Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Classics

4  

Sukadev Mahanta

Abstract Classics

ଆ କା ମା ବୈ

ଆ କା ମା ବୈ

1 min
517



ଆ କା ମା ବୈ      ପାନ ଗୁଆ ଥୋଇ

   ବୋଇତ ମୋହର ଦେଉଛି ଭସାଇ

ମନରେ ଅତିତ   କଳିଙ୍ଗ ସାଧବ

    ପୁଅର ସ୍ମୃତିକୁ ନେଇ |


 ପଞ୍ଚ କ ଵରଜି    ମାସକ ଧରମ  

    ଯାହା ଅରଜିଲି ମୋର  

କାଗଜ ସୋଲର    ଡଙ୍ଗା ରେ ଦେଉଛି    

  ଏହି ପାନ ଗୁଆ ତୋର   |


କାର୍ତ୍ତିକର ଏହି    କାକରରେ ଭିଜା

    ପୂର୍ଣ୍ଣିମାର ପ୍ରଭାତରେ

ଓଡିଶାର ସେହି    ପୂରୁବ ଗୌରବ

   ବୋଇତର ବନ୍ଦାଣରେ |


ବରଷା ବତାସ   ଯାଇ ଅପସରି

    ଉତ୍ତର ପୂରୁବ ବାଆ

 ଆରମ୍ଭ    କରିଲାଣି ଧିରେ

  ଭାସିଯା ମୋ ଟିକି ନାଆ |


ଏହିବାଆ ଦିନେ   ବୋହି ନେଉଥିଲା

    ସାଧବ ପୁଅଙ୍କ ନାଆ

ଜାଭା ବୋର୍ଣ୍ଣିଓ   ସୁମାତ୍ରା ଇତ୍ୟାଦି

    ଦ୍ବିପେ କରୁଥିଲା ଠିଆ |


ବେପାର ବଣିଜ   କରୁଥିଲା ତହିଁ

   ରଖି ଉତ୍କଳର ନାଆଁ

ଉତ୍କଳ ମାଟିର   ଓଡିଆ ହାତର

   ତିଆରି ଦ୍ରବ୍ୟ ବଢିଆ |


ଓଡିଶା ଦ୍ରବ୍ୟର    ଚାହିଦା ସେଠାରେ

    ସାଧବର ଭାରି ନାଆଁ

ମନେ ପଡେ ସେହି   ଗତ ଗଉରବ

     ହୃତ ଉତ୍କଳର ନାଆଁ |


ଓଡିଆ ହାତରେ   ତିଆରି ଜିନିଷ 

     ଓଡିଶା ଦରବ ବିକି

ଅସୁମାରୀ ଧନ   ଦଉଲତ ନେଇ

   ଫେରନ୍ତି ବୈଶାଖ ଦେଖି |


ଦକ୍ଷିଣ ପଶ୍ଚିମ   ମୌସୁମୀ ପ୍ରବାହେ

   ବୋଇତ ଉତ୍କଳ ମୁହାଁ

ଆଷାଢ ମାସକୁ    ଉତ୍କଳ ମାଟିରେ

    ସାଧବକୁ କରେ ଠିଆ |


ନୌ ବାଣିଜ୍ୟର    ସେ ଅତିତ ଗାଥା

    ଗାଇ ଗାଇ ଭାସିଯାଆ

ବନ୍ଦାଇ ତୋତେ ମୁଁ   ଭସାଇ ଦେଉଛି

     ପାନ ଗୁଆ ନେଇ ଯାଆ |


ଭାସିଯାଆ ମୋହର   କାଗଜ ନାଆ ତୁ

    ପବନେ ଦୋହଲୁ ଥାଆ

ମନେ ପକାଇ ଦେ     ଅତିତ ଉତ୍କଳ

   ବୀର ଓଡିଆର ନାଆଁ |


Rate this content
Log in

Similar oriya poem from Abstract