ଆଦର୍ଶ ଜୀବନ
ଆଦର୍ଶ ଜୀବନ
ପଞ୍ଚ ମହାଭୂତେ ଗଢା ଏ ଜଗତ
ମଣିଷ ଜୀବନ ସାର ,
ତାଙ୍କରି ଆଦର୍ଶ ନିରେଖି ଦେଖିଲେ
ପାଇବ ଜ୍ଞାନ ଅସାର ।
ପୃଥିବୀ ଶିଖାଏ ସହନଶୀଳତା
ବକ୍ଷକୁ କରି କଠୋର ,
ଯେତେ ବିଦାରିଲେ ହୁଏ ନାହିଁ କ୍ଷତ
ହସୁଥାଏ ଅବିରତ ।
ଜଳ ହିଁ ଜୀବନ ଜଳ ହିଁ ବିନାସ
ସଂରକ୍ଷଣ କଲେ ତାକୁ ,
କଣ୍ଟକିତ ପଥେ ପୁଷ୍ପ ବରଷିବ
ସଠିକ କଲେ କର୍ମକୁ ।
ସଞ୍ଜମତା ଶିକ୍ଷା ଦିଅଇ ଅନଳ
ସଞ୍ଜତ କର ନିଜକୁ ,
ଆଖି ପିଛୁଳାକେ ଧ୍ବଂସ ସ୍ତୁପ ପାଲଟିବ
ବସିଭୁତ କର କ୍ରୋଧକୁ ।
ବାୟୁ ଠାରୁ ଶିଖ ବାକ୍ ସଞ୍ଜମତା
ସୁମଧୁର ଧୀର ବାଣୀ ,
ଗତି ବୃଦ୍ଧି ହେଲେ ରଚଇ ତାଣ୍ଡବ
ଉଚ୍ଚ ବାକ୍ୟ ଅନର୍ଥ ଜାଣି ।
ବିଶାଳ ଆକାଶ ରହିଛି ଅନାଇଁ
ଦିନ ରାତି ଆସେ ରହି ରହି ,
ସୁଖ ଦୁଃଖ ଖରା ଛାଇ ପ୍ରାୟ ମଣ
ଆଜି ଅଛି କାଲି ନାହିଁ ।
ନିୟନ୍ତ୍ରଣ ଯେବେ ହୋଇବେ ଇନ୍ଦ୍ରିୟ
ଆଦର୍ଶ ହେବ ଜୀବନ ,
ମାନବ ହେଲେ ବି ମାଧବ ପରାଏ
ସମାଜ କରିବ ବନ୍ଦନ ।
