Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

୭୪ତମ ଜନରାଜ୍ୟ ଦିବସ

୭୪ତମ ଜନରାଜ୍ୟ ଦିବସ

1 min
398


ଆସରେ ମୋର ଭାରତବାସୀ

     ଯେତେ ଭଉଣୀ ଭାଇ  

ପାଳିବା ଜନରାଜ୍ୟ ଦିବସ

    ଜାତୀୟ ଗୀତି ଗାଇ ।

ଚୌସ୍ତରୀତମ ଏହି ମହାନ

   ତିଥି ଯେ ଆମପାଇଁ

ଆଣିଛି ଗର୍ବ ଆଣେ ଗୌରବ

   ହର୍ଷ ଆନନ୍ଦ ଥାଇ ।

କାଶ୍ମୀର ଠାରୁ କନ୍ୟାକୁମାରୀ

  ଅଖଣ୍ଡ ଭୂ-ଭାରତ

ସାର୍ବଭୌମ ଗଣତାନ୍ତ୍ରିକ

  ଏ ସାଧାରଣତନ୍ତ୍ର ।

ଭିନ୍ନତା ତଳେ ଏକତା ଆମ

   ଜାତୀୟ ନିଦର୍ଶନ

ଏକ ଜାତୀୟ ଧ୍ୱଜା ଆମର

  ଏକଇ ସମ୍ବିଧାନ ।

ହଟିଛି ତିନି ଶହ ସତୁରି

  ଧାରା ଭୂ ସରଗରୁ

ଗଢ଼ା ହୋଇଛି ରାମ ମନ୍ଦିର

  ମୋଦିଙ୍କ ପ୍ରସାଦରୁ ।

ଅର୍ଥନୈତିକ ସାମରିକରେ

 ପ୍ରଯୁକ୍ତି ବିଜ୍ଞାନରେ

ଶିକ୍ଷା ସ୍ୱାସ୍ଥ୍ୟରେ କୃଷି କ୍ଷେତ୍ରରେ 

ପ୍ରଶଂସ୍ୟ ଦେଶାନ୍ତରେ ।

ପାକ୍ ଚାଇନା ଅରି ଆମର

ପ୍ରଗତି ଦେଖି ଜଳି

ସୀମାକୁ ନେଇ ହିଂସାରେ ଆମ

ସଙ୍ଗେ କରନ୍ତି କଳି ।

ଆମର ପୃଥ୍ୱୀ ନାଗ ତ୍ରିଶୂଳ

ରାଫେଲ୍ ନାମ ଶୁଣି

କମ୍ପନ୍ତି ଭୟେ ଲୁଚି ଆଳୟେ

ପିଳେହି ହୁଏ ପାଣି ।

ଆମ ଶାସ୍ତ୍ରୀଙ୍କ ଜୟ ଯବାନ୍

   ଜୟ କିଷାନ୍ ଧ୍ଵନି

ଅଟଳଙ୍କର ଜୟ ବିଜ୍ଞାନ

 ଉଠୁଛି ଅନୁରଣି ।

ଭାରତ ଆଜି ଏକ ନମ୍ବର

ମୋଦିଙ୍କ ବାହାଦୂରୀ

ବିଶ୍ୱର ଗୁରୁ ହୋଇଛେ ଆମେ 

ବଇରୀ ଗର୍ବ ଚୂରୀ ।

ପ୍ରତି ସହରେ ପ୍ରତି ନଗରେ

ସବୁରି ଘରେ ଘରେ

ଉଡ଼ାଇ ଦେବା ତ୍ରିରଙ୍ଗା ବାନା

ଗର୍ବରେ ଅନମ୍ବରେ ।


 


   


Rate this content
Log in

Similar oriya poem from Inspirational