅବେଳାରେ କାହିଁ ବୈଶାଖୀ ଆସିଲା

ବହେ ଝାଞ୍ଜି ପବନ

ପୂର୍ଣ୍ଣିମା ରାତ୍ରିରେ ଚାନ୍ଦ ଥିଲ ତୁମେ

ଶୀତଳ ପ୍ରଲପେ ହୋଇଲି ବିଭୋର

ଅସମୟେ ଯେ ବାଦଲ ଢାଙ୍କିଲା

ଦିଗହରା ହୋଇ ଛିଟିକି ପଡିଲି

ସତ୍ତା ପାଇଲିନି ନିଜେ ନିଜର

ଅସୁମାରୀ ଯନ୍ତ୍ରଣା ନେଇ

ବଞ୍ଚିବାକୁ ହେଉଛି ମତେ

ଅୟୁତ କାମନାର ଜ୍ବାଳାରେ ମରୁଛି

ହୃଦୟ ନାହିଁ ତୁମର

ବୁଝିବ କେମିତି ସତେ



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy