STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
395

ଜନୈକ ମହିଳା ଆଶ୍ରମକୁ ଯାଇ

ଗୁରୁଙ୍କୁ ପଚାରୁଛନ୍ତି  

କହି ପାରିବେକି ଆଦର୍ଶ ଜୀବନ

କାହାକୁ ଆମେ କହନ୍ତି ।


ଗୁରୁଦେବ ଜଣେ ବୃଦ୍ଧାଙ୍କୁ ଡାକିଲେ

ଯେ'କି ସେଠି କାମ କରେ  

ଆଦର୍ଶ ଜୀବନ କେମିତି ଲଭିଛ

କୁହ ଏହାଙ୍କ ଆଗରେ ।


ବୃଦ୍ଧା କହୁଛନ୍ତି ମ୍ୟାଲେରିଆ ଜ୍ୱରେ

ସ୍ୱାମୀ ଗଲେ ଆର ପୁରେ  

ଏକମାତ୍ର ପୁତ୍ର ପଛେ ତାଙ୍କ ଗଲା

ସଡ଼କ ଦୁର୍ଘଟଣାରେ ।


ସଂସାରରେ ଏକା ହୋଇଗଲି ଦୁଃଖ

ଛାଡିଲାନି ପିଛା ମୋର  

ଖାଇବା ପିଇବା ସମ୍ଭବ ହେଲାନି

ଖୁସି ତ ବହୁତ ଦୂର ।


ଶୀତ ରାତିରେ ମୁଁ ଘରକୁ ଫେରୁଛି

ଗୋଟିଏ ବିଲେଇ ଛୁଆ  

ପଛେ ଚାଲୁଥାଏ ନେଲି ମୁଁ ଘରକୁ

କ୍ଷୀର ଦେଲି କହି ଆହା।


ଆନନ୍ଦରେ କ୍ଷୀର ପିଇ ସେ ବିଲେଇ

ମୋ ପାଖରେ ଶୋଇ ଗଲା  

ବହୁ ଦିନ ପରେ ଆନନ୍ଦିତ ହେଲି

ମନେ ଭାବନା ଆସିଲା ।


ପର ପାଇଁ ଯେବେ ଟିକେ କାମ କରି

ମିଳିଲା ଏମନ୍ତ ଖୁସି  

ଆଜିଠୁଁ ଆନ୍ୟକୁ ମୋ ପାରୁ ପର୍ଯ୍ୟନ୍ତ

ସାହାଯ୍ୟ କରିବି ହସି।


ତୁମ ଖୁସି ସଦା ନିର୍ଭର କରୁଛି

ଅନ୍ୟର ଖୁସି ଉପରେ  

ତୁମ କାର୍ଯ୍ୟ ପାଇଁ ହେଲେ କିଏ ଖୁସି

ତୁମ ଖୁସି ତ ସେଥିରେ ।


ଆପଣାର ପିଠି ହାଲୁକା ଲାଗଇ

ଟେକି ଦେଲେ ଆନ ବୋଝ  

ୟାକୁ ହିଁ କହନ୍ତି ଆଦର୍ଶ ଜୀବନ

ଦେଖ ଶିଖ ବୁଝ ହେଜ ।



Rate this content
Log in

Similar oriya poem from Inspirational