Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -88
ଜହ୍ନମାମୁଁ -88
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

2 Minutes   7.0K    7


Content Ranking

ମାୟାବି ଘୋଡା 1

ରାଜା ବୀରଭାନୁଙ୍କର ଦୁଇ ପୁଅ ଥିଲେ । ବଡ ପୁଅ ନାମ ମୟଙ୍କ ଓ ସାନ ପୁଅର ନାମ ଶଶାଙ୍କ ଥିଲା । ହେଲେ ଶଶାଙ୍କ ରାଜାଙ୍କର ଜନ୍ମିତ ପୁଅ ନଥିଲା । ଥରେ ରାଜା ଶିକାର କରିବାକୁ ଯିବା ବାଟରେ ଗୋଟିଏ ଗଛମୂଳରେ ଶିଶୁଟିଏ ଏକାକୀ ଥିବାର ଦେଖି ତାକୁ ସେ ନିଜ ପ୍ରାସାଦକୁ ନେଇ ଯାଇଥିଲେ । ସେତେବେଳେ ସେହି ଶିଶୁଟିର ବୟସ ମାତ୍ର ଏକ ବର୍ଷ ଥିଲା । ରାଜା ଏବଂ ରାଣୀଙ୍କଠାରୁ ବାପା ମା’ଙ୍କର ସ୍ନେହ ପାଇ ଶିଶୁଟି କ୍ରମଶଃ ବଡ ହେଲା । ସେଇ ପୁଅଟି ହେଉଛି ଶଶାଙ୍କ ।

ରାଜା ବୀରଭାନୁ ତାଙ୍କ ଦୁଇ ପୁଅଙ୍କୁ ସମାନ ପରିମାଣରେ ସ୍ନେହ କରୁଥିଲେ । ଉଭୟଙ୍କୁ ସମାନ ବ୍ୟବହାର ମଧ୍ୟ ସେ ଦେଖାଉଥିଲେ । ରାଜାଙ୍କ ସ୍ନେହ ଦେଖିଲେ ମନେହେବ ସତେ ଯେପରି ସେ ଦୁଇଜଣଯାକ ତାଙ୍କରି ପୁଅ ।

କେବଳ ସେତିକି ନୁହେଁ, ମୟଙ୍କ ଓ ଶଶାଙ୍କ ମଧ୍ୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ନ ଜାଣିବା ଲୋକେ ଭାବୁଥିଲେ ଉଭୟ ଗୋଟିଏ ମା’ର ପୁଅ ।

ହେଲେ ସବୁଦିନ ତ ଆଉ ସମାନ ଯାଏନାହିଁ । ଧୀରେ ଧୀରେ ଶଶାଙ୍କ ପ୍ରତି ରାଣୀଙ୍କ ମନରୁ ସ୍ନେହଭାବ କମିବାକୁ ଲାଗିଲା । ପରିବର୍ତରେ ତାଙ୍କ ମନରେ ଶଶାଙ୍କ ପ୍ରତି ଈର୍ଷାଭାବ ଦେଖାଦେଲା । କଥାକଥାକେ ସେ ତା’ଉପରେ ଖାଲି ଚିଡିଲେ । ଦରକାର ପଡିଲେ ଶଶାଙ୍କକୁ ବାଡେଇବାକୁ ମଧ୍ୟ ସେ ପଛେଇଲେ ନାହିଁ । ଶଶାଙ୍କ ଏଥିରୁ ବୁଝିପାରେ ଯେ, ରାଣୀ ତାକୁ ଜାଣିଜାଣି ଅପମାନିତ କରୁଛନ୍ତି । ସେଥିପାଇଁ ସେ ଖୁବ୍ ଦୁଃଖ କରୁଥିଲେ ମଧ୍ୟ ରାଜକୁମାରଙ୍କ ପ୍ରତି ତାର ଶ୍ରଦ୍ଧାଭାବ କେତେବେଳେ ହେଲେ ବି ଊଣା ହୋଇ ନ ଥିଲା । ସେ ସଦା ସର୍ବଦା ରାଜକୁମାର ମୟଙ୍କର ପାଖେ ପାଖେ ରହୁଥିଲା ।

ଦିନକୁ ଦିନ ଶଶାଙ୍କ ପ୍ରତି ରାଣୀଙ୍କ ଅତ୍ୟାଚାର ବଢିବାକୁ ଲାଗିଲା । ଶେଷରେ ଦିନେ ଏପରି ଏକ ଅବସ୍ଥା ସୃଷ୍ଟି ହେଲା ଯେ, ଶଶାଙ୍କ ସେ ରାଜମହଲ ଛାଡି ଚାଲିଗଲା ।

ରାଜମହଲରୁ ବାହାରିଯିବା ପରେ ଶଶାଙ୍କ ଏହା ସ୍ଥିର କରି ପାରିଲାନି ଯେ ସେ କୁଆଡେ ଯିବ ବୋଲି । ତଥାପି ମଧ୍ୟ ସେ ଚାଲିବାକୁ ଲାଗିଲା । ଏମିତି ଯାଉଯାଉ ସେ ଗୋଟିଏ ଘନ ଜଙ୍ଗଲରେ ଯାଇ ପହଁଚିଲା । ସେହି ଜଙ୍ଗଲଟି ହିଂସ୍ରଜନ୍ତୁମାନଙ୍କରେ ପରିପୂର୍ଣ୍ଣ ଥିଲା ।

ଦିନ ଯାଇ ସଂନ୍ଧ୍ୟା ହେଲା । ଧୀରେ ଧୀରେ ଅନ୍ଧାର ଗାଢ ହେବାରୁ ଜଙ୍ଗଲଟି ଆହୁରି ଭୟଙ୍କର ମନେହେଲା । ଶଶାଙ୍କ ଭୟଭୀତ ହୋଇ ପଡିଲା । ଭାବିଲା, ସେ ଏବେ କ’ଣ କରିବ? କୁଆଡେ ଯିବ?

ଠିକ୍ ଏତିକିବେଳେ ସେ କାହାର ମଧୁର ସ୍ୱର ଶୁଣିପାରିଲା । କେହି ଯେପରି କହୁଥିଲା – “କିଏ ତୁମେ? ଏ ଘନ ଜଙ୍ଗଲକୁ କାହିଁକି ଆସିଲ? ଏବେ ପୁଣି କୁଆଡେ ଯିବାପାଇଁ ଚାହୁଁଛ ।”

ଘନ ଜଙ୍ଗଲରେ ମଣିଷ କଣ୍ଠସ୍ୱର ଶୁଣି ଶଶାଙ୍କ ଅତ୍ୟନ୍ତ ଆଶ୍ଚର୍ଯ୍ୟରେ ଚାରିଆଡକୁ ଚାହିଁଲା । ଦେଖିଲା ଝାପ୍ସା ଆଲୁଅ ଦେଖାଯାଉଛି । ସେହି ଆଲୁଅ ଦୁଇଜଣ ପରୀଙ୍କ ଦେହରୁ ବାହାରୁଥିଲା । ପରୀ ଦୁଇଜଣ ଗୋଟିଏ ଝଙ୍କା ଗଛ ମୂଳରେ ଠିଆ ହୋଇଥିଲେ । ସେମାନେ ଖୁବ୍ ସୁନ୍ଦରୀ ଥିଲେ । ଶଶାଙ୍କ ତ ନିଜ ଆଖିକୁ ପ୍ରଥମେ ଯମାରୁ ବି ବିଶ୍ୱାସ କରି ପାରିଲାନି । ସେ ନୀରବରେ ଠିଆ ହୋଇ ରହିଲା । ପରୀ ଦୁଇଜଣ ପୁଣି ପଚାରିଲେ – “ ତୁମେ କିଏ, କୁଆଡେ ଯିବାକୁ ଚାହୁଁଛ? ନିର୍ଭୟରେ କୁହ ।”

ଶଶାଙ୍କ ସେ ପରୀମାନଙ୍କ ଆଡକୁ ନିରେଖି ଚାହିଁଲା । ତା’ପରେ ସେ ଉତ୍ତର ଦେଲା – “ମୋ ନାଁ ଶଶାଙ୍କ । ମୁଁ ଜଣେ ବିଦେଶୀ । ରାତିଟି କଟେଇବା ପାଇଁ ନିରାପଦ ସ୍ଥାନଟିଏ ଖୋଜୁଛି ।”

ପରୀ ଦୁଇଜଣ କହିଲେ, “ଆମ ସାଙ୍ଗରେ ଆସ । ଆଜି ରାତିଟି ଆମ ଘରେ ବିଶ୍ରାମ ନେବ ।”

ଏହାପରେ ଶଶାଙ୍କ ସେ ପରୀମାନଙ୍କ ସହିତ ଚାଲିଲା । ସେମାନଙ୍କ ଘରେ ପହଁଚିବା ପରେ ପରୀମାନେ ଶଶାଙ୍କକୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦେଲେ ତା’ପରେ ସେ ଆରାମ୍ରେ ରାତିଟି ବିତେଇଲା ।

ବୀରଭାନୁ ପ୍ରାସାଦ ରାଣୀ

Rate the content


Originality
Flow
Language
Cover design

Comments

Post

Some text some message..