Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୟୁର ମାଂସ
ମୟୁର ମାଂସ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   422    15


Content Ranking

ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ମୟୁର ମାଂସ

ବାହାଘର ପରେ ବରକନ୍ୟା ଝିଅର ବାପଘରେ ପ୍ରଥମ ଦୀପାବଳି ପାଳନ କରନ୍ତି । ଶ୍ୱଶୁର ଯେତେ ଗରୀବ ହେଲେବି ସେ ଝିଅ ଜ୍ୱାଇଁଙ୍କ ପାଇଁ ଦାମୀ ପୋଷାକ ଓ ଗହଣା ଉପହାର ଦିଅନ୍ତି । ଶାଶୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହା ପଣ୍ଡିଚେରୀର ପ୍ରଥା । ବଡ ଠାରୁ ସାନ ପର୍ଯ୍ୟନ୍ତ ଏହାକୁ ପାଳନ୍ତି । ଗୋଟିଏ ଘରେ ଶାଶୁ ଶ୍ୱଶୁର ଝିଅ ଜ୍ୱାଇଁଙ୍କ ପାଇଁ ଅପେକ୍ଷା କରିଥିଲେ। ଝିଅ ଆଗ ଆସିଗଲା ଜ୍ୱାଇଁ ବ୍ୟସ୍ତ ଥିବାରୁ ସେ ଝିଅ ସାଥିରେ ଆସି ପାରିଲେ ନାହିଁ । ସେ ପରେ ଆସିବେ । ଏହା ଥିଲା ଝିଅର ଖବର । ଦୀପାବଳୀ ଦିନ ଜ୍ୱାଇଁ ଆସିଲେ । ଶଳା ସବୁ ଖୁବ୍ ଖୁସିରେ ସ୍ୱାଗତ କଲେ । ବଡମାନେ ସମସ୍ତେ ଆନନ୍ଦିତ । ଶ୍ୱଶୁର ଘରେ ମଧ୍ୟ ଭାରି ଖୁସି । ଶାଶୁ ରୋଷେଇ ଘରୁ ଆଉ ବାହାରିଲେ ନାହିଁ । ଦୀପାବଳୀ ପୂଜାପାଇଁ ଆଗରୁ ବହୁ ପ୍ରକାର ଖାଦ୍ୟ କରିଥିଲେ । ତଥାପି ସେଦିନ ସେ ବିଭିନ୍ନ ପ୍ରକାର ସୁନ୍ଦର ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବାରେ ବ୍ୟସ୍ତ ରହିଲେ । ମୟୁର ମାଂସ ଅତି ନରମ ଓ ଅତ୍ୟନ୍ତ ସ୍ୱାଦୁ । ସବୁ ମାଂସ ଠାରୁ ଉତ୍କୃଷ୍ଟ । ସେଥି ପାଇଁ ଶାଶୁ ଦୁଇ ଦିନ ଆଗରୁ ମୟୁରଟିଏ ଚଢା ଦରରେ କିଣିଥିଲେ । ମୟୁରମାଂସ ରାନ୍ଧି ଜ୍ୱାଇଁଙ୍କୁ ଦେବାକୁ ତାଙ୍କର ଭାରି ଇଚ୍ଛା । ରନ୍ଧା ସରିଗଲା ପରେ ସେସବୁ ଭୋଗପାଇଁ ବଢାଗଲା । ଭୋଗ ହେବା ପରେ ଘରେ ସାନ୍ଧ୍ୟ କର୍ପୂର ଜଳାଗଲା । ସମସ୍ତେ ଦେବତାଙ୍କ ସମ୍ମୁଖରେ ଠିଆଦୋଇ ନୀରବ ପ୍ରାର୍ଥନା କଲେ । କର୍ପୁର ଜଳା ସରିବା ପରେ ସମସ୍ତେ ଗୋଟିଏ ଧାଡିରେ ଖାଇବାକୁ ବସିପଡିଲେ । ଶାଶୁ ସମସ୍ତଙ୍କୁ ଖାଦ୍ୟ ପରିବେଷଣ କଲେ । ଖାଇବା କଦଳୀ ପତ୍ରର କୋଣରେ ଗୋଟିଏ ପ୍ରକାର ଖାଦ୍ୟ ଥୁଆ ହୋଇ ଥିବାର ଦେଖି ଜ୍ୱାଇଁ ଝିଅକୁ ତା ବିଷୟରେ ପଚାରିଲେ । ଏହା କ’ଣ ? ମୟୁର ମାଂସ । ସ୍ତ୍ରୀ ଉତ୍ତର ଦେଲା । କ’ଣ ହେଲା । ଜ୍ୱାଇଁ ଉଚ୍ଚ ସ୍ୱରରେ କହିଲେ ।

ମୟୁର ମାଂସକୁ ସେ ଯେ ଖୁବ ଯତ୍ନ ସହକାରେ ରାନ୍ଧିଛି । ତମେ ଜାଣିଛ ମୋ ମାଆ ଜଣେ ଭଲ ରାନ୍ଧୁଣୀ ।

ହଁ ଏଥିରେ ସନ୍ଦେହ ନାହିଁ । କିନ୍ତୁ ତମେ କଣ ମୟୁର ମାଂସ ଖାଅ । ଯେତେବେଳେ ମିଳେ ଖାଉ । ଏହା ଭାରି ଦାମୀ ମାଂସ । ସ୍ତ୍ରୀ କହିଲା । କିନ୍ତୁ ମୁଁ ଏହାକୁ ଖାଇବି ନାହିଁ । ଶାଶୁ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର କଥା ଶୁଣୁଥିଲେ । ସେ ବାଧ୍ୟହୋଇ ସେମାନଙ୍କୁ କହିଲେ, ମୟୁରମାଂସ ହେଉଛି ସବୁଠାରୁ ଭଲ ମାଂସ । ଭାରି ସ୍ୱାଦୁ । ଦୟାକରି ଟିକିଏ ଚାଖ । ମୁଁ ନିଶ୍ଚିନ୍ତ ଯେ, ତମେ ଏହି ମାଂସ ପସନ୍ଦ କରିବ । ଶ୍ୱଶୁର ମଧ୍ୟ ସେହିକଥା ଦୋହରାଇଲେ । ତଥାପି ସେ ମାଂସ ଖାଇବାକୁ ଜ୍ୱାଇଁ ମନା କରିଦେଲେ । ସେ କହିଲେ । ମୁଁ ଏ ମାଂସ ଖାଇବି ନାହିଁ କି ମୋର ଏ ମାଂସ ଖାଇବାର ଆଗ୍ରହ ନାହିଁ । ଏ କଥା ଶୁଣି ଶାଶୁ ଦୁଃଖିତ । ମନସ୍ତାପ ବହୁତ । ସେ ଯଦି ଜାଣିଥାନ୍ତେ ଯେ ତାଙ୍କର ଜ୍ୱାଇଁ ମୟୁରମାଂସ ଭଲ ପାଆନ୍ତି ନାହିଁ , ସେ ଏତେ ଦାମ୍ ଦେଇ ମୟୁର ମାଂସ ଆଣି ନଥାନ୍ତେ । ଯାହା ହେଉ ଜ୍ୱାଇଁ ଅନ୍ୟ ଖାଦ୍ୟରେ ସନ୍ତୁଷ୍ଟ । ଶାଶୁଙ୍କୁ ତାଙ୍କର ଭଲ ରୋଷେଇ ପାଇଁ ଧନ୍ୟବାଦ ଦେଲେ । କିନ୍ତୁ ମୟୁର ମାଂସର ସ୍ୱାଦ ସଙ୍ଗେ କୌଣସି ଖାଦ୍ୟ ସମତ୍ତୁଲ ନୁହେଁ । ଏହା ଥିଲା ଶ୍ୱଶୁରଙ୍କର ମନ୍ତବ୍ୟ । ଆଉ ଜଣେ କହିଲେ, ଆମେ ଭାଗ୍ୟବାନ ଯେ, ଆମେ ମୟୁର ମାଂସ ଖାଉଛୁ । ତାଙ୍କୁ ସମ୍ମାନ ଜଣେଇ ଆଉ ଜଣେ କହିଲେ । ଠିକ ଅଛି ଆମେ ପ୍ରକୃତରେ ଭାଗ୍ୟବାନ । ଦୀପାବଳୀ ବର୍ଷରେ ଥରେ ଆସେ । ତାଙ୍କ ସ୍ତ୍ରୀ କହିଲେ ଅନ୍ୟମାନେ ତାଙ୍କୁ ପରିହାସ କରୁଛନ୍ତି । ଏହା ଜ୍ୱାଇଁ ଅନୁଭବ କଲେ । ତେଣୁ ସେ ସେମାନଙ୍କ କହିବାକୁ କାନ ଦେଲେନାହିଁ । ଶୀଘ୍ର ଶୀଘ୍ର ନିଜର ଖାଦ୍ୟ ଖାଇବା ସାରିଦେଲେ । ଆତସବାଜୀ ଓ ବାଣରେ ଦୀପାବଳୀର ସମାପ୍ତି ଘଟିଲା । ଦିନ ଯାକ ତଖିଆ ପିଆ ଚାଲିଥିଲା । ସମସ୍ତେ ହସ ଖୁସିରେ ଦିନ ସାରା ମାତି ଥିଲେ । ତେଣୁ ସମସ୍ତେ କ୍ଳାନ୍ତ । ମାନସିକ ଓ ଶାରିରୀକ ଭାବରେ । ତେଣୁ ବିଛଣାରେ ପଡୁ ପଡୁ ସେମାନେ ନିଘୋଡ ନିଦରେ ଶୋଇ ପଡିଲେ

ମଧ୍ୟରାତ୍ରି । ରୋଷେଇ ଘରେ କିଛି ଶବ୍ଦ ଶୁଣି ଶାଶୁଙ୍କର ନିଦ ଭାଙ୍ଗିଗଲା । ସେ ପ୍ରଥମେ ଭାବିଲେ ବିଲେଇ କି ମୂଷା ଏ ଶବ୍ଦ କରୁଛି । ତେଣୁ ସେ ଶୋଇବାକୁ ଚେଷ୍ଟା କଲେ । କିନ୍ତୁ ଶବ୍ଦ ବନ୍ଦ ହେଲା ନାହିଁ । ଲାଗି ରହିଲା । ତେଣୁ ଶାଶୁଙ୍କ ମନରେ ସନ୍ଦେହ ଓ ଆଶଙ୍କା । ସେ ରୋଷେଇ ଘରକୁ ଆସିଲେ । ଗୋଟିଏ ହାତରେ ଲଣ୍ଠନ । ଅନ୍ୟ ହାତରେ ବାଡିଟିଏ । , ସେଠାରେ ସେ ଯାହା ଦେଖିଲେ, ସେଥିରେ ସେ ଆଶ୍ଚର୍ଯ୍ୟ । ବିସ୍ମିତ । ଜ୍ୱାଇଁଙ୍କ ମୁଣ୍ଡ ମୟୁର ମାଂସ ରନ୍ଧା ହାଣ୍ଡି ମାଟିହାଣ୍ଡି ଭିତରେ ପଶିଯାଇଛି । ମୁଣ୍ଡ ବାହରକୁ ବାହାର କରିବାକୁ ତାର ଉଦ୍ୟମ । ଏହା ଅବ୍ୟାହତ ଏଥିପାଇଁ ଏ ଶବ୍ଦ । ଘଟଣା ବୁଝିବାକୁ ଶାଶୁଙ୍କୁ ବେଶୀ ସମୟ ଲାଗିଲା ନାହିଁ । ପ୍ରଥମେ ତାଙ୍କର ଜ୍ୱାଇଁ ଉପରେ ଦୟା ଆସିଲା । କିନ୍ତୁ ପର ମୁହୂର୍ତ୍ତ ରେ ସେ ଏ ଦୃଶ୍ୟ ଦେଖି ହସି ପକାଇଲେ । ଜ୍ୱାଇଁ ନୀରବ । ସ୍ଥିର ଭାବରେ ଠିଆ ହୋଇଗଲେ । ଦୟାକରି ମତେ ଟିକିଏ ସାହାଯ୍ୟ କରନ୍ତୁ । ଜ୍ୱାଇଁଙ୍କର ଶାଶୁଙ୍କୁ ଅନୁରୋଧ । ତାହାପୁଣି ଅତି କରୁଣ କଣ୍ଠରେ । ଶାଶୁ ତାଙ୍କ ଧରିଥିବା ବାଡିରେ ହାଣ୍ଡିକୁ ପାହାରେ ଦେଲେ । ପାତ୍ରଟି ଭାଙ୍ଗିଗଲା ।

ଜ୍ୱାଇଁ ଏଥର ଟିକିଏ ଆଶ୍ୱସ୍ତ । ସେ ମୁଣ୍ଡ ନୁଆଇଁ ଶାଶୁଙ୍କୁ କହିଲେ, ସମସ୍ତେ କହୁଥିଲେ ମୟୁର ମାଂସ କୁଆଡେ ଭାରି ସୁଆଦିଆ । ଏହା ହେଲା ସମସ୍ତଙ୍କର ମତ । ତେଣୁ ମୋର ମଧ୍ୟ ମୟୁର ମାଂସ ଖାଇବାକୁ ଇଛାହେଲା । କିନ୍ତୁ ମୁଁ ଏହାକୁ ଖାଇବାକୁ ମନାକରି ଦେଇଥିଲି ତେଣୁ ପଛରେ ମାଂସ ମାଗିବାକୁ ମତେ ଲାଜ ଲାଗିଲା । ତେଣୁ ମୁଁ ମଧ୍ୟ ରାତ୍ରିକୁ ଅପେକ୍ଷା କଲି । କିନ୍ତୁ ମୁଁ ଯେତେବେଳେ ଏଠିକୁ ଆସିଲି ସେତେବେଳେ ଦେଖିଲି ଯେ ହାଣ୍ଡିରେ ଖଣ୍ଡେ ହେଲେ ମାଂସ ନାହିଁ । କିନ୍ତୁ ମାଂସ ତରକାରୀ ବାସ୍ନା ମତେ ଏପରି ଆକୃଷ୍ଟ କଲା ଯେ, ମୁଁ ହାଣ୍ଡିଟିକୁ ଚାଟିବାକୁ ଭାବିଲି । କିନ୍ତୁ ଦୁଃର୍ଭାଗ୍ୟବଶତଃ ମୋର ମୁଣ୍ଡ ହାଣ୍ଡି ଭିତରେ ପଶିଗଲା । ଶାଶୁ ଏକଥା ଶୁଣିଲେ ଚୁପ୍ ରହିଲେ । ଜ୍ୱାଇଁଙ୍କର ପୁଣି ଅନୁରୋଧ ଦୟାକରି ତମେ ଏକଥା ଆଉ କାହାକୁ ଜଣାଇବ ନାହିଁ । ନହେଲେ ସେମାନେ ମତେ ଥଟ୍ଟା କରିବେ । ମୁଁ ଲୋକହସା ହେବି ।

ଜ୍ୱାଇଁଙ୍କ କଥା ରଖିବେ । ସେଥିପାଇଁ ଶାଶୁ ମୁଣ୍ଡ ଟୁଙ୍ଗାରିଲେ । ସେ ତାଙ୍କ ଶୋଇବା ଜାଗାକୁ ଫେରି ଆସିଲେ ।

ମୟୁର ଶାଶୁ ଶ୍ୱଶୁର ଜ୍ୱାଇଁ

Rate the content


Originality
Flow
Language
Cover design

Comments

Post

Some text some message..