୨୦. ଲୁହ
୨୦. ଲୁହ
କିଛି ଲୁହ ଝରିଥିଲା ଆଖିରୁ
ଦୋଷୀ ସାଜିଗଲା ପରେ
ଆଉ କିଛି ଶୁଖିଗଲା ଆଖିରେ
କୋହ ମିଶିଗଲା ପରେ ।
ଅନ୍ତର ଭିତରେ ଅନେକ ଯନ୍ତ୍ରଣା
ବେଦନା ସମ୍ବଳିତ ସ୍ମାରକ
କୁହୁଳି କୁହୁଳି ଦଗ୍ଧ କରୁଥାଏ
ବାକି ଥିବା ସମୟ ଯେତେକ ।
ନାହିଁ କିଛି କାହାପାଖେ ଅନୁଶୋଚନା
ଭୁଲ୍ ପାଇଁ ଟିକିଏ କ୍ଷମା
ଆଘାତ ଦେବାକୁ ଅପେକ୍ଷା କରନ୍ତି
ନାହିଁ ଆନ୍ତରିକତା ଜମା ।
ନିଜ ଲୋକ ଅଦାଲତରେ ହାଜର ଆଜି
ନିଜକୁ ନିର୍ଦ୍ଦୋଷ କରିବା ସଂଘର୍ଷ
ବିନା କାରଣରେ ଦଣ୍ଡିତ କରନ୍ତି
ଭାଙ୍ଗି ଦିଅନ୍ତି ସବୁ ଆଶା ବିଶ୍ୱାସ ।
ନିଷ୍ଠୁର ସତ୍ୟକୁ ଗ୍ରହଣ ନକରି
ଦୋଷୀ ସଜେଇ ଦିଏ ଏ ସମାଜ
ଭୁଲ୍ ନଥାଇ ଦଣ୍ଡ ଭୋଗୁଥାଏ ଜୀବନ
ଏଠି ବଞ୍ଚିବା ନୁହଁଇ ସହଜ ।
ବିଦାୟ ନେବାକୁ ଆବେଦନ କରେ
ପାରେନି ନିଜକୁ ହତ୍ୟା କରି
କାହା ସ୍ପର୍ଶ ପାଇ ବଦଳିଯାଏ ନିଜେ
ସବୁ ଅତୀତକୁ ପଛ କରି ।
