Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprava Mishra

Inspirational Others

5.0  

Shaktiprava Mishra

Inspirational Others

ମା'

ମା'

3 mins
7.3K


ବାପଘର ପାଖରେ ଥିବା ନୃସିଂହ ମନ୍ଦିରରେ ଶ୍ୱେତାର ମାନସିକ ପୂଜାଟିଏ ଥିଲା । ମା'କୁ ସାଙ୍ଗରେ ନେଇ ସେଦିନ ମନ୍ଦିର ଯାଇଥିଲା ସିଏ । ଠାକୁର ଦର୍ଶନ ସାରିବା ବେଳକୁ ମା' ତାର ଥକିଯାଇ ମନ୍ଦିରର ପ୍ରାଙ୍ଗଣରେ ତା’ପାଇଁ ପଡିଥିବା ଦରି ଉପରେ ବସି ପଡିଲା । ନିଜ ଲୁଗା କାନିରେ ମୁହଁର ଝାଳ ପୋଛି ଆଣି କହିଲା , 'ଆଉ ବଳ ପାଉନି ଲୋ ଝିଅ । ବୟସ ଆସି ପଞ୍ଚସ୍ତରୀ ହେଲାଣି । ଟିକିଏ ଚାଲି ଦେଲେ ଦେହ ଥକି ପଡୁଛି ।ମା' ର ପାଖରେ ବସି ବ୍ରାହ୍ମଣ ନନାଙ୍କୁ ପ୍ରସାଦ ପାଇବାକୁ ଆଉ କେତେ ସମୟ ଲାଗିବ ବୋଲି ପଚାରିଥିଲା ଶ୍ୱେତା । ଅନ୍ନଭୋଗ ପାଇଁ ଆହୁରି ଦୁଇଘଣ୍ଟା ଲାଗିବା କଥା ଶୁଣି ସମସ୍ତେ ଗୋଟିଗୋଟି ହୋଇ ମନ୍ଦିର ବାହାରେ ପୋଷାଯାଇଥିବା ଧଳା ଠେକୁଆ ମାନଙ୍କ ପାଖକୁ ଚାଲିଗଲେ । କିଛି କଟା ପରିବାର ଚୋପା ନେଇ ସେମାନଙ୍କୁ ଖାଇବାକୁ ଦେବାବେଳେ ଖୁସିରେ ଉଛୁଳି ଉଠୁଥିଲେ ସମସ୍ତେ ।

ଶ୍ୱେତାର ମୁହଁକୁ ଚାହିଁ ମା' ତାର କହିଲା , " କୋଉ ଦିନରୁ ଏ ମନ୍ଦିରକୁ ଆସିବି ବୋଲି ଭାରି ମନ ଥିଲା ମୋର । ଆଉ ତ ଗୋଡ ହାତ ଚଳୁନି ।ବୁଢୀ ମଣିଷଟା କାହିଁକି କାହାକୁ ହଇରାଣ କରିବି କହି ଚୁପ୍ ଥିଲି । ଯାହାହେଉ ଆଜି ନୃସିଂହ ଠାକୁରଙ୍କ କୃପାରୁ ତାଙ୍କୁ ଟିକେ ଦେଖିପାରିଲି ସେଇଟା ମୋର ଭାଗ୍ୟ । ଠାକୁରଙ୍କୁ କହିଲି ଏମିତି ଗୋଡ ହାତ ଚଳୁଥିବା ବେଳେ ଉଠେଇ ନିଅ ମୋତେ ।ଯେଉଁ ଦୁଃଖ କପାଳରେ ଲେଖିଦେଲ ତାହା ତ ଆଉ ବଦଳିବାର ଆଶା ଦେଖାଯାଉନି। ତଥାପି ତୁମେ ଯେତେବେଳେ ଅନ୍ତର୍ଯ୍ୟାମୀ କିଛି ହେଲେ ଆଶ୍ଚର୍ଯ୍ୟ କରିଦିଅନ୍ତ ଯେ ମୋ ବଞ୍ଚିଥିବା ଅବସ୍ଥାରେ ଭାଇ ଭଉଣୀ ଦି’ଟା ମିଶିଯାଆନ୍ତେ । ଆଜିଯାଏଁ ଲୁଚେଇ ରଖିଥିବା ସତ୍ୟ ପ୍ରଘଟ ହୁଅନ୍ତାନି ଗାଁରେ ।"

ହଠାତ ମା' ତାର କାନ୍ଦିବାକୁ ଆରମ୍ଭ କଲା । ଆଖି ଆଉ ନାକ ପାଣି ଏକାକାର କରି କହିଲା , 'ଘରର ଝିଅ ଜୋଇଁଙ୍କ ଦୁଆର ପକେଇଦେଲାବେଳେ ଥରଟିଏ ପାଇଁ ଭାବିଲାନି ମା'ଟାକୁ କେତେ କଷ୍ଟ ହେବ ବୋଲି ?' ଜୋଇଁ ମୋର ଭଲ ଲୋକଟିଏ ବୋଲି ସିନା , ନହେଲେ ଶଳା ହାତରେ ଅପମାନିତ ହୋଇ କୋଉ ଜୋଇଁ କ’ଣ ଶ୍ୱଶୁର ଘର ଦୁଆର ଉଠେ ? ତା’ ସ୍ତ୍ରୀକୁ ବାପଘର ଛାଡେ ? ତୋ ପରିବାର ଲୋକଙ୍କ ଆଗରେ ମୋ ମୁଣ୍ଡ ତଳକୁ ହେଇଯାଉଛି ।ଦୁଇଟା ଝିଅ ପରେ କେତେ ପୂଜା ମାନସିକ କରି ତମପାଇଁ ଭାଇଟିଏ ଆଣିଥିଲି ଯେ ଭଉଣୀର ଦାୟିତ୍ଵ ନେବ କ’ଣ ତା ଦୁଆର ପକେଇଦେଲା ଶେଷକୁ । ପୁଅ ଜନ୍ମ କରିଥିଲି କ’ଣ ଜୀବନରେ ଏଇଆ ଦେଖି ମରିବି ବୋଲି ? ମୁଁ ମରିଗଲେ ସେ କ’ଣ ଆଉ ତୋତେ ଲୋଡିବ ?"

ମା'ର ପିଠିକୁ ଆଉଁସି ଆଣି ଶ୍ୱେତା କହିଲା- “ ଆହୁରି ବହୁତ ବର୍ଷ ବଂଚିବୁ ତୁ ! ଏମିତି ଖରାପ କଥାଗୁଡା କାହିଁକି ତୁଣ୍ଡରେ ଧରୁଛୁ ? ତୋ ପୁଅ ମୋତେ ନ ଡାକିଲେ ବି ମୁଁ ମୋ ଗାଁକୁ ଆସିବି । ମୋ କକେଇ , ଖୁଡି , ପୁତୁରା ଝିଆରୀ ସମସ୍ତଙ୍କ ସହିତ ମିଶିବି ।ମୋ ବଉଳ , ମକରଙ୍କ ଘରକୁ ଯିବି ।ତୋ ପୁଅକୁ ଡରି ମୋ ପାଇଁ ସହିଥିବା, ମୋତେ ଭଲ ପାଇଥିବା ମଣିଷ ମାନଙ୍କୁ ମୁଁ ଭୁଲି ପାରିବିନି ।ଭୁଲିଯିବି ମୋ ଗାଁ ମାଟିକୁ ଯେଉଁଠି ମୁଁ ମୋର ପିଲା ଦିନ କଟେଇଛି ? ଭୁଲିଯିବି ଗାଁର ପୋଖରୀ ,ତୋଟା , ଚାନ୍ଦିନୀ , ସାଙ୍ଗସାଥି ଆଉ ଗୁରୁଜନ ମାନଙ୍କୁ ? ମୁଁ କ’ଣ କୋଉ ବାହାର ଲୋକ ହେଇଛି କି ? ଏ ଘରର ଝିଅ ପରା ମୁଁ ?”

ଝିଅ ମୁହଁରୁ ଏମିତି ଟାଣ କଥା ଶୁଣି ମା' ତାର ଚୁପ୍ ପଡିଗଲା । ଶ୍ୱେତାକୁ ମନେହେଲା ମା'ମନରେ ଅନେକ ଦିନରୁ ଜମାଟ ବାନ୍ଧି ରହିଥିବା ଦୁଃଖର ବରଫ କିଛି ତରଳିବାକୁ ଆରମ୍ଭ କରିଥିଲା । ଦୀର୍ଘ ଶ୍ଵାସ ଛାଡି ମା' କହିଲା , ହଁ , ଝିଅଙ୍କୁ ଦୁର୍ବଳ ଭାବିଲୁ ବୋଲି ତ ପୁଅଟିଏ ଆମ ଆଖିରେ ଏତେ ବଡ ହୋଇଗଲା ଯେ ଆଉ ସିଏ ଇନ୍ଦ୍ର ଚନ୍ଦ୍ର ମାନୁନି । ହେଲେ ଆଉ ସେ ଯୁଗ ନାହିଁ ଯେ........କଥା ବଦଳେଇବା ଆଳରେ ବଡପାଟି କରି ଶ୍ୱେତାର ପୁଅକୁ ମା' ପୁଣି କହିଲା, ' ଆରେ ହେ ନାତିଆ ଟୋକା , ସେମିତି ଠେକୁଆ ରଙ୍ଗର ଝିଅଟେ ବାହାହେବୁ ବୋଲି କଥା ଦେଲେ ସତ ପଦାକୁ ଆଣିବିନି । ନହେଲେ ମୋତେ ଯାହା କହିଛୁ ସବୁ କହିଦେବିଟି ସମସ୍ତଙ୍କୁ । ହେହେହେ ....। ପୁଅ ଅଂଶ କହୁଥିଲା , ମୁଁ କେତେବେଳେ କ’ଣ କହିଲି ତୁମକୁ ? ତମେ ତ ନିଜେ ମୋତେ ବାହାହେବ କହିଲ । ମା' ଆହୁରି ଜୋରରେ ହସୁଥିଲା ହେ...ହେ...ହେ... ହୋଇ ।ସମସ୍ତେ ହସିହସି ମା' ପାଖକୁ ଆସି ତା ଚାରିପଟେ ଘେରି ଆହୁରି କେତେ କ’ଣ ଥଟ୍ଟା ମଜା ଆରମ୍ଭ କରିଦେଲେ ।

ବିଗତ ଦିନର କଥାଟି ଶ୍ୱେତାର ମନେ ପଡି ଯାଉଥିଲା । ଯେଉଁ ଦିନ ବାପାଙ୍କର ସମ୍ପତିକୁ ନିଜ ନାଁରେ କରିବାପାଇଁ ଶ୍ୱେତାକୁ ଦସ୍ତଖତ କରିବାକୁ ବାଧ୍ୟ କରିଥିଲା ତା ଭାଇ ।ଉତ୍ତରରେ ଶ୍ୱେତା କେବଳ କହିଥିଲା ," ସବୁ ପ୍ରାପ୍ତିର ଏକ ନିର୍ଦିଷ୍ଟ ସମୟ ଥାଏ । ବର୍ତ୍ତମାନ ବାପାଙ୍କର ସମ୍ପତିରେ କେବଳ ଅଧିକାର ମା'ର । ମା' ବଞ୍ଚିଥିବା ଅବସ୍ଥାରେ ମୁଁ ସମ୍ପତି କାଗଜରେ ଆଦୌ ଦସ୍ତଖତ କରିବି ନାହିଁ । ଜନ୍ମରୁ ଆଜିଯାଏଁ ମୋତେ ପ୍ରତିପଦରେ ସହାୟ ହୋଇଥିବା ମୋର ପୂଜନୀୟା ମା'କୁ ତା ଜୀବନ କାଳରେ ଅସହାୟ ହୋଇ ବଂଚିବାକୁ ଦେବିନାହିଁ ମୁଁ ।"


Rate this content
Log in

Similar oriya story from Inspirational