STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ସାହାସୀ ଜନଜାତି ଯୁବକ ଯୁବତୀ

ସାହାସୀ ଜନଜାତି ଯୁବକ ଯୁବତୀ

2 mins
147

ସବୁବର୍ଷ ବର୍ଷା ଦିନ ଆସିବା ପୂର୍ବରୁ, କତାରୁ ଦଉଡି଼ ବୋଳି, ଛନ୍ଦ ପକେଇ ବାନ୍ଧି ନଇ ର ଏମୁଣ୍ଡରେ ଦୁଇ ବାଉଁଶ ଓ ନଈ ଆରପଟେ ଦୁଇ ବାଉଁଶ ପୋତି, ଦଉଡି଼କୁ ଚାରି ବାଉଁଶ ମୁଣ୍ଡରେ ଜୋର୍ କରି ବାନ୍ଧି, ରାସ୍ତା ବନେଇ, ଯିବା ଆସିବା କରାଯାଏ। ବର୍ଷା ଦିନେ ଯଦି କେହି ଅଣହୁସିଆର ହୋଇ ପଡ଼ିଲା, ସେ ଆଉ ଜୀବନ ପାଏନା। ଧର ସ୍କୁଲ ପିଲା କେହି,ରୋଗୀ, ପ୍ରସୂତୀ, ବୃଦ୍ଧ ତଥା ବୃଦ୍ଧା ଙ୍କୁ ନଈ ପାର କରାଇବା ବେଳେ ଦୋଳାରେ ବସାଇ ଦୌଡ଼ିବୋଳା ରାସ୍ତା ପାର ହେଉ ହେଉ କେହି ଖସିଗଲେ, ଆଦିବାସୀ, ଜନଜାତି ଯୁବକ ଯୁବତୀ ଯିଏ ପହଁରା ଜାଣିଥାଏ ବଞ୍ଚିଯାଏ ,, ନଚେତ୍ ମୃତ୍ୟୁ ନିଶ୍ଚିନ୍ତ, ତ କେହି କେହି ସେହି କତା ଦଉଡିରେ ତିଆରି ରାସ୍ତାକୁ ଜମଦଉଡି଼ ର ଆଖ୍ୟା ଦେଇଥାନ୍ତି। ଏମିତିକି ବେଳେ ବେଳେ କତା ଦଉଡ଼ି ବର୍ଷା ଖରା ଖାଇ ଛିଡ଼ି ଯାଏ, ପାଣି ଥିଲେ ମୃତ୍ୟୁ ନଥିଲେ ବି ଖଣ୍ଡିଆ ଖାବରା।  ସେଥର ବର୍ଷା ଆସିବା ପୂର୍ବରୁ ରାସ୍ତା ବା ଜମଦଉଡ଼ି ତ ବନ୍ଧା ସରିଥିଲା ହେଲେ ମଜଭୁତ ହେବାକୁ ବାଉଁଶ ଗୁଡିକୁ ଗୋଡି ପଥର ଦେଇ ବାଡେଇ ମଜଭୁତ କାମ ନସରୁଣୁ, ସେପଟୁ ଗାଁ ଆଡ଼କୁ ମାଡି ଆସୁଥିଲେ କେତେ ଲୋକ। ହାତରେ ଥିଲା ଜାତୀୟ ପତାକା। ଆଉ ବାଜି ରାଉତ ସହ କେତେ କେତେ ସହିଦ ବୀର ଙ୍କ ଫଟୋ ବି ଥିଲା ସେମାନଙ୍କ ହାତରେ।   କେ ବି କେ ଜିଲ୍ଲାର ସେହି ଗ୍ରାମଟିକୁ କେତେବେଳେ କେମିତି ଜନଗଣନା କରି ବାକୁ ଜଣେ କି ଦୁଇଜଣ ଆସନ୍ତି। ବେଳେ ବେଳେ ଆଶା ଦିଦିମାନେ କୃମି ଔଷଧ, ଭିଟାମିନ ଟାବଳେଟ,ଖୁସି ଇତ୍ୟାଦିର ବଣ୍ଟନ ପାଇଁ ଆସିଥାନ୍ତି। କିନ୍ତୁ ଏକକାଳୀନ ଏତେ ଲୋକ ଆସିବା ର କାରଣ ବୁଝୁ ନବୁଝୁ ଚାରି କି ପାଞ୍ଚ ଜଣ ପଡ଼ିଯାଇଥିଲେ। ଜୀବନ ବାଜି ଲଗାଇ ଯେଉଁ ଆଦିବାସୀ ଯୁବକ ଯୁବତୀ ନଈ ସୁଅ କୁ ଖାତିର ନକରି ସେମାନଙ୍କୁ ଉଦ୍ଧାର କଲେ, ତାଙ୍କ ଭିତରେ କୁଆଡ଼େ କେତେ ଦଳୀୟ କର୍ମୀ ଥିଲେ। ଭୋଟ ପ୍ରଚାରକୁ ଆସି ପ୍ରଚାର ସିନା କରିପାରିଲେନି ହେଲେ ସ୍ୱାଧୀନତା ଦିବସରେ ଉଦ୍ଧାରକାରୀ ଦୁଇ ଯୁବକ ଯୁବତୀଙ୍କୁ ପୁରସ୍କୃତ କଲାବେଳେ, ଜନଜାତି ଯୁବକ ଯୁବତୀମାନଙ୍କ ଦାବି ଥିଲା, ଆମରିମାନଙ୍କ ଭଳି ଗାଁକୁ ସବୁରେ ରାସ୍ତା, ସ୍କୁଲ ,କଲେଜ, ଡାକ୍ତରଖାନା, ବିଜୁଳି ଓ ଥାନା ସ୍ଥାପନ ସହ ପୋଲିସ୍ ସୁରକ୍ଷା କର୍ମୀ ନିଯୁକ୍ତି କଲେ, ଆମ ପାରିବାର୍ ପଣିଆ ଦେଖାଇ ଆମେ କେବଳ ଅଗ୍ନିବୀର ବା ସଂରକ୍ଷିତ ଚାକିରୀ ନୁହେଁ, ବରଂ ନିଜ ହକ ବଳରେ ନିଜ ପଦବୀ ବା କାମ ଚାହୁଁ। ଆଉ ଆମ ପ୍ରତି ଦୟା ଦେଖାଇ, ସଂରକ୍ଷଣ ନାମରେ ରାଜନୀତି ନକରି, ଉପଯୁକ୍ତ ଗିରିଜନ ହେଉ ବା ଯେ କୌଣସି ଅନଗ୍ରସର ଙ୍କୁ ସଂରକ୍ଷଣ ପ୍ରଦାନ କରାଯାଉ, ଏତିକି ଆମର ମାଗୁଣି। ସେୟା ହେଲା। ସେହି ଦଳ ମଧ୍ୟ ଭୋଟ ପାଇ ସଭିଙ୍କ ଉନ୍ନତିରେ ସହାୟକ ହେଲାବେଳେ, ସେହି ଚାରି ସାହାସୀ ଭାଇ ଭଉଣୀ ସ୍ଵାଧୀନତା ଦିବସରେ ସମ୍ମାନିତ ହେବାକୁ ଆଉ କୁଣ୍ଠିତ ନହୋଇ ଆସିଥିଲେ ଗାଁରୁ, ଜୟ ଜୟ କାର ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract