Sangeeta Barik

Children

4  

Sangeeta Barik

Children

ଏଲିଏନ୍

ଏଲିଏନ୍

2 mins
252



ରବିବାର ପୁରା ଦିନ ସ୍କୁଲ ଛୁଟି । ଆଉ ଶନିବାର ଅଧା ଛୁଟି । ତେଣୁ ଶନିବାର ମଧ୍ୟ ରବିବାର ଭଳି ଆନନ୍ଦ ଦିଏ । ଦିନେ ଶନିବାର ବିଜ୍ଞାନ ସାର୍ ବିଦ୍ୟାଳୟରେ ଏଲିଏନ୍ ବିଷୟରେ କହୁଥିଲେ । ଖୁବ୍ ଭଲ ଲାଗୁଥିଲା ତାଙ୍କ କଥା । ଇଚ୍ଛା ହେଉଥିଲା ଏଲିଏନ୍ କୁ ଟିକିଏ ଦେଖିବାକୁ । ତାର କିଛି ଦିନ ମଧ୍ୟରେ ଏକ ଏଲିଏନ୍ ସିନେମା ଘର ପାଖ ସିନେମା ହଲ୍ ରେ ପଡିଲା । ତେଣୁ ମୁଁ ବାପାଙ୍କୁ ସେହି ଏଲିଏନ୍ ସିନେମା ଦେଖେଇବାକୁ ନେବା ପାଇଁ କହିଲି । ମାଆ ମଧ୍ୟ ମୋ ସହ କଣ୍ଠ ମିଳେଇଲା । ବାପା ବାଧ୍ୟ ହୋଇ ରାଜି ହେଲେ । ବାପାଙ୍କୁ ପ୍ରାୟ ସମୟ ହୁଏନି କୁଆଡେ ଯିବାକୁ । ସବୁବେଳେ କର୍ମବ୍ୟସ୍ତ ରୁହନ୍ତି । ଏପରିକି ରବିବାର ମଧ୍ୟ । ମୁଁ କିନ୍ତୁ ବୁଝି ପାରେନି ଏତେ କାମ କଣ । ପଚାରିଲେ କହନ୍ତି ତୁ ବଡ ହେଲେ ବୁଝିବୁ । ସେଦିନ ଆମେ ତିନିଜଣ ମିଶି ସିନେମା ଗଲୁ । ମୋତେ ବହୁତ ମଜା ଲାଗିଲା । ସତରେ ସେ ଏଲିଏନ୍ କେତେ ଶକ୍ତିଶାଳୀ । ହିରୋ ଯାହା ଚାହୁଁଥାଏ ସେ ସବୁ କାମ କରି ଦେଉଥାଏ । ମୋର ବି ଇଚ୍ଛା ହେଲା ଗୋଟିଏ ଏଲିଏନ୍ ରଖିବାକୁ । ସେଥିପାଇଁ ମୁଁ ଭଗବାନଙ୍କୁ ବହୁତ ଡାକିଲି । କାରଣ ଗାଁରେ ଜେଜେମା କହେ ପିଲାମାନେ ଭଗବାନଙ୍କୁ ସହୄଦୟରେ ଯାହା ମାଗନ୍ତି ଭଗବାନ ତାକୁ ସବୁ ଦିଅନ୍ତି । ମୋ ମନକଥା ବାପା କେମିତି ଜାଣି ପାରିଲେ । ହସି ହସି ମୋତେ କହିଲେ 

........ତୁ କଣ ହାତ ଯୋଡି ଭଗବାନଙ୍କୁ ଏଲିଏନ୍ ମାଗୁଛୁ

........ହଁ ମୋର ଏଲିଏନ୍ ନିହାତି ଦରକାର । ଆଉ ଆଜି ଦରକାର ।

.........କାହିଁକି ?

........ପଅରଦିନ ଆମ ବିଦ୍ୟାଳୟରେ ଏଲିଏନ୍ ଉପରେ ଏକ ଭାଷଣ ପ୍ରତିଯୋଗିତା ଅଛି । ଏଲିଏନ୍ ଯଦି ମୋତେ ମିଳିଯିବ ତେବେ ସେ ମୋତେ ତା ବିଷୟରେ ଏକ ସୁନ୍ଦର ଲେଖା ଲେଖିକି ଦେଇ ପାରିବ ।


 ବାପା ମାଆ ମୋ କଥା ଶୁଣି ହସିଲେ । ମୁଁ କିନ୍ତୁ ଏଲିଏନ୍ କଥା ଭାବୁଥିଲି । ଘରକୁ ଫେରି ଆମେ ଖାଇ ପିଇ ଶୋଇଲୁ । ସେତେବେଳେ ଭଗବାନ ମୋ କଥା ଶୁଣିଲେ । ଗୋଟେ ଏଲିଏନ୍ ମୋ ପାଖକୁ ଆସିଲା । ଆମେ ବହୁତ ଖେଳିଲୁ । ହଠାତ୍ ସେ କୁଆଡେ ଲୁଚି ପଡିଲା । ମୁଁ ତାକୁ ବହୁତ ଖୋଜିଲି । ଏଲିଏନ୍ ଏଲିଏନ୍ ବୋଲି ଜୋରରେ ଡାକ ପକେଇଲି । ହଠାତ୍ ମା ମୋତେ ହଲେଇ ଦେଲା । ମୁଁ ଆଖି ଖୋଲିଲା ବେଳକୁ ସକାଳ ହୋଇ ସାରିଥାଏ । ସେଥିପାଇଁ ବୋଧେ ଏଲିଏନ୍ ପଳେଇଲା । ମୁଁ ତାକୁ ଏପଟ ସେପଟ ଅନେଇ ଖୋଜୁଥାଏ । ସେ ମିଳିଲାନି । କିନ୍ତୁ ମୋ ପଢା ଟେବୁଲ ରେ ଗୋଟିଏ କାଗଜ ଥିଲା । ସେଥିରେ ଏଲିଏନ୍ ଉପରେ ଏକ ସୁନ୍ଦର ଭାଷଣ ଲେଖା ହୋଇଥିଲା । ଅକ୍ଷର ଗୁଡିକ ଠିକ୍ ବାପାଙ୍କ ଅକ୍ଷର ଭଳି । ମୁଁ ଜାଣି ପାରିଲି ଏଲିଏନ୍ ମୋ ମନ କଥା ଜାଣି ପାରିଥିଲା । ତେଣୁ ବାପାଙ୍କ ଭଳି ଅକ୍ଷର ରେ ତା ନିଜ ଉପରେ ଏକ ଭାଷଣ ଲେଖି ରଖି ଦେଇ ଯାଇଥିଲା । ମୁଁ ତାକୁ ହୄଦୟରୁ ବହୁତ ଧନ୍ୟବାଦ ଜଣେଇଲି ।



Rate this content
Log in

Similar oriya story from Children