Sangeeta Barik

Classics

3.9  

Sangeeta Barik

Classics

ଇହକାଳ ପରକାଳ ଦେବତା

ଇହକାଳ ପରକାଳ ଦେବତା

1 min
169



ଚମ୍ପା ମାଇପି ଲୋକଟା । ତାର ବା କେତେ ଜୁ ଯେ ? ତଥାପି ସମସ୍ତ ବଳ ଖଟେଇ ସେ ସବୁଦିନ ତା ମରଦ ଚରଣକୁ ତଳୁ ଉଠାଏ । ନିଜ କାନ୍ଧରେ ସାହାରା ଦେଇ ରାସ୍ତା କଡରୁ ଉଠେଇ, ଘର ଯାଏ ଆଣେ । ଇଚ୍ଛା ତ ହେଉଥାଏ ତାକୁ ଛାଞ୍ଚୁଣୀରେ ପିଟି ନିଶା ଛଡେଇ ଦେବାକୁ । କିନ୍ତୁ ପାରେନି । ମା କଥା ମନେପଡେ । ସ୍ବାମୀ କାଳେ ଇହକାଳ ପରକାଳର ଦେବତା । ତାଙ୍କୁ ମାରିବା ମନା । କିନ୍ତୁ ଦେବତା କଣ ଏମିତି ହଇରାଣ କରନ୍ତି ? ତଣ୍ଟି ଯାଏ ମଦ ପିଇ ମାତାଲ୍ ହୋଇ ରାସ୍ତା କଡରେ ପଡନ୍ତି । ଭୀଷଣ ବିରକ୍ତ ଲାଗେ ତାକୁ । ସହି ନପାରି ମନଇଚ୍ଛା ଗାଳି ଦିଏ ।

    ଦିନେ ଚରଣ ଘରକୁ ଫେରିଲାନି । ତାକୁ ଖୋଜି ଖୋଜି ଚମ୍ପା ଯାଇ ମଦ ଭାଟିରେ ପହଞ୍ଚିଲା । ଚରଣ ସେଇଠି ମଦ ଖାଇ ଗଡୁଥିଲା । ଭାଟି ମାଲିକର ଚାହାଣୀ ଟା ଭାରି ଅଡ଼ୁଆ ଲାଗିଲା ଚମ୍ପା କୁ । ସେ କାହାକୁ କିଛି ନକହି ଚରଣକୁ ଧରି ଘରକୁ ଆସିଲା । ମନ ଇଚ୍ଛା ଛାଞ୍ଚୁଣୀରେ ପିଟି ଦେଇଗଲା । ତାପର ଦିନ ଗାଁ ରେ ନିଶାପ ବସିଲା । ଗାଁ ମୁଖିଆ ମାରିବାର କାରଣ ପଚାରିଲେ । ଚମ୍ପା ତଳକୁ ମୁହଁ ପୋତି କହିଲା " ଏ ଗେରସ୍ତଟା ମୋତେ ଇହକାଳରେ ବହୁତ ଯମ ଯନ୍ତ୍ରଣା ଦେଲାଣି । ତେଣୁ ପରକାଳରେ ଇଏ ଆଉ ମୋତେ ନମିଳୁ । ତେଣୁ ଜାଣି ଶୁଣି ମୁଁ ତାକୁ ମାରିଛି ।"

       


Rate this content
Log in

Similar oriya story from Classics