Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Classics

3  

Shibashis Padhee

Classics

ମେଧା ର ମୂଲ୍ୟ

ମେଧା ର ମୂଲ୍ୟ

5 mins
536



ମେଟ୍ରୋ ଷ୍ଟେସନରେ ଓହ୍ଲାଇ ପନ୍ଦର ମିନିଟ୍ ର ଓ୍ଵାକ୍ କରି ଅଫିସ୍ ରେ ପହଞ୍ଚିଲା ବେଳକୁ ପୁରା ଝାଳରେ ବୁଡି ଯାଇଥିଲା ପ୍ରବୀଣ। ଫୋନିକ୍ସ ହାଇଟେକ୍ ସଫ୍ଟୱେର କମ୍ପାନୀ ର ପନ୍ଦର ମହଲା ବିଲଡିଂ। ସବା ଉପରେ ତାର କ୍ୟାବିନ । ଅଫିସ୍ ଭିତରେ ପ୍ରବେଶ କରିବା ସମୟରେ ଲିଫ୍ଟ ଭିତର ଗ୍ଲାସ୍ ପ୍ୟାନେଲ୍ ରେ ନିଜ ଟାଇ ନଟ ସଜାଡି ନେଲା ସେ। ଖରାଦିନ ଗରମରେ ରାଜଧାନୀ ଦିଲ୍ଲୀ ରେ କେଉଁ ଆଡେ ଯିବା କେତେ ଯେ ‌କଷ୍ଟକର ତାହା ଅନୁଭବୀ ହିଁ ଜାଣିଛି !

ରିସେପନିଷ୍ଟ ନୀରଜା ତା'କୁ ଦେଖି ଟିକିଏ ହସିଦେଲା। କେଜାଣି କାହିଁକି ଏଇ ଝିଅଟିକୁ ଦେଖିଲେ ଭାରି ରାଗଲାଗେ ପ୍ରବୀଣ କୁ। ଆଜି ଲାଗିଲା ସେ କେମିତି ଏହାର ଝାଳନାଳ ଦୟନୀୟ ଚେହେରା କୁ ଦେଖି ଟଣ୍ଟ କରୁଛି।ଚିଡି ଯାଇ କିଛି କହିଲା ବେଳକୁ ପଛ ରୁ ଶୁଭିଲା "ସା'ବ୍ ବସ ବୁଲା ରହେ ହୈ!"

ବୁଲି ଚାହିଁଲା ସେ...

ଅଫିସ ଆସିଷ୍ଟାଣ୍ଟ ପାଣ୍ଡେ,ପାନ ଖାଇ ପାଟି ଲାଲ୍।

ଅଫିସ୍ ର 'ନୋ ଟବାକୋ' ଆଉ 'ସ୍ଵଚ୍ଛ ଭାରତ' ମିସନ ଯେମିତି ଏଇ ଲୋକ ପାଖରେ ଫେଲ ମାରି ଯାଇଛି।

ଟିକିଏ ହସି ଦେଲା ସେ, କାମିକା ଲୋକଟି,ସ୍ଥାନୀୟ ବାସିନ୍ଦା ହେତୁ ଅସୁବିଧା ସମୟରେ ସମସ୍ତଙ୍କ କାମରେ ଆସିଥାଏ।

ଅଫିସ ରେ ଲାଗିଥିବା ବିରାଟ କାନ୍ଥ ଘଣ୍ଟା କୁ ଚାହିଁଲା ସମୟ ଦଶ ଟା ପନ୍ଦର ! ଜାଣିଗଲା କାହିଁକି ଏ ଡାକରା ! ଭାରି ସମୟାନୁବର୍ତ୍ତୀ ବସ ! ନିଜେ ଡେରି କରିବେନି କି କିଏ ଡେରି କଲେ ଛାଡ଼ିବେନି ! ଆଜି ପୁଣି ଶୁଣିବାକୁ ପଡିବ ନିଶ୍ଚୟ ! ବସ୍ ଙ୍କ ଅଫିସ ଆଡ଼କୁ ପାଦ ବଢ଼ାଇଲା ସେ !


ଭିତର କୁ ଯାଉ ଯାଉ ବର୍ଷି ଗଲେ ବସ ଯେମିତି ସେ ପନ୍ଦର ମିନିଟ ନୁହେଁ ଦେଢ଼ ଘଣ୍ଟା ଡେରି କରିଛି ! ଚୁପ ଚାପ ମୁଣ୍ଡ ପାତି ସହି ଯାଉଥିଲା ପ୍ରବୀଣ କାରଣ ଅନ୍ୟ ଉପାୟ ନ ଥିଲା ! ଘରୋଇ କମ୍ପାନୀ ଚାକିରୀ ରେ ଉପରିସ୍ଥ ଙ୍କ ସହ ଯୁକ୍ତି କରା ଯାଏନି ! ପ୍ରବୀଣ ଆଗରୁ ଅନେକ ଥର ଘର ର ଅସୁବିଧା କଥା କହିଛି ସେ କିନ୍ତୁ କେବେ ବୁଝି ନାହାନ୍ତି କି ବୁଝିବାର ଚେଷ୍ଟା ବି କରି ନାହାନ୍ତି ! ମନ ଭରି ଗାଳି ଦେବା ପରେ ବସି ବାକୁ କହିଲେ ବସ ! ଟେବୁଲ ରେ ଥୁଆ ହୋଇଥିଲା ଗତ କାଲି ପ୍ରବୀଣ ଦେଇଥିବା ପ୍ରୋଜେଟ ର ଫାଇଲ ! ତାକୁ ବିଷଦ ଭାବେ ପଢି ଅନେକ ସ୍ଥାନ ରେ ନାଲି ପେନ ରେ ମାର୍କ କରିଥିଲେ ସେ ! କହିଲେ 


"ରିପୋର୍ଟ ଟା ଠିକ ଠାକ ଅଛି ଅଳ୍ପ କିଛି ପରିବର୍ତ୍ତନ ହେବ ମୁଁ ଚେକ କରିଦେଇଛି ଓ ଭୁଲ ସବୁ ଚିହ୍ନଟ କରି ଦେଇଛି ତାକୁ ସଂଶୋଧନ କରି କି ମୋତେ ଚାରିଟା ସୁଧହା ଦେବ "


ନିଜ ଟେବୁଲ ରେ ବସି ଫାଇଲ ଟାକୁ ଦେଖୁଥିଲା ପ୍ରବୀଣ ! କିଛି ବିଶେଷ ଭୁଲ ଭାଲ ନ ଥିଲା କିନ୍ତୁ ଅଧସ୍ତନ ର କିଛି ଭୁଲ ନିହାତି କାଢ଼ି ନିଜ ଅହଂ ର ତୁଷ୍ଟିକରଣ ପାଇଁ ଅଯଥା ଚେଷ୍ଟା କରା ଯାଇଥିଲା ! ସେ ଜାଣିଛି ବସ କେବଳ କମ୍ପାନୀ ମାଲିକ ଙ୍କ ଭଣଜା ହିସାବ ରେ ହିଁ ଏଠିକା ମୁଖ୍ୟ ନ ହେଲେ ଯୋଗ୍ୟତା ର ଘୋର ଅଭାବ ତାଙ୍କ ଠି !


ଉତ୍କଳ ରୁ ଏମ ବି ଏ ପରେ ଦିଲ୍ଳୀ ର ଏଇ କମ୍ପାନୀ ରେ ଯୋଗ ଦେବାର ପ୍ରାୟ ଦଶ ବର୍ଷ ହେଲାଣି ! ଦରମା ପ୍ରାୟ ସତୁରି ହଜାର ! ଗାଁ କୁ ଗଲେ ସାଇ ପଡିଶା ପଚାରିବା ବେଳେ ସତୁରି ହଜାର କହିଲେ ଟିକିଏ ଛାତି ଫୁଲି ଉଠେ କିନ୍ତୁ ମନ ଜାଣୁଛି ଦିଲ୍ଳୀ ରେ ସତୁରି ହଜାର ର ମୂଲ୍ୟ କେତେ ! ମାତ୍ର ଦୁଇଟି କୋଠରୀ ଘର, ଭଡା ପନ୍ଦର ହଜାର ଗଲା ପରେ ଦୁଇ ଦୁଇ ଟି ଛୁଆ ଙ୍କୁ ନେଇ ଚଳିବା ମୁସ୍କିଲ ହୋଇ ପଡେ ! ଭାରି ହିସାବୀ ପତ୍ନୀ ନିତା ଙ୍କ ଯୋଗୁଁ କିନ୍ତୁ ଚଳିବା ର କଷ୍ଟ ଏତେଟା ଜାଣି ପାରେ ନି ସେ ! ତାକୁ ଦୈନନ୍ଦିନ ଘର କାମ ରୁ ମୁକ୍ତ କରି ନିଜେ ସବୁ ବୁଝନ୍ତି ସେ ! ତଥାପି ଚିନ୍ତା ଲାଗେ ତାକୁ ଆଉ କିଛି ଦିନ ପରେ ପୁଅ ସ୍କୁଲ ଯିବ ! ଦିଲ୍ଳୀ ରେ ଛୋଟ ଛୁଆ ଙ୍କ ପାଠ ପଢା ବି ଖୁବ ମହଙ୍ଗା ! କେମିତି କଣ ହେବ?? 


ଚାତକ ଭଳି ପ୍ରମୋସନ କୁ ଚାହିଁ ବସିଛି ସେ ! ପ୍ରମୋସନ ହେଲେ ଭୁବନେଶ୍ୱର ଅଫିସ କୁ ବଦଳି ମାଗିବ ଦୀର୍ଘ ଦିନ ହେବ ଖାଲି ଅଛି ସେ ପୋଷ୍ଟ ! ସକଳ ଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ଥାଇ ବି କିନ୍ତୁ ଭୁବନେଶ୍ୱର ଗଲେ ଦରମା ତ ଅଳ୍ପ ବଢିବ କିନ୍ତୁ ଗାଁ ଘର ପରିବାର ପାଖରେ ରହିବ ! ଏତକ ଆୟ ରେ ବି ଭଲ ରେ ଚଳି ହେବ ! ପ୍ରମୋସନ ରୂପକ ପଦ୍ମ ଘୁଂଚି ଘୁଞ୍ଚି ଯାଉଛି କାରଣ କମ୍ପାନୀ ର ମାଲିକ ହରିଆଣା ର ଓ ପ୍ରାୟ କର୍ମଚାରୀ ବି ହରିଆଣା ର ! ଏଠି ସେ ଏକା ଓଡ଼ିଆ ଓ ଅଳ୍ପ କିଛି ସ୍ଥାନୀୟ କର୍ମଚାରୀ ! ପ୍ରତ୍ୱେକ କ୍ଷେତ୍ର ରେ ହରିଆଣା ର କର୍ମଚାରୀ ଙ୍କ କଥା ପ୍ରଥମେ ବିଚାର କୁ ନିଆ ଯାଏ ଦରକାର ପଡିଲେ ନିୟମ କୁ ଭାଙ୍ଗି ମୋଡି ତାଙ୍କ ଅନୁକୂଳ କରାଯାଏ ! ତାକୁ ଅନେକ ସମୟ ରେ ମାନସିକ ନିର୍ଯାତନା ବି ସହିବାକୁ ପଡେ ! ପ୍ରଥମେ ପ୍ରଥମେ ଭାରି କଷ୍ଟ ଲାଗୁଥିଲା ତାକୁ କମ୍ପାନୀ ଛାଡିବା ପାଇଁ ବି ଭାବୁଥିଲା କିନ୍ତୁ ଅନ୍ୟ ଆଡେ ଚେଷ୍ଟା କରି ବିଫଳ ହେବାରୁ ସେ ପରିସ୍ଥିତି ସହ ବୁଝାମଣା କରି ରହିଛି ! ସେମାନେ ବି ବାଧ୍ୟ ହୁଅନ୍ତି ତା ସହ ବୁଝାମଣା ପାଇଁ କାରଣ ପ୍ରବୀଣ ତୁଳନା ରେ ତାଙ୍କର ଜ୍ଞାନ ବହୁତ କମ ! ଯେତେ ଯାହାହେଲେ ବି ମେଧା ର ମୂଲ୍ୟ ତ ନିଶ୍ଚୟ ରହିଛି ! କମ୍ପାନୀ ଆଜି ନ ବୁଝିଲେ ବି ସମୟ ଆସିବ ନିଶ୍ଚୟ ବୁଝିବ ଆଶା ଟିକକ ହିଁ ତା ମନ କୁ ସବୁବେଳେ ଦମ୍ଭ ଦିଏ !


ଥରେ ଥରେ ନିରାଶ ଲାଗେ ତାକୁ ତଥାପି ହରିଆଣା ପାର୍ଟି ଙ୍କ ଥଟା ପରିହାସ ତଥା ତାକୁ ଅବହେଳା କୁ ଧ୍ୟାନ ନ ଦେଇ ନିଜ କାମ କୁ ସବୁବେଳେ ଗୁରୁତ୍ୱ ଦିଏ ସେ ! ଯେଉଁ ଦାୟିତ୍ୱ ତାକୁ ଦିଆ ଯାଏ ତାକୁ ଶତ ପ୍ରତିଶତ ନିର୍ଭୁଲ ଭାବେ କରିବାର ଚେଷ୍ଟା କରେ ! ନିଜେ ସନ୍ତୁଷ୍ଟ ନ ହେବା ଯାଏ ଲାଗି ଥାଏ ସେ କିନ୍ତୁ ମନ ଦୁଃଖ ହୁଏ ଯେତେବେଳେ ତା କାମ ର ଶ୍ରେୟ ଅନ୍ୟ ମାନେ ଚତୁରତା ର ସହ ନେଇ ଯାଆନ୍ତି !


 ଘରୁ ଫୋନ କରିଥିଲା ନିତା, ଦ୍ଵିତୀୟ ଛୁଆ ଜନ୍ମ ପରେ ଗାଁ ରୁ ମା ଆସିଛି ତା ପାଇଁ କିଛି ଔଷଧ ଆଣିବା ପାଇଁ କହୁଥିଲା ସେ ! ଆବଶ୍ୟକୀୟ ସଂଶୋଧନ କରି ରିପୋର୍ଟ ଟାକୁ ଆଉଥରେ ପ୍ରିଣ୍ଟ କରି ଫାଇଲ ରେ ନଥି କରିଦେଲା ସେ !


ତା ଠୁ ଫାଇଲ ନେଇ ତନ୍ନ ତନ୍ନ ପରୀକ୍ଷା କରି ଟିକିଏ ରାଗିଲା ଭଳିଆ ଜଣା ଗଲେ ସେ ! ରିପୋର୍ଟ ର ବିଭିନ୍ନ ପଏଣ୍ଟ ସବୁ କୁ ନେଇ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲେ ! ପ୍ରାୟ ଘଂଟାଏ ର ପରିଶ୍ରମ ପରେ ତାଙ୍କୁ ସନ୍ତୁଷ୍ଟ କରି ପାରିଲା ପ୍ରବୀଣ ! ଶେଷ କୁ ଫାଇଲ ରଖି ଅଳ୍ପ ହସିଲେ ସେ !

କହିଲେ 

"ମିଷ୍ଟର ପଟ୍ଟନାୟକ ଘରେ ସମସ୍ତେ ଭଲ ତ? ଆଉ କେମିତି ଚାଲିଛି?"


ସବୁବେଳେ ଗମ୍ଭୀର ରହୁଥିବା ବସ ଙ୍କ ମୁଡ଼ ଆଜି ଅଲଗା ଲାଗୁଥିଲା ! ପଶ୍ଚିମ ରୁ ଉଦିତ ସୂର୍ଯ୍ୟ ଙ୍କ ପରି ଅସମ୍ଭବ ଲାଗୁଥିଲା ତାଙ୍କ ବ୍ୟବହାର ।


ପ୍ରବୀଣ କହିଥିଲା 

"ସାର ଆପଣ ତ ଜାଣିଛନ୍ତି କଣ କହିବି କମ ଭଡା ପାଇଁ ଏତେ ଦୂର ରେ ରହୁଛି, ବଡ଼ ଘର ବି ନେଇ ପାରୁନି ଘରେ ଯେ ମୋର କେତେ ଦାୟିତ୍ୱ କିନ୍ତୁ ବାରମ୍ବାର ଗାଁ କୁ ବି ଏତେଦୂର ରୁ ଯାଇ ହେଉନି ଏବେ ପୁଅ ସ୍କୁଲ ଯିବ ପୁଣି ତା ପାଇଁ ଚିନ୍ତା !"


"ଆସନ୍ତା ମାସ ରୁ ତ ଆଉ ଏ ସବୁ ସମସ୍ୟା ରହିବନି ! କମ୍ପାନୀ ବହୁ ପରୀକ୍ଷା ନିରୀକ୍ଷା ପରେ ଆପଣ ଙ୍କ ଉପରେ ଭୁବନେଶ୍ୱର ର ଦାୟିତ୍ୱ ନ୍ୟସ୍ତ କରୁଛି ଆଶା ଆପଣ ଆମକୁ ନିରାଶ କରିବେନି "


ଏକ ଲଫାଫା ବଢ଼ାଇ ଦେଇ କହୁଥିଲେ ବସ !!


ଅଦିନିଆ ମେଘ ବର୍ଷା କରି ଦେଇ ହଟାତ ପାଣିପାଗ କୁ ପରିବର୍ତ୍ତନ କରି ଦେଇଥିଲା ! ବସ ଙ୍କୁ ବାରମ୍ବାର କୃତଜ୍ଞତା ଜଣାଇ ନିଜ କ୍ୟାବିନ କୁ ଦୌଡୁ ଥିଲା ସେ ! ଫୋନ ଉପରେ ସ୍ଵଂୟକ୍ରିୟ ଭାବେ ଚାଲୁଥିଲା ଆଙ୍ଗୁଳି ସବୁ ! ନିତା କୁ ଖୁସି ଖବର ଦେଉଥିବା ବେଳେ ଶୁଣି ନେଇଥିଲା ଏସ୍ସିଟାଣ୍ଟ ପାଣ୍ଡେ ବାହାର କୁ ଯାଇ ସମସ୍ତ ଙ୍କୁ ପାଟିକରି ଜଣାଉଥିଲା ସେ !!


Rate this content
Log in

Similar oriya story from Classics