Sangeeta Barik

Tragedy

3  

Sangeeta Barik

Tragedy

ସ୍ଵାଧୀନତା

ସ୍ଵାଧୀନତା

3 mins
127



ସୋମ୍ୟାର ରୂପ ତା ପାଇଁ କାଳ ଥିଲା । ଯେବେ ଠାରୁ ତାକୁ ଯୌବନ ଛୁଇଁ ଥିଲା ସେବେଠାରୁ ତା ପରିବାର ଲୋକଙ୍କ ଆଖିରେ ଗୋଟିଏ ଗୋଟିଏ ତାଲା ଝୁଲିଲା । କାନ୍ଥ ବାଡରେ କଟକଣା ସୂତ୍ର । ତା ପାଦର ଚାରିପାଖର ପରିସୀମା ଅଙ୍କା ହୋଇଥିଲା ଲକ୍ଷ୍ମଣ ରେଖାରେ । ସେ କଲେଜ ଗଲେ ଘରୁ କେହି ନା କେହି ତା ସହ ଯାଆନ୍ତି । ବାହାରକୁ ଟ୍ୟୁସନ୍ ମନା । ସାଙ୍ଗ ସାଥି ମନା । ବନ୍ଧୁ ବାନ୍ଧବ ଘରକୁ ଯିବା ମନା, ମିଶିବା ବି ମନା । ସବୁବେଳେ ଘରେ ବନ୍ଦୀ । ଅଣନିଶ୍ବାସୀ ହୋଇ ପଡେ ସେ । ପ୍ରଥମେ ପ୍ରଥମେ ନିଜ ସୁନ୍ଦର ମୁହଁ ଅଇନାରେ ଦେଖି ଆନନ୍ଦିତ ହେଉଥଲା । ଏବେ ସେହି ମୁହଁ ଦେଖିଲେ ତାକୁ ଘୄଣା ଆସୁଛି । ତା ଦୁଃଖର କାରଣ ଯେ ତା ସୁନ୍ଦର ମୁହଁ, ତାହା ସେ ଉପଲବ୍ଧି କରୁଛି ।ଖୁବ୍ ଭଲ ଛାତ୍ରୀ ସେ । ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ । କିନ୍ତୁ ଭବିଷ୍ୟତ କୁ ନେଇ ସେ କେବେ ଆଶାବାଦୀ ହୋଇ ପାରେନା । ବାପା ମାଆଙ୍କୁ କହୁଥିବାର ସେ ଶୁଣିଛି "ଝିଅ ଘିଅ । ତାକୁ ଅଧିକ ଦିନ ଘରେ ରଖିବା ଠିକ୍ ହେବନି ।ତେଣୁ ଏହି ଗ୍ରାଜୁଏସନ୍ ସରିଗଲେ ତାର ବିବାହ କରିଦେବା ଠିକ୍ ହେବ । ମୁଁ ବରଘର ଦେଖି ସାରିଛି । ସେମାନେ ଅନେଇ ବସିଛନ୍ତି ସୋମ୍ୟାକୁ ବୋହୂ କରିବାକୁ । ଏ ସହରର ସବୁଠୁ ପ୍ରତିଷ୍ଠିତ ପରିବାର । ଅଜସ୍ର ସମ୍ପତ୍ତି । ଟଙ୍କାରେ ଶୋଉଛନ୍ତି ସେମାନେ । ସୋମ୍ୟାର କଉ କଥାରେ ଅଭାବ ରହିବନି । ସେ ଖୁସିରେ ରହିବ । " କଥାଟି ବହୁତ ବାଧିଲା ସୋମ୍ୟାକୁ । ସତରେ କଣ ଏହି ବର୍ଷ ତା ପଠପଢାରେ ଡୋରି ବନ୍ଧା ଯିବ । ବାପାଙ୍କ ଆଖିରେ ତା ମନ ଭଳି ତା ମେଧାର କଣ କିଛି ମୂଲ୍ୟ ନାହିଁ । ସେ ଝିଅଟିଏ ବୋଲି କେବେବି କଣ ସ୍ବାଧିନତାର ସ୍ବାଦ ଚାଖି ପାରିବନି । ବାପା ବହୁତ ଧନୀ ଘରେ ତା ବାହାଘର ଠିକ୍ କରିଛନ୍ତି । କିନ୍ତୁ ଝିଅଟିଏ କଣ ଧନ ଚାହେଁ । ନା ମନ । କେଜାଣି ତା ଭାଗ୍ୟରେ କଣ ଅଛି ? ଭଗବାନ କରନ୍ତୁ ତା ଶାଶୁଘର ଲୋକଙ୍କର ମନଟିଏ ଥାଉ । ଯେଉଁ ପରାଧିନତାର ବେଡି ତା ଗୋଡରେ ପଡିଛି ତାହା ତା ଶାଶୂଘରେ ଫିଟିଯାଉ । 


     ନିର୍ଦ୍ଧାରିତ ସମୟରେ ସୋମ୍ୟାର ବିବାହ ହୋଇଗଲା ମନ୍ତ୍ରୀଙ୍କ ପୁତ୍ର ସମର୍ ପଟ୍ଟନାୟକଙ୍କ ସହ । ପ୍ରଥମ ଦିନରୁ ହିଁ ସୋମ୍ୟା ଅନୁଭବ କରିଥିଲା ସେ ପରିବାରର ଅହଂକାରକୁ । ମର୍ମାହତ ହୋଇଥିଲା ସେ । ସେ ସାଜିଲା ସେ ଘରର କଣ୍ଢେଇ । ଯିଏ ଯେମିତି ନଚଉଥିଲେ ସେ ସେମିତି ନାଚୁଥିଲା । ବିବାହର କିଛି ଦିନ ଭିତରେ ସେ ଜାଣି ପାରିଥିଲା ସ୍ବାମୀଙ୍କର ଦୁର୍ଗୁଣ । ସେ ଯେ ବେଶ୍ୟାସକ୍ତ ଓ ମଦ୍ୟପ ତାହା ଅଛପା ରହିଲାନି ସୋମ୍ୟାକୁ । ସେ ପ୍ରତିବାଦ କଲା ଆଉ ପ୍ରତିବଦଳରେ ପାଇଲା ଅଜସ୍ର ମାଡ ଗୋଇଠା । ଏହି ଦୄଶ୍ୟକୁ ପରିବାରର ସମସ୍ତେ ଦେଖି ଥିଲେବି କେହି ସ୍ବର ଉଠେଇଲେନି । ବରଂ ସମରକୁ ସପୋର୍ଟ କରି ଏହାଯେ ତାଙ୍କ ପରିବାରର ସ୍ଟାଟଷ୍ ବୋଲି କହିଥିଲେ । ବାପଘରକୁ ଯିବାକୁ କି କୌଣସି ସମ୍ପର୍କ ରଖିବାକୁ ମନା କରି ଦେଇଥିଲେ । ବାପଘରେ ଯେଉଁ ଦୁଃଖ ମିଳିଥିଲା ଶାଶୂଘରେ ଦୁଃଖ ଆହୁରି ବଳି ପଡିଲା ସୋମ୍ୟାର । ବାହାଘରର ବର୍ଷେ ପରେ ସନ୍ତାନଟିଏ ଉଦ୍ୟତ ହେଲା ବାହାରକୁ ଆସିବା ପାଇଁ । ପିଲା ଦେହରେ ରହିବା ଦିନ ଠାରୁ ସେ ଡାକ୍ତରଖାନା ଯାଇ ନଥିଲା । ଡାକ୍ତର ଆସି ଘରେ ତାର ପରୀକ୍ଷା କରନ୍ତି । ଆବଶ୍ୟକୀୟ ଔଷଧ ଲେଖି ଦେଇ ଯାଆନ୍ତି । ସୋମ୍ୟା ନିଜେ ନିଜର ଯତ୍ନ ନେବାକୁ ଚେଷ୍ଟା କରେ । ନିଜ ପାଇଁ ନୁହେଁ । ବରଂ ତା ପିଲା ପାଇଁ । ପ୍ରସବ ସମୟ ହେଲାବେଳେ ତାକୁ ଡାକ୍ତରଖାନା ନେଇ ଯାଇଥିଲେ ସମର୍ । ସିଜରିଂ ହୋଇ ଝିଅଟିଏ ହେଲା । ଝିଅଟିକୁ ଦେଖି ସମର ଓ ପରିବାରର ମନ ଭାଙ୍ଗି ଯାଇଥିଲା । ଡାକ୍ତରଖାନାରେ ସୋମ୍ୟାକୁ ଜଗିଥିଲା ତାଙ୍କ ଚାକରାଣୀ ର ଭଉଣୀ । କିଛି ଟଙ୍କା ଦେଇ ତାକୁ ଡାକିଥିଲେ ଜଗିବାକୁ । ବେଳେ ବେଳେ ସମର୍ ମଧ୍ୟ ଆସନ୍ତି ।ଉଦାସ ଦେଖା ଯାଆନ୍ତି । ବେଳେବେଳେ ବିନା କାରଣରେ ବିରକ୍ତ ହୁଅନ୍ତି । ଝିଅକୁ କେବେବି କୋଳକୁ ନିଅନ୍ତିନି । ପିଲା ଜନ୍ମର ସାତଦିନ ପରେ ଡାକ୍ତର କହିଲେ ଘରକୁ ନେଇ ଯିବାକୁ । ଆବଶ୍ୟକୀୟ କାଗଜପତ୍ର କରିବାକୁ ବାଧ୍ୟ ହୋଇ ଯାଇଥିଲେ ସମର୍ । ଏହି ସମୟରେ ହଠାତ୍ ସୋମ୍ୟା ସହ ଦେଖା ହେଲା ସାଗର । ତା ସହପାଠୀ । ସ୍ତ୍ରୀ କୁ ନେଇ ଆସିଥିଲା ଡେଲିଭରି ପାଇଁ । ସୋମ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହେଲା । ପଚାରି ବୁଝିଲା ତା କଥା । ଝିଅକୁ କୋଳକୁ ନେଲା । ଏହି ସମୟରେ ପହଞ୍ଚି ଗଲା ସମର । ସାଗରକୁ ଦେଖି ରାଗରେ ତମତମ ହେଲା । କ୍ୟାବିନରୁ ବାହାରକୁ ବାହାରି ଆସି ଫୋନ୍ କଲା ସୋମ୍ୟାର ବାପା ମାଆ ଙ୍କୁ ।ଦୁଇ ଘଣ୍ଟା ଭିତରେ ସୋମ୍ୟାର ବାପା ମାଆ ପହଞ୍ଚି ଗଲେ । କିଛିଟା ଟଙ୍କା ସୋମ୍ୟା ଉପରକୁ ଫୋପାଡ଼ି ତା ବାପା ମାଆଙ୍କ ସହ ଚାଲି ଯିବାକୁ କହିଲା । ସୋମ୍ୟା କିଛି ବୁଝି ପାରୁନଥିଲା । ତାକୁ ଏପରି ଛାଡି ଦେବାର ମାନେ କଣ ହୋଇ ପାରେ । ସନ୍ଦେହ ନା ତା କନ୍ୟା । ଚେଷ୍ଟା କରି କିଛି ପଚାରି ପାରୁନଥାଏ ସମରକୁ । ଯେମିତି ଏଇ ଟିକକ ସ୍ବାଧୀନତା ମଧ୍ୟ ତାର ନାହିଁ । 

 


Rate this content
Log in

Similar oriya story from Tragedy