STORYMIRROR

Amit Bal

Abstract Action Inspirational

3  

Amit Bal

Abstract Action Inspirational

(୦୪)#ସମୁଦ୍ର#

(୦୪)#ସମୁଦ୍ର#

1 min
176

ଜ୍ୟୋତ୍ସ୍ନାର ଚାଦର ଘୋଡି ହୋଇ ସମୁଦ୍ର ଶୋଇଛି

ସୁନୀଳ ଆକାଶ ତଳେ ମୁକୁଳା ବିସ୍ତୀର୍ଣ୍ଣ ପ୍ରାନ୍ତରେ

କାହିଁ ତା ଦେହ ମନେ,ସେ ମହକିତ ଯୈ।ବନ ଜୁଆର 

ସେ ମାଦକଭରା ଆଲିଙ୍ଗନ,କୋଳାହଳ ଆପଣାପଣର!


ବୋଧହୁଏ ଅଧ ରାତିରେ ତା ଦେହରେ ସୁନାମି ଆସିଛି

ଦେଖୁନ କେତେ କଠୋର ଆଉ ଭୟଙ୍କର ସେ ଦିଶୁଛି

ନିଶ୍ଚିହ୍ନ କରିଦେବାକୁ ସୃଷ୍ଟିକୁ ହୁଏତ ତା'ର ଏ ଆୟୋଜନ

ବିଚିତ୍ର ରହସ୍ଯାବୃତ୍ତ ଧ୍ବନିରୁ ସଂଜାତ ପ୍ରଳୟ ର ଆହ୍ବାନ,


ସମ୍ଭାଳି ପାରିବ ଜଗତ ତା'ର ସେ ରୈ।ଦ୍ର ତାଣ୍ତବକୁ

ମେଣ୍ଟାଇ ଦେଇ ହେବ ସେ ଅବଦମିତ ଶୋଷକୁ

ସହଜ ନୁହେଁ ତା ଅଟହାସ୍ଯକୁ ଅନ୍ତରରେ କରିନେବା

ସେ ନିହନ୍ତା ନିଆଁ କୁ, ନିଜ ଏ ଅଣ୍ଟିରେ ଧରି ରଖିବା ,


ସମୟ ଆସିଛି ବୁଝିବାକୁ ହେବ ସମୁଦ୍ରର ଉଚ୍ଚାରଣକୁ

ଜୀବନର ଅଳିକତା ମଧ୍ୟରେ ଉଗ୍ର ଆଧୁନିକତାର ଧାରେ

ହଁ ତା ଆଖିରେ ବି ରହିଛି ବୁକୁଫୁଟା ଆକୁଳ ପ୍ରତୀକ୍ଷା,

ବେଦନାଭରା ନୀରବ କ୍ରନ୍ଦନ ସହ ନିବିଷ୍ଟ ଚିତ୍ତରେ ...।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract