Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଶିଳପୁଆ ପୂଜା

ଶିଳପୁଆ ପୂଜା

4 mins
4.7K


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)


ଚେଟୀଆରଟି ନିଃସନ୍ତାନ l କିନ୍ତୁ ସେ ଖୁବ ଦୟାଳୁ l ହୃଦୟବାନ l ସେ ଜଣେ ଶିବ ଭକ୍ତ l ତେଣୁ କୌଣସି ସାଧୁ ଶିବଙ୍କୁ ପ୍ରାଥନା କରୁଥିଲେ, କିମ୍ବା ଶିବଙ୍କ ଭଜନ ଗାଉଥିଲେ ସେ ତାଙ୍କୁ ସମ୍ମାନ ଦିଅନ୍ତି l ସେ ତାଙ୍କ ଆୟର ଅଧିକା ଅଂଶ ଏଇ ସାଧୁମାନଙ୍କ ପାଇଁ ବ୍ୟୟ କରି ଦିଅନ୍ତି l ସେ ସେଥିରେ ପାଆନ୍ତି ଆନନ୍ଦ l ନିଜକୁ ସେ ଧନ୍ୟ ମନେ କରନ୍ତି l ଏମିତି କୌଣସି ଦିନ ନାହିଁ, ଯେଉଁ ଦିନ କି ସେ ଦୁଇ ତିନିଜଣ ସାଧୁଙ୍କର ଭୋଜନ ବ୍ୟବସ୍ଥା ନ କରନ୍ତି l କିନ୍ତୁ ତାଙ୍କ ସ୍ତ୍ରୀ ସ୍ୱଭାବ ଭିନ୍ନ ଢଙ୍ଗ ତାଙ୍କର ଅଲଗା l ସ୍ୱାମୀଙ୍କର ଏପରି କାମକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ l ତାଙ୍କ ମତରେ ସାଧୁମାନେ ଅଳସୁଆ l କୌଣସି କାମର ନୁହନ୍ତି l ତେଣୁ ସେମାନଙ୍କୁ ଡାକି ଭୋଜନ କରାଇବା ଏକ ବୃଥାକାର୍ଯ୍ୟ l ତେଣୁ ନିଜଘରେ ସାଧୁଙ୍କ ଭୋଜନ ଦେଖିଲେ ବିରକ୍ତ ହୁଅନ୍ତି l କିନ୍ତୁ ଏକଥା ପ୍ରକାଶ କଲେ ସ୍ୱାମୀ ତାଙ୍କୁ ଭୁଲ୍ ବୁଝିବେ ଏହାହିଁ ତାଙ୍କର ଭୟ l ସେଥିପାଇଁ ସ୍ୱାମୀଙ୍କ ଆଗରେ ଏକଥା ଖୋଲି କହିବାକୁ ସେ ସାହସ କରନ୍ତି ନାହିଁ l ତେଣୁ ସେ ଏହି ସାଧୁ ମାନଙ୍କୁ ଖୁଆଇ ଅଯଥା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ଗୋଟିଏ ଉପାୟ ଚିନ୍ତା କଲେ l

ଦିନେ ଚେଟୀଆର ତାଙ୍କ ଦୋକାନରେ ଥାଆନ୍ତି l ସେ ଦେଖିଲେ ଯେ, ଜଣେ ସାଧୁ ଭିକ୍ଷା ମାଗୁଛନ୍ତି l ସେ ସେଇ ସାଧୁଙ୍କୁ ଡାକି କହିଲେ - “ଆଜ୍ଞା ଆଜି ମୋ ଘରେ ଭୋଜନ କରନ୍ତେ, ମୁଁ ଭାରି ଖୁସି ହୁଅନ୍ତି l ଦୟାକରି ଆପଣ ମୋ ଘରକୁ ଆସନ୍ତୁ l ସେଠାରେ ମତେ ଅପେକ୍ଷା

କରିଥିବେ l ମୁଁ ସାଙ୍ଗେ ସାଙ୍ଗେ ମୋ ଘରେ ପହଞ୍ଚୁଛି l”

ସାଧୁ ମହା ଆନନ୍ଦରେ ଚେଟୀଆର ଘରକୁ ଗଲେ l ତାଙ୍କ ସ୍ତ୍ରୀ ସାଧୁଙ୍କୁ ଦେଖିବା ମାତ୍ରେ ସାଧୁ ଭୋଜନ କରିବାକୁ ଆସିଥିବା କଥା ଜାଣିପାରିଲେ l ତେଣୁ ସେ ସାଧୁଙ୍କୁ ତଡିବା ପାଇଁ ଗୋଟିଏ ଉପାୟ ପାଞ୍ଚିଲେ l ସେ ମଶିଣା ଆଣି ତାଙ୍କଘରେ ବିଛାଇ ଦେଲେ l ସାଧୁଙ୍କୁ ସେଥିରେ ବସିବା ପାଇଁ ଅନୁରୋଧ କଲେ l

ତାପରେ ସେ ଘରକୁ ଗଲେ l ଠାକୁର ଘର ଓଳାଇ ସଫା କଲେ ଠାକୁରମାନଙ୍କୁ ଫୁଲମାଳ ପିନ୍ଧାଇ ଦେଲେ ତାପରେ ସେ ଠାକୁରଙ୍କ ସାମ୍ନାରେ ଗୋଟିଏ ଲମ୍ବା ଶିଳପୁଆ ରଖିଲେ l ସେଥିରେ ସେ ଚନ୍ଦନ ଓ ଅବିର ଲଗାଇ ଦେଲେ l ତାପରେ ଶିଳପୁଆ ଆଗରେ ମୁଣ୍ଡିଆ ମାରିବା ବେଳେ କିଛି ମନ୍ତ୍ର ଉଚ୍ଚାରଣ କଲେ l

ସାଧୁଜଣଙ୍କ ମଶିଣା ଉପରେ ବସି ଚେଟୀଆରକୁ ଅପେକ୍ଷା କରିଥାନ୍ତି l ସ୍ତ୍ରୀ ଲୋକମାନଙ୍କର ଏହି ରହସ୍ୟମୟ କାର୍ଯ୍ୟ ଦେଖି ତାଙ୍କର ଆଗ୍ରହ ବଢିଲା l ସେ ନିଜକୁ ସମ୍ଭାଳି ପାରିଲେ ନାହିଁ l ସେ ଏପରି ଅଦ୍ଭୁତ ପୂଜା ଦେଖି ତାଙ୍କୁ ପଚାରିଲେ - “ମୁଁ ତ ଏମିତିଆ ପୂଜା କେବେ କେଉଁଠି ଦେଖିନାହିଁ l ଇଏ କେଉଁ ପୂଜା ?”

“ଏଇଟା ଗୋଟିଏ ସ୍ୱତନ୍ତ୍ର ଧରଣର ପୂଜା l ଆମଘରମାନଙ୍କରେ ଏହା ହୁଏ l” - ସ୍ତ୍ରୀ ଲୋକଜଣଙ୍କ ଉଚ୍ଚସ୍ୱରରେ ଉତ୍ତର ଦେଲେ l

ତାପରେ ସାଧୁଙ୍କୁ ଶୁଣାଯିବା ଭଳି ଗୁଣୁ ଗୁଣୁ ସ୍ୱରରେ କହିଲେ - “ଆପଣ ଅତି ଶୀଘ୍ରଏହି ପୂଜାର ବିଶେଷତ୍ୱ ବୁଝି ପାରିବେ l ଏହି ପୂଜାଟି ତମ ମୁଣ୍ଡ ଉପରେ ସମାପ୍ତ ହେବ l”

ସାଧୁଙ୍କର ଶ୍ରବଣ ଶକ୍ତି ଖବ୍ ତୀକ୍ଷଣ l ସେ ସ୍ତ୍ରୀ ଲୋକଙ୍କର କଥାକୁ ଶୁଣିଦେଲେ l ଏହାର ଅର୍ଥ ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ l ସେ ସେଠାରୁ ଖସି ପଳେଇଲେ l

ସାଙ୍ଗେ ସାଙ୍ଗେ ଚେଟୀଆର ଘରକୁ ଫେରିଲେ l ସ୍ତ୍ରୀଙ୍କୁ ସାଧୁଙ୍କ କଥା ପଚାରିଲେ l କିନ୍ତୁ ସ୍ତ୍ରୀ କିଛି ନଜାଣିଲା ଭଳି କହିଲେ - “କି ଅଜବ ଲୋକ ସେ ? ସେ ଯେମିତି ଆମ ଘରକୁ ଆସିଛନ୍ତି ମତେ ଗୋଟିଏ ଶିଳପୁଆ ମାଗିଲେ l କିନ୍ତୁ ମୁଁ ତାଙ୍କୁ କହିଲି ମୋ ସ୍ୱାମୀଙ୍କ ବିନା ପରାମର୍ଶରେ ମୁଁ କାହାକୁ କିଛି ଦେବିନାହିଁ l ମୁଁ ତାଙ୍କୁ ତମର ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲି l କିନ୍ତୁ ସେ କ୍ଷୁବ୍ଧ ହୋଇ ଆମ ଘରୁ ଚାଲିଗଲେ l”

ଏକଥା ଶୁଣି ଚେଟୀଆର ଜଣକ ଖୁବ ଦୁଃଖିତ ହେଲେ l ସେ କହିଲେ - “ତମେ କିନ୍ତୁ ବୋକାମି କଲ l ତମେ ସାଧୁଙ୍କର ଇଚ୍ଛା ପୁରଣ କରିବାର କଥା l ମନେରଖ ! ଆଜିଠାରୁ ଯେଉଁ ସାଧୁ ଯାହା ମାଗିବେ, ତମେ ତାକୁ ଦେବ l”

ଚେଟୀଆର ସାଧୁଙ୍କ ଅନ୍ୱେଷଣରେ ବାହାରି ପଡିଲେ l ହାତରେ ତାଙ୍କର ଶୀଳପୁଆ l ଏହି ସମୟରେ ସେହି ଗାଁର ଅନ୍ୟ ମାନଙ୍କ ଘରେ ଭିକ୍ଷା ମାଗୁ ଥାନ୍ତି l ସେ ଯେମିତି ଦେଖିଲେ ଯେ ଚେଟୀଆର ତାଙ୍କ ଘର ଆଡକୁ ଆସୁଛନ୍ତି l ହାତରେ ତାଙ୍କର ଶୀଳପୁଆ ତାଙ୍କର ଚେଟୀଆରଙ୍କର ସ୍ତ୍ରୀ କଥା ମନେ ପଡିଗଲା l ସେ ସବୁ କିଛି ବୁଝିନେଲେ l ସେ ଭାବିଲେ ଯେ ପୂଜା ଉଦଯାପନ ପାଇଁ ଚେଟୀଆର ତାଙ୍କ ପାଖକୁ ଆସୁଛି l ତାଙ୍କର ମୁଣ୍ଡରେ ସେ ତାର ପୂଜା ଶେଷ କରିବ l ତେଣୁ ସେଆଉ ଅପେକ୍ଷା କଲେ ନାହିଁ l ନିଜକୁ ରକ୍ଷା କରିବା ପାଇଁ ଧାଇଁବାକୁ ଲାଗିଲେ l ତା ପୁଣି ଜୀବନ ବିକଳରେ l

ଚେଟୀଆର ଦେଖିଲେ ଯେ, ସାଧୁ ଦୌଡୁଛନ୍ତି l ତାଙ୍କର ତ ସାଧୁଙ୍କୁ ଫେରାଇ ଆଣି ଖୁଆଇବାର ଅଭିଳାଷ l ତେଣୁ ତାଙ୍କ ପଛରେ ଧାଇଁଲେ l ସେ ପଛରୁ ଡାକୁଥାନ୍ତି - “ହେ ସାଧୁ ରହିଯାଅ l ଏଇ ଶିଳପୁଆଟି ନିଅ l ଦୌଡ ନାହିଁ l ଆସ ଆମ ଘରେ ଭୋଜନ କରିବ l”

ଏକଥା ଶୁଣି ସାଧୁଙ୍କର ମନରେ ଦ୍ୱନ୍ଦ୍ୱ ଉଭେଇ ଗଲା l ଚେଟୀଆର ତାଙ୍କ ଘରେ ଶିଳପୁଆରେ ପ୍ରହାର କରିବେ l ଏଥିରେ ମୁଁ ଦେଖିଥିଲି ସେଥିପାଇଁ ଖୁବ ଭୟଭୀତ ହୋଇ ଖୁବ ଜୋରରେ ଦୌଡିବାକୁ ଲାଗିଲେ l ଯେମିତି ଗୋଟିଏ ପକ୍ଷୀ ପଞ୍ଜୁରୀରୁ ଖସିଗଲେ ବିକଳ ହୋଇ ଉଡିଯାଏ ଚେଟୀଆରତ ବୟସ୍କ ଲୋକ l ସେ ବେଶି ବାଟ ଦୌଡିବାକୁ ଅକ୍ଷମ l ଶେଷରେ ଘରକୁ ଫେରି ଆସିଲେ l

ଏହି କଥା ଚାରିଆଡେ ବ୍ୟାପିଗଲା l ଫଳରେ ସାଧୁମାନେ ତା ପାଖକୁ ଆସିବାକୁ ଡରିଲେ l ସ୍ତ୍ରୀ ଲୋକଟିକୁ ଆଉ ଖୁଆଇବାକୁ ପଡିଲା ନାହିଁ l

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି




Rate this content
Log in

Similar oriya story from Children