Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -144
ଜହ୍ନମାମୁଁ -144
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   6.6K    6


Content Ranking

ବିଷ୍ଣୁ ପୁରାଣ -୧

ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି ଗାନ୍ଧାର ଦେଶର ରାଜା ସୁବଳଙ୍କ ପୁତ୍ର ଥିଲେ । ଗାନ୍ଧାରୀ ଉଆଁସୀ କନ୍ୟା ଥିବାରୁ ତାକୁ ବିବାହ କରିବାକୁ କେହିବି ରାଜି ହେଉ ନଥିଲେ । ତେଣୁ ତାଙ୍କ ପିତା ତାଙ୍କୁ ପ୍ରଥମେ ଗୋଟିଏ ମେଣ୍ଢା ସହିତ ବିବାହ ଦେଲେ; ମେଣ୍ଢା ମରିଯିବାରୁ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କୁ ବିବାହ ଦେଲେ । ତେବେ ତଦ୍ୱାରା ତାଙ୍କର ଗ୍ରହର ଖରାପ ଅଂଶ କଟିଗଲା ।

କିନ୍ତୁ ଥରେ ଭୀମସେନ ଓ ଦୁର୍ଯ୍ୟୋଧନ ମଧ୍ୟରେ କଳି ଲାଗିଯିବାରୁ ଭୀମସେନ ତାକୁ ବିଧବାପୁତ୍ର ଗୋଲକପୁତ୍ର ବୋଲି ଗାଳି ଦେଲା । ସେଥିରୁ ଦୁର୍ଯ୍ୟୋଧନ ମଧ୍ୟ ରାଗିକରି ଯାଇ ନିଜ ମା’ଙ୍କୁ ପଚାରି ସବୁ ବୁଝିଲା । ସେଇଠୁ ମାମୁଁ ଓ ଅଜାଙ୍କ ଉପରେ ଯାଇ ତା’ ରାଗ ପଡିଲା । ଦୁହିଁଙ୍କୁ ମାରିଦେବାର ମନସ୍ଥ କରି ସେମାନଙ୍କୁ ଆଣି ସେ କାରାଗାରରେ ବନ୍ଦୀ କରି ରଖିଲା ।

କାରାଗାରରେ ରାଜା ସୁବଳଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁତ୍ର ଶକୁନିକୁ କହିଗଲେ କି ତାଙ୍କ ହାଡରେ ପଶାକାଠି କରି ଗଡାଇଲେ ଯାହା ଡାକିଲେ ତାହା ପଡିବ ଏବଂ ସେଇ ପଶାକାଠି ଦ୍ୱାରାହିଁ ସେ ଦୁର୍ଯ୍ୟୋଧନ ଉପରେ ପ୍ରତିଶୋଧ ନେଇ ପାରିବ ।

ସୁବଳଙ୍କ ମୃତ୍ୟୁ ପରେ ଶକୁନି ଭାବିବାକୁ ଲାଗିଲେ ସେ କିପରି ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବେ । ଶେଷରେ ସେ ମନସ୍ଥ କଲେ ଯେ ଦୁର୍ଯ୍ୟୋଧନର ପ୍ରିୟ ହୋଇ କୌଣସି ମତେ ପାଣ୍ଡବଙ୍କ ସହିତ ତା’ର ଶତୃତା କରାଇପାରିଲେ ନିଜର ଅଭିଷ୍ଟ ସିଦ୍ଧ ହେବ ।

କାରାଗାରରେ କିଛିଦିନ ରହିବା ପରେ ହଠାତ୍ ଦିନେ ଦୁର୍ଯ୍ୟୋଧନ କାରାରକ୍ଷୀଠାରୁ ଶୁଣିବାକୁ ପାଇଲା ଯେ ଶକୁନି ପଶାଖେଳରେ ଧୁରନ୍ଧର । ତେଣୁ ସେ ଶକୁନିକୁ କାରାମୁକ୍ତ କରାଇ ନିଜର ମନ୍ତ୍ରୀ କରି ରଖିଲା । ଶକୁନିଙ୍କ ବୁଦ୍ଧି ଓ ଚତୁରତାରେ ସେ ଅତ୍ୟନ୍ତ ମୁଗ୍ଧ ହେଲା । ସେହି ସୁଯୋଗରେ ଦିନେ ସେ ଦୁର୍ଯ୍ୟୋଧନଙ୍କ ପାଖରେ ପାଣ୍ଡବମାନଙ୍କ ସହ ପଶାଖେଳର ପ୍ରସ୍ତାବ ଦେଲେ । ପାଣ୍ଡବମାନଙ୍କର ସଦ୍ଗୁଣ ଓ ଲୋକପ୍ରିୟତାରେ ଦୁର୍ଯ୍ୟୋଧନ ତ ଆଗରୁ ଈର୍ଷାନ୍ୱିତ ହୋଇ ଭିତରେ ଭିତରେ ଖାଲି ଜଳୁଥିଲା । ଆଉ ଏ ଅପୂର୍ବସୁଯୋଗ ସେ କିପରି ବା ହାତଛାଡ କରନ୍ତା? ସେତେବେଳେ ପଶାଖେଳ ରାଜାମାନଙ୍କର ଏକ ସମ୍ମାନର ଖେଳ ଥିଲା । କେହି ଜଣେ ଖେଳିବାକୁ ନିମନ୍ତ୍ରଣ କଲେ ଅନ୍ୟ ଜଣେ ନ ଯିବାଟା ସମ୍ମାନହାନୀକର ଥିଲା । ତା’ଛଡା ଖେଳରେ ସବୁବେଳେ ପଣ ରଖା ହେଉଥିଲା ।

ଯୁଧିଷ୍ଠିର ସତ୍ୱଗୁଣସମ୍ପନ୍ନ ଥିଲେ ମଧ୍ୟ ଚନ୍ଦ୍ରରେ କଳଙ୍କ ତୁଲ୍ୟ ପଶାଖେଳରେ ନିଶାଥିଲା ତାଙ୍କ ଚରିତ୍ରର ଅନ୍ୟ ଏକ ଦୁର୍ବଳତା । ତାଙ୍କର ସେଇ ଦୁର୍ବଳତା ଯୋଗୁଁ ସେ ଦୁର୍ଯ୍ୟୋଧନ ଓ ଶକୁନିଙ୍କ ସହିତ ପଶାଖେଳି ରାଜ୍ୟକୁ, ଭାଇମାନଙ୍କୁ ଓ ଶେଷରେ ଦ୍ରୌପଦୀଙ୍କୁ ମଧ୍ୟ ପଣରଖି ହରାଇଲେ ।

ଠିକ୍ ସେହି ସମୟରେ ଶ୍ରୀକୃଷ୍ଣ ବି ତାଙ୍କ ସ୍ତ୍ରୀମାନଙ୍କ ସହିତ ପଶା ଖେଳୁଥିଲେ । ସେଥିରେ କୃଷ୍ଣ ଓ ରୁକ୍ମିଣୀ, ଦୁହେଁ ସତ୍ୟଭାମାଙ୍କ ପାଖରେ ହାରିଯିବାରୁ ସତ୍ୟଭାମା ରୁକ୍ମିଣୀଙ୍କୁ କହିଲେ, “ଅପା, ଏବେ ତମେ ଓ କୃଷ୍ଣ ଦୁହେଁ ମୋର ଅଧିନ । ମୋ ସହିତ ଚାଲ ।”ଏକଥା କହି ସେ ରୁକ୍ମିଣୀଙ୍କ କାନି ଧରି ଟାଣିଲେ । କିନ୍ତୁ ସେତେବେଳେ ସମସ୍ତେ ଦେଖିଲେ ଶ୍ରୀକୃଷ୍ଣ ହଠାତ୍ ଗମ୍ଭୀର ହୋଇ ଗଲେ ଓ କହିଲେ, “ଅକ୍ଷୟ” ଏଥିରୁ କେହି କିଛି ହେଲେବି ବୁଝିପାରିଲେ ନାହିଁ ।

ଏଣେ ହସ୍ତିନାପୁରର କୌରବ ସଭାରେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ରହରଣ କରୁଥାଏ । ସେତେବେଳେ ଅସହାୟା ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି “ହା କୃଷ୍ଣ!” ବୋଲି କହି ଉଚ୍ଚସ୍ୱରରେ କାନ୍ଦି ଉଠିଲେ । ସେତିକିବେଳେ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ତାଙ୍କରି ମାୟାବଳରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ ଦୁଃଶାସନ ଶାଢୀ ଟାଣି ଟାଣି ଗଦା କଲାଣି କିନ୍ତୁ ଶାଢୀର ଶେଷ କାହିଁ ମୋଟେବି ହେଉନାହିଁ । ଶେଷକୁ କ୍ଳାନ୍ତ ହୋଇ ଦୁଃଶାସନ ତଳେ ପଡିଗଲା ।

ସେ ସଭାରେ ଭୀମସେନ ଏହା ସଂକଳ୍ପ କଲେ କି ଦୁଃଶାସନର ହାତ ଉପାଡି ସେଇ ରକ୍ତରେ ସେ ଦ୍ରୌପଦୀଙ୍କର ବେଣୀବନ୍ଧନ କରିବେ ।

ମୟସଭାରେ ଦୁର୍ଯ୍ୟୋଧନର ବୋକାମୀ ଦେଖି ଦ୍ରୌପଦୀ ହସି ପକାଇଥିଲେ । ସେଥିପାଇଁ ଏ ପ୍ରତିଶୋଧ । ଦୁର୍ଯ୍ୟୋଧନ ଓ ତା’ର ଭାଇମାନେ କ୍ରୋଧ, ଲୋଭ, ମଦ, ଈର୍ଷ୍ୟା ଇତ୍ୟାଦି ଦୁର୍ଗୁଣ ସବୁର ଆଧାର ଥିଲେ ।

ଦୁର୍ଯ୍ୟୋଧନ ଶକୁନି ସୁବଳ

Rate the content


Originality
Flow
Language
Cover design

Comments

Post

Some text some message..