STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଆ'ରେ ମିତ ଆ

ଆ'ରେ ମିତ ଆ

1 min
331


ଆ'ରେ ମିତ ଆ - - - - ଆ'ରେ ମିତ ଆ ।

ଦେଖିବା ଆସ ରଥଯାତରା ମୋ ସାଥିରେ ଆ ।0।

ଲାଗି ଯାଇଛି କାଳିଆ ଡୋରି ନୀଳଚଳକୁ ଯିବା ।

ବାଟମଙ୍ଗଳା ବାଟରେ ଦେଖି ମଙ୍ଗଳ ମନାସିବା । ୧।

ବଡଦାଣ୍ଡରୁ ଧୂଳିଟିକିଏ ମୁଣ୍ଡରେ ଦେବା ମାରି ।

ପହଣ୍ଡି ଦେଖି କରିବା ନୃତ୍ଯ ଗାଇବା ହରି ହରି ।୨।

ଆଗେ ଦେଖିବା ସୁଦରଶନ ଦେବୀ ରଥରେ ବିଜେ।

ବଡଠାକୁର ତାଳଧ୍ଵଜରେ ବିଜେ ହୋଇବେ ନିଜେ ।୩।

ସୁଭଦ୍ରା ମାଆ ଦର୍ପଦଳନେ ପାଶେ ସୁଦରଶନ।

କରିବେ ବିଜେ ସବା ଶେଷରେ ସେ ପତିତପାବନ। ୪।

ଧାଡି ପହଣ୍ଡି ହୋଇ ଆସିବେ ଟାହିଆ ହଲୁଥିବ ।

ଘଣ୍ଟ ଘଣ୍ଟା ବାଦ୍ଯ ନାଦ ହରିବୋଲ ଶବଦ ହେବ। ୫।

ଛେରାପହଁରା କରିବେ ଆସି ଆମରି ଗଜପତି।

କୋଟି ଓଡିଆ ମଉଡମଣି ଫୁଲି ଉଠିବ ଛାତି ।୬।

ଟାଣିବା ରଥ ଗୋଟାକୁ ଗୋଟା ଗୁଣ୍ଡିଚାଘର ଯାଏଁ ।

ରଥରେ ଦେଖି ବାମନ ମୂର୍ତ୍ତି ତରିବା ଛାଏଁ ଛାଏଁ ।୭।


Rate this content
Log in

Similar oriya poem from Abstract