Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ-112
ଜହ୍ନମାମୁଁ-112
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.0K    12


Content Ranking

ଚାଣକ୍ୟ କଥା -2

ବାଳକ ଚନ୍ଦ୍ରଗୁପ୍ତ କହିଲେ, “ଦେଖନ୍ତୁ, ଦୂରରେ ଚରୁଥିବା ଗୋରୁମାନଙ୍କୁ ନେଇ ଯାଆନ୍ତୁ । ମୁଁ ଦାନ ଦେଇଛି ଶୁଣିଲେ କେହି ଆପଣଙ୍କୁ ବାଧା ଦେବେ ନାହିଁ ।”

ଚାଣକ୍ୟ ପିଲାର ଉତ୍ତରରେ ଖୁସି ହେଲେ ଓ ଅନ୍ୟ ବାଳକମାନଙ୍କୁ ପଚାରି ବୁଝିଲେ ଯେ ସେହିଁ ଚନ୍ଦ୍ରଗୁପ୍ତ ।

ତା’ପରେ ବାଳକ ସହିତ ଘରକୁ ଫେରି ପିତା ମାତା ଓ ଅଜାଙ୍କ ଠାରୁ ବିଦାୟ ନେଇ ବାଳକକୁ ସାଥିରେ ଧରି ସେ ଅନ୍ୟ ସ୍ଥାନକୁ ଗଲେ । ଅର୍ଜ୍ଜିତ ଧନରେ ସୈନ୍ୟ ସଂଗ୍ରହ କଲେ । କାଳକ୍ରମେ ଚନ୍ଦ୍ରଗୁପ୍ତ ଯୁବା ବୟସ ପ୍ରାପ୍ତ କଲେ ଓ ନାନା ପ୍ରକାର ଯୁଦ୍ଧ କୌଶଳ ଶିକ୍ଷାଲାଭ କଲେ ।

ଥରେ ଚାଣକ୍ୟଙ୍କ ଆଦେଶ ଅନୁସାରେ ସେମାନେ ନନ୍ଦଙ୍କ ରାଜ୍ୟ ଆକ୍ରମଣ କଲେ । କିନ୍ତୁ ନନ୍ଦଙ୍କର ସଂଖ୍ୟାଧିକ ସୈନ୍ୟ ଥିବା ହେତୁ ଏମାନେ ପରାଜିତ ହେଲେ । ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ପଳାୟନ କଲେ । ଦୁଇଜଣ ଘୋଡସବାର ସେମାନଙ୍କୁ ବନ୍ଦୀ କରିବା ଅଭିପ୍ରାୟରେ ସେମାନଙ୍କର ଅନୁସରଣ କଲେ । ଜଣେ ଘୋଡସବାର ପାଖରେ ପହଁଚିବାରୁ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ଦୌଡି ଦୌଡି ଯାଇ ଏକ ପୋଖରୀ କୂଳରେ ପହଁଚିଲେ । ଚାଣକ୍ୟ ଜଣେ ବାବାଜୀଙ୍କ ଛଦ୍ମବେଶ ଧରି ପୋଖରୀ କୂଳର ଗଛ ତଳେ ବସିଲେ ଓ ଚନ୍ଦ୍ରଗୁପ୍ତଙ୍କୁ ପାଣି ଭିତରେ ଯାଇ ଠିଆ ହେବାକୁ ଆଦେଶ ଦେଲେ । ସୈନ୍ୟଟି ସେଠାରେ ପହଁଚି ପଚାରିଲା, “ସାଧୁବାବା, ଏପଟେ କେହି ଦୌଡି ଦୌଡି ଆସିଛି କି?” ସାଧୁବେଶୀ ଚାଣକ୍ୟ ନୀରବରେ ପୋଖରୀସ୍ଥ ଚନ୍ଦ୍ରଗୁପ୍ତଙ୍କ ଆଡକୁ ଅଙ୍ଗୁଳୀ ନିର୍ଦେଶ କଲେ । ସୈନ୍ୟ ଜଣକ ଘୋଡାରୁ ଓହ୍ଲାଇ ତରବାରୀ ରଖି ପୋଖରୀରେ ପଶିବାକୁ ଉଦ୍ୟତ ହେବା ବେଳକୁ ହଠାତ୍ ତରବାରୀ ଉଠାଇ ନେଇ ଚାଣକ୍ୟ ତାହାର ଶିରଚ୍ଛେଦ କଲେ ।

ତା’ପରେ ସେ ଦୁହେଁ ଘୋଡାରେ ବସି ସେଠୁ ପଳାଇଲେ । ବାଟରେ ଚାଣକ୍ୟ ପଚାରିଲେ, “ସୈନିକ ତୁମକୁ ମାରିବାକୁ ଯିବାବେଳେ କିପରି ଲାଗୁଥିଲା ।”

ଚନ୍ଦ୍ରଗୁପ୍ତ କହିଲେ, “ମୁଁ ତ ଜାଣିଥିଲି ଆପଣ କିଛି ନା କିଛି ନିଶ୍ଚୟ କରିବେ ।”

ତାଙ୍କର ଏଭଳି ଉତ୍ତର ଶୁଣି ଚାଣକ୍ୟ ଖୁସି ହେଲେ । ପୁଣି କିଛି ଦୂର ଯିବା ପରେ ଘୋଡା ଟାପୁର ଶବ୍ଦ ଶୁଣିଲେ ଆହୁରି ଜଣେ ସୈନ୍ୟ ତାଙ୍କୁ ଅନୁସରଣ କରୁଛି । ସେମାନେ ଯାଇ ଏକ ନଦୀ ଘାଟରେ ପହଁଚିଲେ । ସେଠାରେ ଜଣେ ଧୋବା ଲୁଗା କାଚୁଥାଏ । ଚାଣକ୍ୟ ସେ ଧୋବାକୁ କହିଲେ, “ଏବେ ତୁ ଏଠୁ ଲୁଚି ପଳା । ଜଣେ ସୈନ୍ୟ ରାଜାଙ୍କ ଆଦେଶରେ ସବୁ ଧୋବାଙ୍କୁ ବାନ୍ଧି ନେଉ ଅଛି ।” ଏକଥା ଶୁଣି ଧୋବା ପ୍ରାଣ ବିକଳରେ ସେଠୁ ପଳାଇଲା । ଏମାନେ ସେଠାରେ ଧୋବାର କାମ କରିବାରେ ଲାଗିଲେ । ସୈନ୍ୟ କିଛି ବୁଝି ନପାରି ଫେରିବା ବେଳେ ଚାଣକ୍ୟ ତାକୁ ମଧ୍ୟ ବଧ କଲେ ।

ତା’ପରେ ଏ ଦୁଇଜଣ ଘୋଡାରେ ବସି ଆହୁରି ଦୂରକୁ ଗଲେ । ସଂଧ୍ୟାବେଳେ ସେମାନେ ଗୋଟିଏ ଗାଁରେ ଯାଇ ପହଁଚିଲେ; ସେତେବେଳକୁ ଭୋକରେ ସେମାନଙ୍କ ପେଟ ଜଳୁଛି । ଦୁହେଁ ଗ୍ରାମ ସୀମାନ୍ତରେ ଥିବା ଗୋଟିଏ ଘରେ ଯାଇ ପହଁଚିଲେ । ଭିତରକୁ ଚାହିଁ ଦେଖିଲେ ଜଣେ ମଧ୍ୟ ବୟସ୍କ ମହିଳା ତା’ର ଗୁଡିଏ ଛୁଆକୁ କ୍ଷୀରି ଖାଇବାକୁ ଦେଉଛି । ତନ୍ମଧ୍ୟରୁ ଗୋଟିଏ ଛୁଆ ତରବରରେ ତତଲା କ୍ଷୀରି ମଝିରେ ହାତ ବୁଡାଇ ଦେଇ କାନ୍ଦୁଛି । ତା’ ମା’ କହିଲା, “ଆରେ ପୁଅ, ତୁ ଚାଣକ୍ୟ ପରି କ’ଣ ମୂର୍ଖାମୀ କରୁଛୁ?”

ଏକ ଅପରିଚିତା ଗ୍ରାମୀଣ ମହିଳା ମୁଖରୁ ଏପରି କଥା ଶୁଣି ଚାଣକ୍ୟ ତାଙ୍କ ଘର ଭିତରକୁ ଯାଇ ଏହି କଥାର ଅର୍ଥ ପଚାରିଲେ । ମହିଳାଟି କହିଲେ, “ପ୍ରଥମେ ରାଜ୍ୟର ସୀମାନ୍ତ ଓ ଅନ୍ୟାନ୍ୟ ସ୍ଥାନ ଉପରେ ବିଜୟ ଲାଭ କରି ପରେ ରାଜଧାନୀ ଆକ୍ରମଣ କରିବା ଚାଣକ୍ୟଙ୍କର ଉଚିତ୍ ଥିଲା । ହଠାତ୍ ରାଜଧାନୀ ଆକ୍ରମଣ କରିବାରୁହିଁ ସେ ହାରିଗଲେ । ଚାଣକ୍ୟ ସେଠାରୁ ଏହି ଶିକ୍ଷା ଲାଭ କରି ଚନ୍ଦ୍ରଗୁପ୍ତଙ୍କୁ ସାଥିରେ ନେଇ ହିମତ୍କୁଟ ନାମକ ରାଜ୍ୟରେ ଯାଇ ପହଁଚିଲେ । ପର୍ବତକ ସେଠାକାର ରାଜା ଥିଲେ । ସେ ପର୍ବତକଙ୍କ ସହିତ କଥାବାର୍ତ୍ତା କରି ଠିକ୍ କଲେ ଯେ ପର୍ବତକଙ୍କ ସୈନ୍ୟ ସହାୟତାରେ ସେ ନନ୍ଦଙ୍କ ରାଜ୍ୟ ଆକ୍ରମଣ କରିବେ । ରାଜ୍ୟ ଜୟ ପରେ ଅଧେ ପର୍ବତକଙ୍କୁ ସେ ଦାନ କରିବେ । ଏଇ ସର୍ତ୍ତ ରଖି ସେ ନନ୍ଦଙ୍କ ରାଜ୍ୟ ଆକ୍ରମଣ କରି, ଗୋଟିଏ ପରେ ଗୋଟିଏ ଦୁର୍ଗ ଜୟ କରି ଚାଲିଥା’ନ୍ତି । ଏମିତି ଯାଇ ଯାଇ ଆଉ ଏକ ନଗରରେ ସେମାନେ ପହଁଚିଲେ ଯାହାକୁକି ସେମାନେ ଆଦୌ ଜିତି ପାରିଲେ ନାହିଁ । କିନ୍ତୁ ଘେରଉ କରିଥା’ନ୍ତି ।”

ଦିନେ ଚାଣକ୍ୟ ଏକ ତ୍ରିଦଣ୍ଡୀ ସନ୍ନ୍ୟାସୀ ବେଶରେ ନଗର ଭିତରକୁ ଗଲେ । ସେମାନେ ସମସ୍ତେ ପଚାରିଲେ, “ମହାତ୍ମା, ଏଇ ଶତ୍ରୁ ସୈନ୍ୟମାନେ କେବେ ଏ ରାଜ୍ୟ ଛାଡି ଯିବେ?” ଚାଣକ୍ୟ ପଚାରି ଆଗରୁ ବୁଝିଥିଲେ କି ସେଠାରେ ସପ୍ତମାତୃକାଙ୍କ ମନ୍ଦିରଟିଏ ଅଛି । ସେମାନେ ରାଜ୍ୟକୁ ରକ୍ଷା କରୁଛନ୍ତି । ତେଣୁ ସନ୍ନ୍ୟାସୀ ବେଶଧାରୀ ଚାଣକ୍ୟ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ଏଇ ସପ୍ତମାତୃକାଙ୍କୁ ମନ୍ଦିରରୁ ବାହାରେ ଆଣି ରଖ ଶତ୍ରୁ ସୈନ୍ୟ ଚାଲିଯିବେ ।”

ସେମାନେ ସେପରି କଲେ । ଚାଣକ୍ୟଙ୍କ ଇସାରା ପାଇ ଶତ୍ରୁମାନେ ମାଡି ଆସୁଥିଲେ । କିନ୍ତୁ ପୁଣି ଚାଣକ୍ୟ ସେମାନଙ୍କ ପାଖକୁ ଯାଇ ତାଙ୍କୁ ଦୂରକୁ ହଟାଇ ନେଲେ । ପ୍ରଜାମାନେ ବୁଝିଲେ ଶତ୍ରୁସୈନ୍ୟ ଚାଲିଗଲେଣି । ତେଣୁ ସେମାନେ ଅତି ଆନନ୍ଦରେ ନାଚ ଗୀତ କରିବାକୁ ଲାଗିଲେ । ସେଇ ସୁଯୋଗରେ ସେମାନେ ଫେରି ଆସି ଆକ୍ରମଣ କଲେ ଓ ରାଜ୍ୟ ଦଖଲ କଲେ ।

ଅନେକ ଦୁର୍ଗ ଓ ନଗରୀ ଜିତିବା ପରେ ଚାଣକ୍ୟଙ୍କ ସୈନ୍ୟଦଳର ସଂଖ୍ୟା ବଢି ଚାଲିଥାଏ ଓ କ୍ରମେ ସେମାନେ ଅଧିକ ଶକ୍ତିଶାଳୀ ହେଉଥା’ନ୍ତି । ଅବଶେଷରେ ସେ ପାଟଳୀପୁତ୍ର ଆକ୍ରମଣ କରି ନନ୍ଦ ରାଜାଙ୍କୁ ବନ୍ଦୀ କଲେ । ରାଜ୍ୟ ତାଙ୍କର ହେଲା । କିନ୍ତୁ ଶେଷରେ ସେ ନନ୍ଦରାଜାଙ୍କୁ ଜୀବନ ନେଇ ସେଠାରୁ ଚାଲିଯିବାକୁ କହିଲେ । ସେ କହିଲେ ସେ ଗୋଟିଏ ମାତ୍ର ବଡ ରଥ ନେବେ ଓ ସେଇ ରଥରେ ଯାହା ପାରିବେ ନେଇ ଶେଷଥର ପାଇଁ ରାଜ୍ୟ ଛାଡି ଯିବେ ।

ରାଜା ନନ୍ଦ କୃତଜ୍ଞ ହୋଇ ଦୁଇରାଣୀ ଓ ରାଜକୁମାରୀ ଦୁର୍ଦ୍ଧରାଙ୍କ ସହିତ ସମସ୍ତ ମୂଲ୍ୟବାନ ଜିନିଷ ସବୁ ନେଇ ରାଜ୍ୟ ଛାଡିଲେ । ରଥରେ ବସି ଯାଉଥିବା ବେଳେ ବାଟରେ ରାଜକୁମାରୀଙ୍କର ଶୁଭ ଦୃଷ୍ଟି ଚନ୍ଦ୍ରଗୁପ୍ତଙ୍କ ଉପରେ ପଡିଲା । ରାଜା ସେ କଥା ବୁଝିପାରି ନିଜ ଝିଅକୁ ଚନ୍ଦ୍ରଗୁପ୍ତଙ୍କୁ ବରଣ କରିବାକୁ ଅନୁମତି ଦେଲେ । ତା’ପରେ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତଙ୍କ ସ୍ୱୀକୃତି ଅନୁସାରେ ରାଜକୁମାରୀ ନିଜ ପିତାଙ୍କ ରଥରୁ ଓହ୍ଲାଇ ଆସି ଚନ୍ଦ୍ରଗୁପ୍ତଙ୍କ ରଥରେ ବସିଲେ । ସେହି ସମୟରେ ରଥର ନଅଟି ଅଂଶ ଭାଙ୍ଗି ପଡିଲା । ଏହା ଏକ ଅଶୁଭ କଥା ଭାବି ରାଜା ଚନ୍ଦ୍ରଗୁପ୍ତ ସେ କନ୍ୟାକୁ ଗ୍ରହଣ କରିବାକୁ ଦ୍ୱିଧା ପ୍ରକାଶ କଲେ । କିନ୍ତୁ ଚାଣକ୍ୟ କହିଲେ, “ବତ୍ସ, ଏହା ଏକ ଶୁଭ ଚିହ୍ନ । ଏହାର ଅର୍ଥ ତୁମରି ବଂଶହିଁ ଏହି ରାଜଗାଦିକୁ ନଅ ପିଢି ପର୍ଯ୍ୟନ୍ତ ଶାସନ କରିବ ।”

ଚନ୍ଦ୍ରଗୁପ୍ତ ଚାଣକ୍ୟ ବାବାଜୀ

Rate the content


Originality
Flow
Language
Cover design

Comments

Post

Some text some message..