Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational Others

2.5  

Padmalaya Mishra

Inspirational Others

ପୋତା ପଡ଼ିଥିବା ସମ୍ପର୍କର ଖନନ

ପୋତା ପଡ଼ିଥିବା ସମ୍ପର୍କର ଖନନ

3 mins
7.5K


ପୋତା ପଡ଼ିଥିବା ସମ୍ପର୍କର ଖନନ . . . . .

 କାହିଁ କେତେ କାଳୁ ରସାତଳେ ଗୌରବ ସହ ସମ୍ପର୍କକୁ ପୋତିଦେଇ ଜୀବନର ପଥେ ଆଗେଇ ଯାଇଥିଲା ଅମୃତା । ହଜି ଯାଇଥିଲା ମଜି ଯାଇଥିଲା ନିଜର ବୈବାହିକ ଜୀବନରେ । ସ୍ଵାମୀ ସୌଭାଗ୍ୟ ପୁଅ ପ୍ରତୀକ ଓ ଝିଅ ସୁରଭିକୁ ନେଇ ସୁଖର ହସ ଖୁସିର ସଂସାର ।

 ସୌଭାଗ୍ୟ ଇତିହାସର ପ୍ରଫେସର । କିନ୍ତୁ ସମ୍ପର୍କରେ ମୁର୍ଦାର ଖୋଳିବା ଅଭ୍ୟାସ ତାଙ୍କର ନାହିଁ । ବାହାଘର ପରେ କେବେ ବି ଅମୃତାର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ଇଚ୍ଛା କରିନାହାନ୍ତି । ତାଙ୍କ ବିଶ୍ଵାସ ଓ ଭଲପାଇବା ଅମୃତାକୁ ବର୍ତ୍ତମାନରେ ଶାନ୍ତିରେ ଜୀଇବାକୁ ଦେଇଛି ।

 ପ୍ରତୀକ ଦଶମ ପରୀକ୍ଷା ଦବ . . ସୁରଭି ଚତୁର୍ଥ । ସୌରଭ ବୟସରେ ଅମୃତାଠୁ ଦଶ ବର୍ଷ ବଡ଼ । ଅମୃତାକୁ ଏଇ ଚାଳିଶି ଛୁଇଁଛି ଆଉ ସୌରଭ ପଚାଶରୁ ଉର୍ଦ୍ଧ୍ଵ । ଭଲପାଇବା କମିନଥିଲେ ବି ଗବେଷଣାରେ ବ୍ୟସ୍ତ ପ୍ରଫେସର ସୌରଭ । ପୁଅ ଝିଅ ପାଠ ପଢା, କମ୍ପୁଟର ଏଥିରେ ବ୍ୟସ୍ତ । ଏକୁଟିଆ ପ୍ରାୟ ଅମୃତାର ଟାଇମ୍ ପାଶ୍ ସାଥୀ ଟି. ଭି ଓ ଫୋନ୍ । ସୋସିଆଲ ମିଡିଆରେ ପୁରାପୁରି ଆକ୍ଟିଭ୍ । ଫେସବୁକରେ ଅଚାନକ ଏକ ଫ୍ରେଣ୍ଡ୍ ରିକ୍ବେଷ୍ଟ ବିଚଳିତ କରିଦେଲା . . . ହୃଦ ସ୍ପନ୍ଦନ ବଢ଼େଇଦେଲା . . . । ନାମ ଗୌରବ . . . ପାଠ ପଢା ସ୍ଥାନ ସେଇ ଏକା । ଇଏ ତାହେଲେ . . . .

ଅତୀତର ପୃଷ୍ଠା ସବୁ ଆଖି ଆଗରେ ଲେଉଟିବାକୁ ଲାଗିଲା । ପୁରୀ ବେଳା ଭୂଇଁ , କାଠଯୋଡି ନଈ ପଠା , କଲେଜ କାଣ୍ଟିନ୍ , ପାର୍କ , ରେଷ୍ଟୁରାଣ୍ଟ , ସିନେମା ହଲ୍ ଆଦିରେ ଏକାଠି ବିତେଇଥିବା ଦିନ ଗୁଡ଼ିକ ସ୍ପଷ୍ଟ ଦିଶିଲା । ଏପଟେ ସୌରଭଙ୍କ କାର୍ଯ୍ୟ ବ୍ୟସ୍ତତା ସେପଟେ ଗୌରବର ବାରମ୍ବାର କଲ୍ ଓ ମାସେଜ୍ ଅମୃତାକୁ ଦୁର୍ବଳ କରିଦେଉଥିଲା । ସେ ଭୁଲି ଯାଉଥିଲା ସେ ଜଣଙ୍କ ସ୍ତ୍ରୀ ଦୁଇଟି ବଡ଼ ପିଲାଙ୍କ ଜନନୀ ।

ହୃଦୟତନ୍ତ୍ରୀ ବିଚିତ୍ର ଝଙ୍କୃତ ହେଉଥିଲେ । ସୌରଭ ପଦେ ମିଠା କଥା କହିଲେ ବର୍ତ୍ତମାନରେ ଖୁସି ହୁଏ ପୁଣି ଏକୁଟିଆ ବେଳେ ଗୌରବର ମାସେଜ୍ , ଫୋନ୍ କଲ୍ ଅତୀତକୁ ଟାଣି ନିଏ ।

କାର୍ଯ୍ୟ ବ୍ୟସ୍ତତା ଭିତରେ ବି ସୌରଭଙ୍କ ନଜର ପଡ଼ୁଥାଏ ଅମୃତାର ଏ ଘଡ଼ିଘଡ଼ି ବଦଳୁଥିବା ମନ ଉପରେ । ତଥାପି କିଛି ନପଚାରି ଖନନ ଆରମ୍ଭ କଲେ ଅମୃତାର ମନକୁ । ପଶି ଚାଲିଲେ ରହସ୍ୟମୟ ଇଲାକାକୁ ।

ସୌରଭଙ୍କ ପ୍ରଶ୍ନ ବିଚଳିତ କରେ ଅମୃତାକୁ କିନ୍ତୁ ସେ ଖୋଲି କହିପାରେନାହିଁ ଇତିହାସ ଓ ବର୍ତ୍ତମାନର ଘଟଣାକୁ । କିନ୍ତୁ ଇତିହାସକୁ ଖୋଳି ଗବେଷଣା କରିବା ଯାହାର ବୃତ୍ତି ତାଠାରୁ ସବୁ ଅଛପା ରହନ୍ତା ଅବା କିପରି ।

ଗୋଟିଏ ରବିବାର ଅଚାନକ ସୌରଭ କହିଲେ " ଅମୃତା ଆଜି ଲଂଚ୍ ରେ ଭଲ ଭଲ ଜିନିଷ ରାନ୍ଧିବ । ଗେଷ୍ଟ ଆସିବେ । " ଯେତେ ଯାହା ପଚାରିଲେ ବି ଆଉ କିଛି କହିଲେ ନାହିଁ । ମନରେ ଦ୍ବନ୍ଦ ଆଗ୍ରହର ଫେଣ୍ଟାଫେଣ୍ଟି ଭାବନା ନେଇ ସବୁ ପ୍ରିପେଆର୍ କଲା ଅମୃତା ।

ଦିନ ଗୋଟାଏରେ ଦୁଆରେ କଲିଂ ବେଲ୍ ଶବ୍ଦ ଶୁଣି ସୌରଭ କବାଟ ଖାଲି ଅତିଥିଙ୍କୁ ପାଛୋଟି ଆଣିଲେ ।

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସୌରଭଙ୍କୁ ଅମୃତା । ଏ ତ ଗୌରବ ଓ ତା ସ୍ତ୍ରୀ ଓ ଝିଅ । ଅମୃତା ମନରୁ ସନ୍ଦେହ ଦୂର କରି ସୌରଭ କହିଲେ . . . ଦିନେ ସନ୍ଧ୍ୟାରେ ତୁମ ଫୋନ୍ ଉଠାଇ ଗୌରବଙ୍କ ପରିଚୟ ପାଇଲି । ତୁମର ଜଣେ ଭଲ ମିଶାଣିଆ ସାଙ୍ଗ ଅଛନ୍ତି ଜାଣି ଖୁସି ଲାଗିଲା । ତୁମକୁ ସରପ୍ରାଇଜ୍ ଦେବି ବୋଲି କିଛି କହିନଥିଲି ।

ସମସ୍ତେ ଏକାଠି ବସି ଖାଇଲେ । ପିଲାମାନେ ବି ଏକାଠି ଖେଳିଲେ । ରାତି ଭୋଜନ ପରେ ଗୌରବଙ୍କ ପରିବାର ବିଦାୟ ନେଲେ ।

ଭିତରେ ଭିତରେ ଅନୁତପ୍ତ ଅମୃତା ସୌରଭଙ୍କୁ ସବୁ କହିବ ଭାବିଲା ବେଳକୁ ନିଜ ବାହୁବନ୍ଧନରେ ଆବଦ୍ଧ କରି ସୌରଭ ସବୁ ଜାଣିଛନ୍ତି ଓ ପୋତା ପଡ଼ିଥିବା ସମ୍ପର୍କକୁ ଖୋଳି କିଛି ଲାଭ ନାହିଁ । ଆମେ ଦୁହେଁ ଦୁହିଁଙ୍କ ପାଇଁ । ତେଣୁ ବର୍ତ୍ତମାନରେ ବଂଚିବା । ସୌରଭଙ୍କ କଥାରେ ଭାବବିହ୍ୱଳିତ ହୋଇ ଲତା ପରି ତାଙ୍କ କାନ୍ଧରେ ଢଳି ପଡ଼ିଲା । ନୂଆ କରି ସୌରଭଙ୍କୁ ଦେଖିବା ପରି ଅନୁଭବ କଲା ।

. . . . . . . . ପଦ୍ମାଳୟା


Rate this content
Log in

Similar oriya story from Inspirational