Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Abstract Others

4  

Bidyutprava Mishra

Abstract Others

ହଳଦୀ ରଙ୍ଗର ମହକ

ହଳଦୀ ରଙ୍ଗର ମହକ

1 min
314



ହଳଦୀ ରଙ୍ଗଟି ଶୁଦ୍ଧତାର ଚିହ୍ନ 

ସବୁ ଶୁଭ କର୍ମେ ଲାଗେ,

ବାହାଘର ହେଉ ଅବା ବ୍ରତଘର

ହଳଦୀ ର ଵିଧି ଆଗେ ।


ହଳଦୀ ର ଚୂର୍ଣ୍ଣ ରୋଗ ନିବାରକ

ଦେହ ଶୁଦ୍ଧ କରିଥାଏ,

ଚର୍ମ ରୋଗ ପାଇଁ ଅଟେ ମହୋଷୌଧି

ଦେହରେ ଲଗାଏ ଯିଏ ।


ସୁବର୍ଣ୍ଣ ର ରଙ୍ଗହଳଦିଆ ବର୍ଣ୍ଣ

ବୃହସ୍ପତିଙ୍କ ପ୍ରତୀକ,

ହଳଦିଆ ପୁଷ୍ପେ ନାରାୟଣ ଖୁସି

ଲାଗିହୁଏ ତାଙ୍କ ପାଖ ।


ହଳଦୀ ରଙ୍ଗର ପାଟ ପିତାମ୍ବରୀ

ପିନ୍ଧିଥାନ୍ତି ନାରାୟଣ,

ପୀତ ଗାମୁଛା ରେ ଜୟଦେବ ଲେଖା

ବଡ଼ସିଂହାର ପରିଧାନ ।


କଳା ଧଳା ଦୁଇ ଠାକୁର ମଝିରେ

ଶୋଭନ୍ତି ହଳଦୀମୁହିଁ,

ଇନ୍ଦ୍ରଧନୁ ର ସାତୋଟି ରଙ୍ଗରେ

ହଳଦିଆଥାଏ ରହି ।


ହଳଦୀ ରଙ୍ଗର ପୁଷ୍ପ ସୂର୍ଯ୍ୟମୁଖୀ

ଶୀତେ ଫୁଟି ହସୁଥାଏ,

ତା ବୀଜରୁ ତୈଳପୌଷ୍ଟିକ ଅଟଇ 

ଖାଦ୍ୟ ରେଯେ ଲଗା ଯାଏ ।


ସକାଳ କିରଣ ହଳଦିଆ ଦିଶେ

କୋଟିଜନ ମନ ହରେ,

ବେଳାଭୂମି ପରେ ସେକିରଣ ପଡି

ସୁନାବାଲି ରୂପ ଧରେ ।


ହଳଦୀ ବିହୁନେକେଉଁ ଖାଦ୍ୟ ଦ୍ରବ୍ୟ

ରୁଚିକର ଲାଗେନାହିଁ,

ହଳଦୀ ରଙ୍ଗର ସୋରିଷଫୁଲଟି

ଲକ୍ଷ୍ମୀ ଙ୍କର ପ୍ରିୟ ସେଇ ।


ହଳଦୀ ବସନ୍ତ ଦିଶେ ମନୋହର

ବସି ଥିଲେ ବୃକ୍ଷ ଡାଳେ,

ଶାଗୁଆ ପତ୍ର ର ଉହାଡ଼ରୁ ଆହା 

ଖେଳୁଥାନ୍ତି କୁତୁହଳେ ।


କନିଅର ଗେଣ୍ଡୁ ମନ୍ଦାର ଗୋଲାପ

ହଳଦୀ ରଙ୍ଗରେ ଶୋଭା,

ହଳଦୀ ରଙ୍ଗର ଅଳସୀ କୁସୁମ

ଶୀତେ ଦିଶେ ମନଲୋଭା ।


ପାଚିଲା ଫଳର ରଙ୍ଗ ହଳଦିଆ

କି ସୁନ୍ଦର ଆହା ଦିଶେ,

ଗଛର ପତ୍ର ଟି ହଳଦିଆହେଲେ 

ବୃକ୍ଷରୁ ଧୀରେ ସେ ଖସେ ।


ପ୍ରଥମା ଷ୍ଟମୀର ପିଠା ସେ ଏଣ୍ଡୁରି

ହଳଦୀ ପତ୍ରର ବାସ,

ହଳଦୀ ଗୁଣର କି ରୂପ ବର୍ଣ୍ଣିବି

ସବୁ ରଙ୍ଗରେ ସରସ ।



Rate this content
Log in

Similar oriya poem from Abstract