STORYMIRROR

Krushnapriya Mohapatra

Inspirational

3  

Krushnapriya Mohapatra

Inspirational

ଆ ଜହ୍ନ ମାମୁଁ ସରଗଶଶୀ

ଆ ଜହ୍ନ ମାମୁଁ ସରଗଶଶୀ

1 min
12.2K

ରକେଟ୍ ଚଢି ଯିବା ତ ଉଡ଼ି 

ଜହ୍ନ ମାମୁଁ ର ଦେଶେ।

ଦେଖିବା ସେଠି ଠେକୁଆ ଭାଇ

ଚନ୍ଦ୍ର ଦେହରେ ହସେ।


ମଣିଷ ଯେବେ ଉଡ଼ି ଆକାଶେ

ଚନ୍ଦ୍ର ଅଭିଯାନ କଲେ

ପାଦ ଥୋଇଲେ ଦେହରେ ତାର

ଗର୍ବିତ ଆମେ ହେଲେ


ହାତଗଢା ସେ କାଗଜ ଯାନ

ଉଡାଇ ପିଲା ଦିନେ।

କଳ୍ପନା କଲେ କେମିତି ଗଲେ

ମଣିଷ ବ୍ୟେମଯାନେ।


ପିଲା ବେଳର ସ୍ମୃତି ଆମର

ଭୁଲି ପାରିବା ନାହିଁ।

ଗାଉଥିଲେ ଆମେ ସେଇଯେ ଗୀତ

ସ୍ମୃତି ରେ ଅଛି ରହି।


ରକେଟ୍ ଚଢି ଯିବାରେ ଉଡ଼ି 

ଜହ୍ନ ମାମୁଁ ର ଦେଶେ।

ଦେଖିବା ସେଠି ଠେକୁଆ ଭାଇ

ଚନ୍ଦ୍ର ଦେହରେ ହସେ।


କୋଳେ ବସେଇ ବୋଉ ଆମର

ଦେଖାଉ ଥିଲା ଜହ୍ନ।

ଅଟଇ ସିଏ ଆମର ମାମୁଁ

ବୁଝାଇ କହେ ମନ।


ଏବେ ଜାଣିଲେ ଚନ୍ଦ୍ର ଉପରେ

ରହି ପାରିବେ ପ୍ରାଣୀ

ଯିବା ସେଠାକୁ ରହିବା ପାଇଁ

ମାମୁଁ ଙ୍କ ଘର ଜାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational