Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Inspirational Others

5.0  

Sangeeta Barik

Inspirational Others

ବୁଝାମଣା

ବୁଝାମଣା

2 mins
546


ରବିବାରଟି ଶୁଭମର ସପ୍ତାହର ପ୍ରତୀକ୍ଷିତ ଦିବସ । ପରିବାର ପାଇଁ କିଛି କାମ କରିବ,ସେମାନଙ୍କ ସହ ଅନେକ ସମୟ ବିତେଇବ,ପୁଅ ସହିତ ଖେଳିବ,ମା ପାଖରେ ବସି ଅନେକ କଥା ହେବ ଓ ସବୁଠାରୁ ମଜାକଥା ହେଲା ଡାଇନିଂ ଟେବୁଲରେ ସମସ୍ତଙ୍କ ସହ ମଧ୍ୟାହ୍ନ ଭୋଜନ କରିବ ।

ଆଜି କିନ୍ତୁ ପ୍ରତିକ୍ଷିତ ଦିବସଟି ଖୁବ୍ ଭାରି ଭାରି ଲାଗୁଛି ଶୁଭମକୁ । କେମିତି ଦିନଟି ବିତିବ ଭାବି ଭାବି ଭାରାକ୍ରାନ୍ତ ହୋଇପଡୁଥାଏ ସିଏ । ଗତ ପାଞ୍ଚଦିନ ହେଲାଣି ଘରର ନୀରବତାକୁ କିଛିଟା ପଢିପାରୁଥିଲା ।ମା ଓ ସ୍ତ୍ରୀର ମନୋମାଳିନ୍ୟକୁ ଠିକ୍ ଅନୁମାନ କରିପାରିଥିଲେବି ମୁହଁ ଖୋଲି କାହାକୁ କିଛି କହିପାରୁ ନଥିଲା ।ଦୁହେଁତ ତାର ଖୁବ୍ ନିଜର ଅତି ଆପଣାର ।ଖୁବ୍ ଅସହାୟବୋଧ ମନେ ହେଉଥିଲା । ତଥାପି ନିରବରେ ନିଜ କାମ କରି ଚାଲିଥାଏ । ପୁଅକୁ ଛାଡ଼ି ଦେଲେ ଘରେ ସମସ୍ତେ ମେସିନ ଭଳି ହସ ଓ ଭାଷାହୀନ ଭାବେ ନିଜର କାମ କରି ଚାଲିଥାନ୍ତି । ଘରଟି ମଶାଣି ଭଳି ଲାଗୁଥାଏ ।

ମଧ୍ୟାହ୍ନ ଭୋଜନରେ ସମସ୍ତେ ବସିଥାନ୍ତି ଟେବୁଲରେ । ପ୍ରଥମେ ମା ବାପାଙ୍କ ଥାଳିରେ ଖାଦ୍ୟ ପରଷି ନିଜ ଥାଳିରେ ମଧ୍ୟ ଅଳ୍ପ ଖାଦ୍ୟ ବାଢିନେଲେ ନୀରବରେ ।ତାପରେ ଶୁଭମର ସ୍ତ୍ରୀ ତାଙ୍କ ସ୍ଵାମୀ ସ୍ତ୍ରୀ ଓ ପୁଅର ଖାଦ୍ୟ ବାଢି ଥିଲା ମୁହଁ ଶୁଖାଇ । ସମସ୍ତେ ନୀରବ ଥା'ନ୍ତି ।ଶୁଭମକୁ ଏହା ଆଦୌ ସହ୍ୟ ହେଉ ନଥାଏ । ହୄଦୟ ତାର ଖଣ୍ଡ ଖଣ୍ଡ ହୋଇଯାଉଥାଏ । ନୀରବତା ଭଙ୍ଗ କରି ଶୁଭମ ବାପାଙ୍କୁ ପ୍ରଶ୍ନ କଲା "ବାପା ! ପରିବାରରେ ଆପଣଙ୍କର ପ୍ରିୟ କିଏ ଓ ଆଜି ଆପଣ ନୀରବ କାହିଁକି" ?

ବାପା--"ତୋ ମା । ମୋ ସ୍ତ୍ରୀ। ତାକୁ କଷ୍ଟ ହେଲେ ମୁଁ ଆଦୌ ସହ୍ୟ କରି ପାରେନା ।"

ଶୁଭମ--"ଦୟାକରି ମୋତେ ଟିକିଏ ଆପଣଙ୍କ ଜାଗାରେ ବସେଇ ବୁଝିବାକୁ ଚେଷ୍ଟା କରିବେକି?"

ଏତିକି କହି ସେ ହାତ ଧୋଇ ଘରୁ ବାହାରି ଗଲା ।

ରାତି ୧୦ ରେ ଘରକୁ ପ୍ରବେଶ କଲା ଶୁଭମ । ସମସ୍ତେ ଡାଇନିଂ ଟେବୁଲରେ ତାକୁ ଅପେକ୍ଷା କରି ଥାଆନ୍ତି । ବାତାବରଣ ସମ୍ପୂର୍ଣ୍ଣ ବଦଳି ଯାଇଥାଏ । ବାପା ମା ଆକଟଭରା ସ୍ଵରରେ ଏକ ସହିତ ପଚାରୁଥିଲେ "କୁଆଡେ ଯାଇଥିଲୁ ଏତେ ବେଳଯାଏ ଫୋନ୍ ବନ୍ଦ କରି ?" ସ୍ତ୍ରୀ ର ଅଭିମାନ ଭରା ମୁଖ ଓ ଛଳ ଛଳ ଆଖି ଦୁଇଟିକୁ ଖୁବ୍ ସ୍ପଷ୍ଟ ପଢିପାରୁଥିଲା ସିଏ । ପୋଷାକ ବଦଳାଇ ହାତଗୋଡ ଧୋଇ ଟେବୁଲରେ ଯୋଗଦେଲା ଶୁଭମ । ଶୁଭମର ସ୍ତ୍ରୀ ସମସ୍ତଙ୍କୁ ବାଢି ନିଜେ ମଧ୍ୟ ଖାଇବାକୁ ବସିଲା । ହସଖୁସି ଓ ବାର୍ତ୍ତାଳାପ ସହ ନୈଶାହାର ସମାପନ ହେଲା । ଶୁଭମକୁ ଏବେ ଖୁବ୍ ଶାନ୍ତି ଲାଗୁଥିଲା । ସେ ନିଜର ହାଲୁକା ଦେହ ଓ ମନ ସହ ଆଗେଇ ଗଲା ନିଜର ଶୟନ କକ୍ଷ ଆଡକୁ ।

ସଂଗୀତା ବାରିକ୍, ବାଲେଶ୍ବର


Rate this content
Log in

Similar oriya story from Inspirational