Sangeeta Barik

Children

4  

Sangeeta Barik

Children

ବିଜ୍ଞାନ କଥା

ବିଜ୍ଞାନ କଥା

2 mins
346



ମୁନ୍ନି ଜମା ଅଝଟ ହେଉନି । ତା ମନ ଆଜି ବହୁତ ଖୁସି । ସେ ଜେଜେ ଓ ଜେଜେମା ପାଖରେ ଅଛି । ଗତକାଲି ରାତିରୁ ବାପା ମାଆ ଓ ବଡମା ସମସ୍ତେ ଡାକ୍ତରଖାନା ଯାଇଛନ୍ତି । ମାଆ ଗଲାବେଳେ ମୁନ୍ନି ହାତରେ ଦୁଇଟି କାର୍ଡବରିଜ୍ ଚକୋଲେଟ୍ ଧରେଇ ଦେଇଥିଲେ । ଆଉ କହିଥିଲେ ସେ ଫେରିଲାବେଳେ ତା ପାଇଁ ଛୋଟ ଭାଇ କି ଭଉଣୀଟିଏ ନେଇ ଆସିବେ । ମୁନ୍ନି ତା ସହିତ ବହୁତ ଖେଳିବ, ଗେହ୍ଲ କରିବ । ସକାଳୁ ମୁନ୍ନି ଶହେ ଥର ଜେଜେମା କୁ ପଚାରି ସାରିଲାଣି ମାଆ କେତେବେଳେ ଫେରିବ ? ତା ପାଇଁ ଭାଇ କି ଭଉଣୀ ଆଣିବ ? ଜେଜେମା ବୁଝାଇଲେ "ତୁ ଜଲଦି ଖାଇଦେ । ସେମାନେ ଠିକ୍ ସମୟରେ ଆସିବେ ।" ବାହାରେ ଗଛ ଉପରେ ଚଢେଇ ଟେ ବସିଥାଏ । ମୁନ୍ନି ତା ଉଦ୍ଦେଶ୍ୟ ରେ ବିସ୍କୁଟ୍ ଗୋଟିଏ ଫିଙ୍ଗିଲା । ବିସ୍କୁଟ୍ ଟି ତଳକୁ ଗଳି ପଡ଼ିଲା । ମୁନ୍ନି ର ମନ ଦୁଃଖ । ସେ ଜେଜେମା କୁ ପଚାରିଲା । ଏମିତି କାହିଁକି ହୁଏ । ବିସ୍କୁଟ୍ ଚଢେଇ ପାଖକୁ ନଯାଇ ତଳେ କାହିଁକି ଗଳି ପଡିଲା । ପାଖରେ ଜେଜେ ବସି ଜେଜେମା ନାତୁଣୀ କୁ ଦେଖି ହସୁଥିଲେ । ସେ ମୁନ୍ନିକୁ ପାଖକୁ ଡାକି କହିଲେ

.......ଆମେ ଯାହା ଉପରକୁ ଫୋପାଡିବୁ ତାହା ଉପରକୁ ନଯାଇ ତଳକୁ ଗଳି ପଡିବ ।

.......କାହିଁକି ?

......ପୄଥିବୀର ଏକ ଆକର୍ଷଣ ଶକ୍ତି ଅଛି ଯାହାର ନାମ ମାଧ୍ୟାକର୍ଷଣ ଶକ୍ତି । ସେ ତା ଆଖପାଖର ସବୁ ଜିନିଷକୁ ନିଜ ଆଡକୁ ଟାଣି ଆଣୁଛି । 

......ସେ ଚଢେଇର କଣ ଆକର୍ଷଣ ଶକ୍ତି ନଥିଲା ସେ କାହିଁକି ବିସ୍କୁଟ୍ କୁ ନିଜ ଆଡକୁ ଟାଣିଲାନି ।

......ଯେଉଁ ବସ୍ତୁ ର ବସ୍ତୁତ୍ବ ଅଧିକ ଥାଏ ସେ ଛୋଟ ବସ୍ତୁ କୁ ତା ନିଜ ଆଡକୁ ଟାଣି ଆଣେ ।

......ଚନ୍ଦ୍ର ସୂର୍ଯ୍ୟ ଙ୍କୁ କାହିଁକି ପୄଥିବୀ ଟାଣୁନି ?

......ଚନ୍ଦ୍ର କୁ ପୄଥିବୀ ଟାଣି ଧରିଛି । ତେଣୁ ଏକ ନିର୍ଦ୍ଦିଷ୍ଟ ଦୂରତା ରେ ରହି ଚନ୍ଦ୍ର ପୄଥିବୀର ଚାରିପଟେ ଘୁରୁଛି । ଠିକ୍ ସେମିତି ସୂର୍ଯ୍ୟ ଆମ ପୄଥିବୀକୁ ଟାଣିଛି । ପୄଥିବୀ ସୂର୍ଯ୍ୟ ଚାରିପଟେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହି ଘୁରୁଛି ।

    ମୁନ୍ନି ଏଥର ମୁଣ୍ଡ ହଲେଇଲା । ଜେଜେଙ୍କ ସହ ବାହାରିଲା ସକାଳ ଭ୍ରମଣରେ । ରାସ୍ତାରେ ବହୁତ ଗଛ । ଗଛ ଗଣ୍ଡି ଚାରିପାଖରେ ଧଳା ରଙ୍ଗ ମଡା ହୋଇଥିଲା । ମୁନ୍ନି ଜେଜେ ଙ୍କୁ ପଚାରିଲା 

    ......ଏ ଗଛରେ କାହିଁକି ରଙ୍ଗ ମଡା ହୋଇଛି ? 

    .....ପାଣିରେ ଚୁନ ଗୋଳା ହୋଇ ଗଛରେ ରଙ୍ଗ ମଡା ହୋଇଛି । ବିଭିନ୍ନ କୀଟ ପତଙ୍ଗରୁ ଗଛକୁ ରକ୍ଷା କରିବା ପାଇଁ । ଏହି ଧଳା ରଙ୍ଗ ଗଛକୁ ସୂର୍ଯ୍ୟଙ୍କ ରୌଦ୍ର ତାପରୁ ମଧ୍ୟ ରକ୍ଷା କରେ । ଗଛ ସୁରକ୍ଷିତ ରହେ ।

    ......ଜେଜେ ତମେ ବହୁତ ବିଜ୍ଞାନ କଥା ଜାଣିଛ । ମୋତେ ଏସବୁ ଜାଣି ବହୁତ ଭଲ ଲାଗୁଛି ।

    ଏହି ସମୟରେ ମୁନ୍ନି ବାପାଙ୍କ ଠାରୁ ଫୋନ୍ ଆସିଲା ମୁନ୍ନିର ଗୋଟିଏ ଛୋଟ ଭାଇ ହୋଇଛି । ଆଉ ଆଗକୁ ନଯାଇ ଜେଜେ ନାତୁଣୀ ଘରକୁ ଫେରିଲେ ଜେଜେମା ଓ ଘରେ ସମସ୍ତଙ୍କୁ ଏ ଖୁସି ଖବର ଜଣାଇବା ପାଇଁ ।

  


Rate this content
Log in

Similar oriya story from Children