ଆ ଲୋ ମୋର କଣ୍ଢେଇ
ଆ ଲୋ ମୋର କଣ୍ଢେଇ
ସ୍ମୃତି ତୀର୍ଥେ ବସି ଦିନେ କରୁ ଥିଲି ସ୍ନାନ
ଜାହ୍ନବୀ ପବିତ୍ର ଶାନ୍ତି ନ ହୁଏ ସମାନ ।
ପୁୁଣ୍ୟଶ୍ଳୋକ ମାନି ସିିିନା ଅରଜନ୍ତି ଧର୍ମ
ତହିଁରୁ ବିଚ୍ଛେଦ କଷ୍ଟ ନଛୁଏଁ ପରାଣ ।
ଅନଳ ଦହନେ ସିନା ଜଳଇ ସର୍ବାଙ୍ଗ
ମନ ପ୍ରାଣ ଦହୁ ଥାଏ ଛାଡି ଗଲେ ସାଙ୍ଗ ।
ସହପାଠୀ ଯଦି ହୁଏ ସୁଖ ଦୁଃଖ ସାଥୀ
ତା ପାଇଁ ଚିିିର ଜୀବନ ପୂୂର୍ଣ୍ଣିିିମାର ତିଥି ।
ତହିଁରେ ଫୁଟଇ କେତେ ସୁୁୁଗନ୍ଧ କୁୁୁସୁମ
ଚମ୍ପା କେତକୀ ମାଳତୀ ନ ଲାଗେ ଉତ୍ତମ ।
କେମିତି ଭୁଲିବି ସାଥୀ ତୋର ପ୍ରେମ ଯେତେ
ପ୍ରଥମରୁ ଦଶମ ଯେ ନାଚେ ଅବିରତେ ।
ଉଚ୍ଚ ବଂଶେ ଜନ୍ମ ତୋର ମୁହିଁ ହତଭାଗା
ନୀଚ କୁୁୁୁଳେ ସୃଷ୍ଟି ହୋଇ ପ୍ରେମରୁ ଅଲଗା ।
ଜୀବନ ଅନ୍ତିମ କାଳେ ତୋ ପାଇଁ ବ୍ୟାକୁଳ<
/p>
ସ୍ମୃତିକୁ ପୋଛି ନପାରେ ଏ ଗୃହ ଜଞ୍ଜାଳ ।
ତୋର ମୋର ସଂପର୍କଟି ଅତ୍ୟନ୍ତ ନିିର୍ମଳ
ଆନନ୍ଦ ଉଲ୍ଲଳ ଭରା ନଥାଏ ତ ଛଳ ।
ଭାରି ଇଛା ହୁଏ ଫେରି ଯାଆନ୍ତି ସେଠାକୁ
ପୁଣି ଥରେ ତୋର ସାଥେ ଦେଖା କରିବାକୁ ।
ଲିଭାଇ ବିିଚ୍ଛେଦ କଷ୍ଟ କରନ୍ତେ ସଂସାର
ସ୍ଥାନ ଦେବା ନାହିଁ କେବେ ଅଶାନ୍ତି ଅନ୍ଧାର ।
ଉନ୍ମୁକ୍ତ ଗଗନ ତଳେ ଛୋଟ ଘର କରି
ସାଥୀ ତୁହି ବାଢି ଦେବୁ ବାଲି ମାଟି ଖିରି ।
ବସନ୍ତ ମଳୟ ବହୁ ଥିବ ଚାରିପାଶେ
ସୁସଜ୍ଜିତ ବେନି ଜଣ ଅତ୍ୟନ୍ତ ହରଷେ ।
ପିଲା ଦିନ ସାଥୀ ପରା ସ୍ମୃତିର କଣ୍ଢେଇ
ମିଛୁଟାରେ କେବେ ହେଲେ ଦିଏନା ଭଣ୍ଡେଇ ।
ବିରହ ବିିିଲୟ କରେ ଦେଇ କେତେ ସ୍ମୃତି
ମିଠା ମିଠା ଅନୁୁଭବେ ଲିଭାଏ ସେ ଭୀତି ।