Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Tragedy

3  

Chinmay Behera

Tragedy

ଆଗ ଲୋକ

ଆଗ ଲୋକ

1 min
196


ପୁଅରେ, ପାଦେ ଆଗେଇଲେ ବିପଦ

ପାଦେ ଆଗରେ ତୋ ମଝିଆଁ ଭାଇ

ଦି ପାଦ ଆଗରେ ତୋ ବଡ ଭାଇ,

ତୁ ଖାଲି ମୋତେ ଅନା - 

ପଛକୁ ଗୋଡ଼ କରି କେମିତି ବସିଛି ମୁଁ ।


ଭାବୁଥିବୁ ବାପାଟା ପାଗଳ ହେଇଗଲା...

କଲେଜରେ ପଢିବା କଣ ବିପଦ !

ଚାକିରୀ କରିବା କଣ ବିପଦ !!

ବାହା ହୋଇ ଘରକୁ ବୋହୁ ଆଣିବା କଣ ବିପଦ !!!

ନାହିଁରେ, ସବୁ ଠିକ ଯେ -

ହେଲେ ପାଦେ ଆଗେଇବା ହିଁ ବିପଦ ।


ବୁଝି ପାରୁନୁ ???

କେମିତି ବୁଝିବୁ !

ତୁ ତ ଛୋଟପିଲା

ଡାଳ ମାଙ୍କୁଡ଼ି ଖେଳାର ବୟସ

ଗିଲିଦଣ୍ଡା ଖେଳାର ବୟସ

ଖପରାକାତି ଖେଳାର ବୟସ

ତୋର ଏଯାଏ ସରିନି ।


ବରଂ ତୁ ବାଡ଼ିରୁ ଘାସ କଟା ଶିଖ

ଗାଈ,ବଳଦକୁ କୁଣ୍ଡା ତୋରାଣୀ ଦେବା ଶିଖ

ତେଣ୍ଡାରେ ପାଣି ମଡ଼ାଇବା ଶିଖ,

ନହେଲେ ତୁ ବି ତୋ ବଡ ଭାଇ ଠାରୁ

ଆଉ ପାଦେ ଆଗରେ ଥିବୁ

ମାଗିବୁ,

ବାପା ମୋ ଭାଗଟା ମୋତେ ଦେଇଦିଅ

ବୋହୁ ସବୁବେଳେ କଳି କରୁଛି

ଏଇ ଡିହ ବାରି ପାଇଁ,

ଆଉ କେତେଦିନ ଏମିତି -

ମରି ମରି ବଞ୍ଚିବି ଯେ ନିଜ ସ୍ତ୍ରୀ ପାଖରେ ?


କହୁଛି ମାଇଚିଆ,

ଅଧିକାର ଜାହିର କରିବା

କଣ ତମ ଜାତକରେ ନାହିଁ ?

ବାପା ....

ବରଂ ଭଲହେବ 

ମୋ ଭାଗଟା ମୋତେ ଦେଇଦିଅ

ଆଉ ଶୁଣିବାକୁ ପଡ଼ିବନି 

ପୁରୁଷପଣିଆର କଥା

କାନ୍ଦିବାକୁ ପଡ଼ିବନି ନିଜ ଭିତରେ 'ତମ ଭଳି',

ଖୁବ ଖୁସିରେ ଥିବ ପଛକୁ ଗୋଡ କରି

ମୁଁ ବି ଖୁବ ଖୁସିରେ ରହିବି ବାପା,

କାରଣ ମୁଁ ସବା ଆଗ ଲୋକ

ପାଦ ମୋର ବହୁତ ଆଗରେ ।



Rate this content
Log in

Similar oriya poem from Tragedy