STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଆବୋରିବି ଶୂନ୍ୟ ଭୂଇଁ

ଆବୋରିବି ଶୂନ୍ୟ ଭୂଇଁ

1 min
331


ଚକା ଚକା ଆଖି ସୁଷମା ନିରେଖି

ତୁମ ପ୍ରେମେ ଭିଜୁଥିବି

ଭିନ୍ନ ଅନ୍ଦାଜରେ ଭାବ ମନ୍ଦିରରେ

ତୁମ ନାମ ଜପୁଥିବି ll


ଦୂର ଦିଗବଳୟେ ପ୍ରାଚୀ ଗଗନରେ

ଅନ୍ତରୀକ୍ଷେ ଥିବି ଚାହିଁ

ଅନ୍ତର ବେଦନା ସମର୍ପି ତୁମକୁ

ଆବୋରିବି ଶୂନ୍ୟ ଭୂଇଁ ll


ରାତି ରାତି କେତେ ଉଜାଗର ରହି

ସପନର ଶେଜ ପାରି

ତୁମରି କରୁଣା କଟାକ୍ଷ ସୀମାରେ

ହୃଦୟ ହେଉଛି ଘାରି ll


ଦିବ୍ୟ ସମ୍ମୋହନ ସଂପ୍ରୀତି ସୁହାଗ

ଶୁଭେଚ୍ଛାର ବାର୍ତ୍ତା ନେଇ

ଦେହ ଦେଉଳରେ ପ୍ରୀତି ପ୍ରେଖ୍ୟାଳୟେ

ଆସ ତୁମେ ଶ୍ରଦ୍ଧା ବହି ll


ଅନେକ ଦିନର ସମ୍ପର୍କର ଡୋରି

ଛିଣ୍ଡାଇ ଦେବନି କେବେ

କରି ହୀନିମାନ ଏ ଛାର ଜୀବନ

ପିଣ୍ଡୁ ଯିବ ଛାଡ଼ି ଯେବେ ll


ସ୍ୱର୍ଗ ଅବା ନର୍କ କେଉଁ ପୁରେ ଯିବି

କେଉଁ ପଥ ମୋର ପ୍ରାପ୍ୟ

ପ୍ରାପ୍ତି ଅପ୍ରାପ୍ତିର ଘୋର ସଂକଟରେ

ରହିଥିବି ହୋଇ ଗୋପ୍ୟ ll


ଗଲା ଗଲା ବୋଲି ସଭିଏଁ କହିବେ

ତୁମ ପାଖେ ନେବ ମୋତେ

ଲୋଡ଼ାନାହିଁ ମୋର ସ୍ବର୍ଗୀୟ ସମ୍ଭୋଗ

ଲୋଡୁଛି ସୌହାର୍ଦ୍ଧ୍ୟ ଟିକେ ll


Rate this content
Log in

Similar oriya poem from Inspirational