Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Abstract Inspirational

2  

Trupti Paikaray

Abstract Inspirational

ଇ-ଗୁରୁପୂଜା

ଇ-ଗୁରୁପୂଜା

5 mins
7.2K


ଗୁରୁ ଦିବସ ପାଳନ କରିବା ପାଇଁ ଏନ.କେ ଇଞ୍ଜିନିଅରିଂ କଲେଜର, ଫାଇନାଲ ଇଅର ପିଲାମାନେ ସ୍ଥିର କଲେ I ଏଇଟା କଲେଜରେ ତାଙ୍କର ଶେଷ ବର୍ଷ, ତେଣୁ ଧୁମଧାମରେ ଟିକେ ପାଳନ କରିବେ I ଏଥର କିନ୍ତୁ କ୍ଲାସର ସବୁଠାରୁ ପଛ ସିଟରେ ବସୁଥିବା ପିଲାମାନେ ଆଗୁଆ,ସେମାନେ ନିଜକୁ "ରକି ଗ୍ୟାଙ୍ଗ" କୁହନ୍ତି, ସେମାନେ ମାସକୁ ଥରେ କି ଦୁଇଥର କ୍ଲାସ କରନ୍ତି I ହେଲେ ଆଜି ଆସି ପୁରା ସୁନାପିଲା ପରି ହାଜର ଆଉ ସବୁ କଥାରେ ଝଗଡା ପୁରାଉଥିବା ପିଲାମାନେ ଆଜି କେମିତି ଏତେ ଭଦ୍ର ଆଉ ଶାନ୍ତ ଦେଖିକି ଅନ୍ୟମାନେ ବି ଚିନ୍ତାରେ ପଡିଗଲେ I ସେ ଯାହା ହେଉ, କ୍ଲାସର ଏକତା ଟିକେ ବଢିଗଲା ଆଉ ସମସ୍ତେ ପଇସା କଲେକ୍ସନ କଲେ ଯେମିତି ପୁରା ଜମIଣିଆ କି ଟିଚର୍ସ ଡ଼େ ପାଳନ ହେବ I ରକି ଗ୍ୟାଙ୍ଗର ସବୁ ମେମ୍ବର ଆଗରେ, ଆଉ ସେମାନେ କହିଲେ ଆମେ ଏଥର ସବୁ ଦାୟିତ୍ୱ ନେବୁ, ଯେମିତି ଫେସବୁକ ଆଉ ଟ୍ୱିଟରରେ ଆମ ଗୁରୁଦିବସ ଫଟୋ ସବୁ ହଜାରରୁ ଅଧିକ ଲାଇକ ପାଇବ I ସେଠିଥିବା ସବୁ ପିଲା ହସିଲେ, ସେଥିରୁ ରକି ଯିଏ ଲିଡର ବାହାରି ପଡିଲା, ସେ କହିଲା "ଏସବୁ ପୂର୍ବରୁ ଚାଲ ସମସ୍ତେ ମିଶି ଆଗ ଷ୍ଟାଫ ରୁମକୁ ଯିବା, କାରଣ ଆଗ ଆମକୁ ଟିଚର୍ସମାନଙ୍କୁ ରେଡି କରେଇବାର ଅଛି, ନହେଲେ ଗୁରୁ ଦିବସ ପୁରା ଫେଲ ମାରିଯିବ" I ସେ କହିଲା, ସବୁ ଟିଚର୍ସମାନେ କIଲି କଣ ପିନ୍ଧିବେ ଆଉ କେମିତି ଷ୍ଟାଇଲରେ ଆସିବେ ସେକଥା ଆଗ ଆମେ ଡିସ୍କସନ ସାରିବା, ତାପରେ ବାକି ସବୁ ଯୋଗାଡ଼ କରିବା I ଶେଷରେ ସଵୁ ପିଲା ଷ୍ଟାଫରୁମ ଗଲେ, ରକି ଆଉ ତା ଟିମକୁ ଦେଖି ସବୁ ସାର ଆଉ ମ୍ୟାଡ଼ାମମାନେ ବି ଚକିତ, କିଛି ଗଣ୍ଡଗୋଳ ନହେଲେ ସେମାନଙ୍କ ଦେଖା ନଥାଏ, ସମସ୍ତେ ଭାବିନେଲେ ବୋଧେ କିଛି ଗଣ୍ଡଗୋଳ ହେଇଚି I ହେଲେ ରକି କହିଲା "ଆମେ ଟିକେ ଟିଚର୍ସ ଡେ଼ ସେଲିବ୍ରେସନ ପାଇଁ ଆସିଛୁ କିଛି କଥା ହେବାକୁ", ସମସ୍ତେ ଶୁଣି ଆଶ୍ଚର୍ଯ୍ୟ I ତେଣୁ ଆରମ୍ଭ ହେଲା ତାଲିକା ପ୍ରସ୍ତୁତି, ତାପରେ ରକି କହିଲା "ସବୁ ଟିଚର୍ସ ମାନଙ୍କୁ, ମୋର ଆଉ ଆମ ସମସ୍ତଙ୍କ ତରଫରୁ ଅନୁରୋଧ ସବୁ ସାରମାନେ ଟିଚର୍ସଡେ଼ରେ ବ୍ଲୁ କଲର ସାର୍ଟ ପିନ୍ଧିବେ ଆଉ ସବୁ ମ୍ୟାଡ଼ାମ ମାନେ ବ୍ଲୁ କଲର ଶାଢ଼ୀ, ତାପରେ ସମସ୍ତେ ସାମ୍ପୁ କରି ଭଲ ହେୟାର ଷ୍ଟାଇଲ କରିବେ I ଆଉ ଆମ ସବୁ ସ୍ଟୁଡେଣ୍ଟସ କାଲି ପିଙ୍କ କଲର ଡ୍ରେସରେ ଆସିବେ I ଆଉ ସବୁ ମ୍ୟାଡମ, ଆଉ ଆମ ଝିଅ ସାଙ୍ଗମାନେ ହେୟାର ଷ୍ଟ୍ରେଟେନିଙ୍ଗ କରିବେ, ଯେମିତି ସମସ୍ତେ ଫଟୋରେ ଭଲ ଆସିବେ Iଏସବୁ ଶୁଣି ପ୍ରଥମେ କିଛି ଟିଚରସ ରାଗିଗଲେ, ହେଲେ ରକି ପୁରା ସୁନାପିଲା ପରି ବୁଝେଇଲା I "ସାର ଆଜିକାଲି ଅନଲାଇନ ଯୁଗ, ପିଲାଠାରୁ ବୁଢା ସମସ୍ତେ ଫେସବୁକ ଆଉ ଟ୍ୱିଟର ଇଉଜ କରୁଛନ୍ତି, ଆଉ ଆମ ସରକାର ବି ଡିଜିଟାଲ ଇଣ୍ଡିଆକୁ କେତେ ଗୁରୁତ୍ୱ ଦେଉଛି I ତେଣୁ ଆମେ ଇଞ୍ଜିନିଅରିଂ କଲେଜ ହେଇ ଯଦି ଏସବୁ ନକରିବା ପଛରେ ପଡିଯିବା I ଏସବୁ ପରେ ସେ କହିଲା, " ଆମ ଷ୍ଟେଜ ବି ପୁରା ବ୍ଲୁ ଆଉ ପିଙ୍କ କଲରରେ ସଜା ହେବ, ତେଣୁ ସବୁ ଟିଚର୍ସ ଆଉ ଷ୍ଟୁଡେଣ୍ଟସ ବ୍ୟାକଗ୍ରାଉଣ୍ଡ ସହ ମ୍ୟାଚ କରିବା ଦରକାର, ତେବେ ଫଟୋଗୁଡା ଭଲ ଆସିବ I

କେତେଜଣ ୟଙ୍ଗ ଟିଚର୍ସ ଥିଲେ, ତାଙ୍କୁ ଆଇଡ଼ିଆ ଭାରି ଭଲ ଲାଗିଲା, ତାପରେ ସମସ୍ତେ ରାଜିହେଲେ ବ୍ଲୁ କଲର ଡ୍ରେସ ପିନ୍ଧିବାକୁ, ଶେଷରେ କିଛି ମ୍ୟାଡ଼ାମ ଖୁସି କାରଣ ସେଇ ବାହାନାରେ ଟିକେ ସଜବାଜ ହେଇଯିବେ, ଅନ୍ୟଦିନ ପୁରା ଫର୍ମାଲ ଡ୍ରେସରେ ଆସିବାକୁ ପଡେ I କମ୍ପୁଟର ସାଇନ୍ସର ଚାନ୍ଦିନୀ ମ୍ୟାଡ଼ାମ ଭାରି ଷ୍ଟାଇଲିସ, ତାଙ୍କ ମନ ବି ଭାରି ଖୁସି I ତାପରେ ରକି କହିଲା ସବୁ ଟିଚର୍ସମାନେ ଟିକେ ଖାଇଲାବେଳେ ଧୀରେ ଧୀରେ ଷ୍ଟାଇଲରେ ଖାଇବେ ଫୋର୍କ ଆଉ ନାଇଫ ଇଉଜ କରି, ଯେମିତି ଷ୍ଟାଇଲିସ୍ ଲୁକ ସେମିତି ଖାଇବା ଷ୍ଟାଇଲ ବି I ଏସବୁ ଶୁଣି କିଛି ସାର ରାଗିଲେ ଆଉ କହିଲେ, "ଏ ସବୁ କରିବା ଦରକାର ନାହିଁ , ଫାଲତୁ ଜିନିଷ ଏସବୁ" I ଜଣେ ସିନିଅର ରବି ସାର ଥିଲେ, ସିଭିଲ ଡିପାର୍ଟମେଣ୍ଟର, ସେ କହିଲେ ମୁଁ ସେସବୁ କରିପାରିବିନି I ତାପରେ ରକି କହିଲା "ସବୁ ସାର ଆଉ ମ୍ୟାଡ଼ାମ ମାନେ ଟିକେ ରହି ରହି ଧୀରେ ଧୀରେ ହସିବେ", ବେଶୀ ଜୋରରେ ନୁହେଁ କି ପୁରା ଆସ୍ତେ ନୁହେଁ I ସେ ପୁଣି ନିଜେ ହସିକି ଦେଖେଇଲା କେମିତି କରିବାକୁ ହେବ I ହଁ ଆଉ ନାଁ ଭିତରେ ଟିକେ ଯୁକ୍ତିତର୍କ ଚାଲିଲା, ରକି କହିଲା ସାର "ଆମେ ଫାର୍ଷ୍ଟ ଟାଇମ ଏଥିରେ ପାର୍ଟିସିପେଟ୍ କରୁଚୁ, କାରଣ ଏଥର ଶେଷ ବର୍ଷ ଆମର, ଆମେ କେଉଁ ବର୍ଷ ଆସୁନା ଏସବୁ କରିବାକୁ, ହେଲେ ଏଥର ଭଲକି ଫଟୋ ଉଠେଇ ଫେସବୁକ ଆଉ ଟ୍ଵିଟରରେ ଛଡା ହେବ, କାରଣ ଟିକେ ଇମ୍ପ୍ରେସନ ଭଲ ଆସିବ ଆଉ କମ୍ପାନୀ ମାନେ ଆମର ଗୁରୁ ଭକ୍ତି ଦେଖି ଚାକିରିପାଇଁ ୧୦ ମାର୍କ ଏକ୍ସଟ୍ରା ନିଶ୍ଚୟ ଦେବେ I ସବୁ ଟିଚର୍ସ ରାଗିଗଲେ ମନେମନେ, ହେଲେ ଏସବୁ ପିଲାଙ୍କ ସହ ଯୁକ୍ତି କରିବା ଉଚିତ ନୁହେଁ, କାରଣ ତା' ପରଦିନ କାନ୍ଥ, ଲାଇବ୍ରେରୀରେ ସାର ଆଉ ମ୍ୟାଡ଼ାମଙ୍କ ନାଁ ସବୁ ଲେଖା ହେଇଯିବ I ତେଣୁ, ସମସ୍ତେ ହଁ କହି ଚୁପ ହେଇଗଲେ I ତାପରେ ଏକଥା କଲେଜ ପ୍ରିନସିପାଲଙ୍କ କାନକୁ ଗଲା, ସେ ସମସ୍ତଙ୍କୁ ଡାକି କହିଲେ ଟିଚର୍ସ ଡ଼େ ଅତି ନିରାଡ଼ମ୍ବର ଭାବେ ଆଉ ଭକ୍ତି ସହକାରେ ପାଳନ କରିବାକୁ I ତାପରେ ରକି କହିଲା "ସାର ଆମ କଲେଜରେ ଭଲ ଆଡ଼ମିସନ ହେଉନି ଆଉ ଦିନକୁ ଦିନ ପିଲା କମ ହେବାରେ ଲାଗିଛନ୍ତି, ତେଣୁ ଏମିତି ସୁନ୍ଦର ଟିଚର୍ସ ଡ଼େ ସେଲିବ୍ରେସନ ଫଟୋ ଦେଲେ ବହୁତ ଲୋକ ଦେଖିବେ ଆଉ ଆମ କଲେଜ ଫେସବୁକ ଆକାଉଣ୍ଟରେ ଏଇ ଫଟୋ ଦେଲେ ବହୁତ ଲାଇକ ଆସିବ, ଯେତେ ଲାଇକ ଆସିବ ଆମର ଆଡ଼ମିସନ ସେତେ ବଢିବ, ପ୍ରିନସିପାଲ ଚୁପ ହେଇଗଲେ ଆଉ କିଛି କହିଲେନି I ତାପରେ କଲେଜ ଭାଇସ ପ୍ରିନସିପାଲ ଟିକେ ଅମଙ୍ଗ ହେଲେ, ରକି ସାରଙ୍କୁ ବୁଝେଇ କହିଲା "ସାର ମୁଁ ଆପଣଙ୍କ ଭଲଭଲ ଫଟୋ ନେବି, ଆଉ ଆପଣ ପୁରା ୟଙ୍ଗ ଲାଗିବେ, ସେସବୁ ଫରେନରେ ଥିବା ଆପଣଙ୍କ ପୁଅ, ବୋହୁଙ୍କ ସହ ଆଉ ନିଜ ବନ୍ଧୁବାନ୍ଧବଙ୍କ ସହ ସେୟାର କରିବେ ଦେଖିବେ ସମସ୍ତେ ଖୁସି ହେବେ ଆଉ ବହୁତ ଲାଇକ ଆସିବ I ଶେଷରେ ସବୁ ପ୍ଲାନ ହେଲା I


ଆଇ.ଟି ଡିପାର୍ଟମେଣ୍ଟର ପାୟଲ ମ୍ୟାଡ଼ାମ ଭାରି ଷ୍ଟାଇଲିଶ, ତାଙ୍କ ଗାଡି ସେଦିନ ଆସିଲାନି, ତାଙ୍କୁ ପାର୍ଲର ଯିବାର ଥାଏ ହେୟାର ଷ୍ଟ୍ରେଟନିଂ ପାଇଁ, ଶେଷରେ ସେ ରକିକୁ ଡାକି କହିଲେ "ରକି ମୋ ଗାଡି ଆଜି ଆସିନି, ତେଣୁ ତୁମ ଭିତରୁ କିଏ ଟିକେ ମତେ ନେଇ ପାର୍ଲରରେ ଛାଡିବ ଆଉ ସେଠାରୁ ନେଇ ପୁଣି ଘରେ, କାରଣ ଆଜି ହେୟାର ସ୍ଟ୍ରେଟନିଂ ଆଉ ଫେସିଆଲ ସବୁ କରିବାକୁ ପଡିବ, ନହେଲେ ଆଉ ଟାଇମ ନାହିଁ I ରକିର କାମ ଆହୁରି ବଢିଗଲା, ପୁଣି ଇ.ଟି.ସିର ଆଲୋକ ସାର ଡାକିଲେ ରକିକୁ "ଆରେ ରକି ମୋର ବ୍ଲୁ ସାର୍ଟ ନାହିଁ ଜମା, ଆଗରୁ ଥିଲା ସେ ତ ପୁରୁଣା ତେଣୁ ମତେ ଟିକେ ନେଇ ଚାଲେ ସାର୍ଟ କିଣିବାକୁ, ଏମିତି ରକି ଗୋଟେ ଟିମ୍ କରିଦେଲା ଯେଉଁମାନେ ଟିଚର୍ସମାନଙ୍କୁ ସାହାଯ୍ୟ କରିବେ ମେକଅପ୍ ଆଉ ନବାଆଣିବା କରିବାକୁ I ତା'ପରଦିନ ସମସ୍ତେ ବ୍ଲୁ କଲର ଡ୍ରେସ ପିନ୍ଧି ଆସିଲେ I ରକି ପୁରା ବିଜି ଥାଏ ପ୍ରୋଗ୍ରାମ ଆରମ୍ଭରୁ ଫଟୋ ନେବାରେ I ଖାଇବାବେଳେ ସାର କିଛି ପାଟିକି ନେଲାବେଳକୁ ବି ରକି ଛାଡ଼ିଲାନି "ସାର ପ୍ଲିଜ଼୍ ସ୍ପୁନ୍ ଏମିତି ଧରି, ଟିକେ ସ୍ମାଇଲ୍ କରି ଖା'ନ୍ତୁ, ମ୍ୟାଡ଼ାମ ଆପଣ ଏମିତି ବସନ୍ତୁ, ଠିଆ ହୁଅନ୍ତୁ ଇତ୍ୟାଦି" I ଏସବୁ ଭିତରେ ଟିଚର୍ସ ଡ଼େ ପାଳନ ହେଲା ଆଉ ଶେଷକୁ ପ୍ରିନସିପାଲ କହିଲେ, "ଏସବୁ ଧନ୍ଦା ଏ ବର୍ଷ ଠାରୁ ବନ୍ଦ, ଆମର ପାରମ୍ପରିକ ନୀତିରେ ପାଳନ ହେବ, ହେଲେ ଏକଥା କି ଆଉ ରକି ଶୁଣେ, ସେ ଯାଇ ଫେସବୁକ ଆଉ ଟ୍ଵିଟରରେ ଫଟୋ ଅପଲୋଡ କରିବାରେ ଲାଗି ପଡିଲା, ଟିଚର୍ସମାନେ କଣ କହିଲେ ବି ସେଥିରେ ତାର ଖାତିର ନଥାଏ, ତାପରେ ସାର ଆଉ ମ୍ୟାଡ଼ାମ କିଏ କୁଆଡେ ଗଲେ ଟିକେ ପଚାରିବା ତ ଦୂରକଥା ଶେଷକୁ ରକି କାହାକୁ ଟିକେ ପ୍ରଣାମ ହେଲାନି କି ଟିଚର୍ସ ଡ଼େ ଶୁଭେଚ୍ଛା ବି ଦେଲାନି I ରକି ଗ୍ୟାଙ୍ଗର ଯେତେ ମେମ୍ବର ସବୁ କୁଆଡେ ଗାୟବ I ସେଠାରେ ଥିବା ଅନ୍ୟ କିଛି ପିଲା ସବୁ ଟିଚର୍ସମାନଙ୍କୁ ଭଲମନ୍ଦ ପଚାରି ବୁଝିଲେ, ନେଇ ଗିଫ୍ଟ ଦେଲେ ଆଉ ସମସ୍ତଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଲେ, ହେଲେ ରକି ଗ୍ୟାଙ୍ଗ ଫଟୋ ଆଉ ସେଲ୍ଫି ନେଇ ଗାୟବ, ଆଉ ଗଲାବେଳେ ରକି ସମସ୍ତଙ୍କୁ ଖତେଇ ହେଲା ପରି କହିକହି ଯାଉଥାଏ " ମୁଁ ଯାଉଛି ଇ-ଗୁରୁପୂଜା କରିବି, ତୁମେମାନେ ଏଠି ବସିବସି ସମୟ ନଷ୍ଟ କରୁଥାଅ I


Rate this content
Log in

Similar oriya story from Abstract