STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଧୁନିକ ସଞ୍ଜ

ଆଧୁନିକ ସଞ୍ଜ

1 min
170


ଥିଲା ବୃକ୍ଷ ଲତା ଥିଲା ଆମ୍ବ ତୋଟା

  ଥିଲା ସବୁଜ ପଡିଆ.

କିଆ ଗୋହିରି ଯେ ଗାଁ ଚାରି ପଟେ

  ସଞ୍ଜରେ ଡାକେ ବିଲୁଆ. !!

ସଞ୍ଜ ହେଲେ କେତେ ଗପ ଶୁଣୁଥିଲୁ

   ଜେଜୀ ମା କୋଳରେ ବସି

ଭୁତ, ପିଶାଚିନୀ, ଯକ୍ଷ, ଅସୁରୁଣୀ

   ଭୟେ ନିଦ ଯାଏ ଗ୍ରାସି.!!

ପରିବେଶ ଥିଲା ଶାନ୍ତ ଓ ସରଳ

   ଗାଆଁରେ ଥିଲା ଏକତା

 ନୂଆବୋହୂଟିଏ ଓଢଣୀ ଘୋଡେଇ

   ଦିଏ ସେ ସଞ୍ଜ ବଳିତା.!!

ଶୁଭୁଥିଲା ଗୀତ ଭଗତ ଟୁଙ୍ଗୀରେ

   ସର୍ବେ ଥିଲେ ଧର୍ମ ପଥେ

ମେଳା ମହୋତ୍ସବ କେତେ ହେଉଥିଲା

   ଭକତି ଥିଲା ତ ଚିତ୍ତେ !!

ଆଜି ଏ ଦୁନିଆଁ ବଦଳି ଯାଇଛି

   ବିଜ୍ଞାନର ଦ୍ୱାହି ଦେଇ.

ନାହିଁ ବୃକ୍ଷ ଲତା ନାହିଁ ସେ ଗୋହିରି

   ବିଲୁଆଟେ ଡାକୁ ନାହିଁ. !!

ଜେଜେ ମାଆ ଆଉ ଗପ କହୁନାହିଁ

   ସଞ୍ଜରେ ମୋବାଇଲ ଟିଭି. 

ଭୁତ ପ୍ରେତଙ୍କର ଭୟ ଆଉ ନାହିଁ

   ନାହିଁ ସେ କାଳର ଡିବି. !!

ପରିବେଶ ଏବେ ଖାପଛଡା ଲାଗେ

   ସବୁଠି ଗହଳି କଳି.

ନୂଆ ବୋହୂଟିଏ ମାକ୍ସିଟିଏ ପିନ୍ଧି

   ଦୁଇ ଘେରା ଆସେ ବୁଲି.!!

ଆଧୁନିକ ଗୀତ ବାଜୁଛି ଟୁଙ୍ଗୀରେ

   କହିଲେ କଟିବ ମୁଣ୍ଡ.

ବିନା ମଦେ ନାହିଁ ମେଳା, ମଉଛବ

   ଟୋକାଙ୍କ ଉନ୍ମତ କାଣ୍ଡ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational