Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Shibashis Padhee

Tragedy

5.0  

Shibashis Padhee

Tragedy

ହୀରାକୁଦ

ହୀରାକୁଦ

5 mins
364



ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି !ସତ ମିଛ ଜାଣି ହେଉନି !ଗାଁରେ ନୂଆ ନୂଆ ଲୋକଙ୍କୁ ଦେଖିବାକୁ ମିଳୁଛି କିଏ କହୁଛି ବନ୍ଧ ହେବ ତ ଆଉ କିଏ କହୁଛି ବନ୍ଧା ହେବ !ପୁରନ୍ଦର କିନ୍ତୁ ଏ ସବୁ ପାଖ ପଶେନି !ଏତେ ବଡ ନଦୀ ଯାହାର ଏ କୂଳରୁ ସେ କୂଳ ଦେଖି ହୁଏନି ସେଇ ମହାନଦୀର ପାଣିକୁ ଯେ ଅଟକା ଯାଇ ପାରିବ ଓ ବନ୍ଧ (ପୋଖରୀ -ସମ୍ବଲପୁରି ଭାଷାରେ ବନ୍ଧ )କରା ଯାଇ ପାରିବ ସେଇଟା ଗୋଟିଏ ଅସମ୍ଭବ କଥା ତା ହିସାବରେ ଏଣୁ ସେ ଭାବେ ତା ଖେତ ତା ଗାଈ ଗୋରୁ ଭଲ ତ ସେ ଭଲ ! ବୁଢୀ ଗଲା ପରେ ଏକୁଟିଆ ହୋଇ ଯାଇଛି ପୁରନ୍ଦର !ଗୋଟିଏ ବୋଲି ଝିଅ କସ୍ତୁରୀ ବାହା ହେଇଛି ପାଖ କୁରଳା ଗାଁରେ, କେବେ କେମିତି ଆସେ, ତା ଭଲ ମନ୍ଦ ବୁଝି କି ଯାଏ !ନ ହେଲେ ତା ଚାଳ ଛପର ଘର ବାହାରେ ଥିବା ଲିମ୍ବ ଗଛ ମୂଳେ ବସି ବସି ସେ ଢୁଳାଉ ଥାଏ !


ଗତ କାଲି ମଙ୍ଗଳ ଆସିଥିଲା ସେ ପରା ଦେଖି ଆସିଛି ହୀରାକୁଦରେ ବନ୍ଧ ତିଆରି ଚାଲିଛି !ହଜାର ହଜାର ଲୋକ କାମରେ ଲାଗିଛନ୍ତି କାହିଁ କେତେ ଯେ ମେସିନ ଲାଗିଛି ଆଉ କିଛି ଦିନ ପରେ ପାଣି ମାଡି ଆସିବ ଏଣୁ ନିଜ ନିଜ ବ୍ୟବସ୍ଥା ଏବେଠୁ କରିବାକୁ ପଡିବ ବୋଲି କହୁଥିଲା !ପୁରନ୍ଦର ସବୁ ଶୁଣୁଛି ଦେଖୁଛି ଗାଁ ଲୋକ ଙ୍କ ବ୍ୟସ୍ତତାକୁ ଅନୁଭବ କରୁଛି କିନ୍ତୁ ତାକୁ ଲାଗୁନି ପାଣି ଆସିବ !


ମହାନଦୀରୁ ସାତ ମାଇଲ ଦୂରରେ ତାଙ୍କ ଗାଁ ପୁଣି ଗାଁ ମୁଣ୍ଡରେ ଗୋଟିଏ ଟୀଲା ଉପରେ ତା ଘର !ଏତେ ଦୂରକୁ ପୁଣି ପାଣି ଆସିଯିବ ଏଇଟା ବେକାର କଥା ଲୋକେ ଗୋଟେ ଖାଲି ଖାଲିରେ ଡରୁ ଛନ୍ତି !ସେ ଲୋକ ଙ୍କୁ ବୁଝାଏ


"କିଛି ହେବନି ବୋ, ସରକାରର ବୁଦ୍ଧି ନାହିଁ ବର୍ଷା ଦିନ ଆସିଲେ ଯେଉଁ ବଢି ଆସିବ ତାର ବନ୍ଧ ଫନ୍ଦ ସବୁ ଉଡିଯିବ, ଆଉ ଆମ ଗାଁ ତ ଏତେ ଦୂରରେ ଅଛି, ଯଦି ବି ହେବ ଏମିତି କେଡେ ବନ୍ଧ ହେବକି?? ନଦୀ ଆଖ ପାଖ ଟା ବୁଡିବ ଆମର ଚିନ୍ତା ନାହିଁ "


ମନକୁ ବୁଝାଉ ଥିଲା ସେ ତା କଥା ବି କିଛି ଲୋକ ମାନୁ ଥିଲେ କିନ୍ତୁ ଗାଁରେ ହଲ ଚଲ ବଢ଼ିବାରେ ଲାଗିଥିଲା !ବିଭିନ୍ନ ଗାଁରୁ ଲୋକେ ଆସୁଥିଲେ ମେଳି ବାନ୍ଧୁ ଥିଲେ !ସଭା ସମିତି ହେବାରେ ଲାଗିଥିଲା !ପୁରନ୍ଦର ସେ ସଭାକୁ ଯାଏ ନି ତା ଲିମ୍ବ ମୂଳେ ବସି ସବୁ ଦେଖୁ ଥାଏ କିନ୍ତୁ ମନ ଭିତରେ ଗାଁ ଛାଡିବାର ଡର ପଶି ଯାଇ ଥିଲା !


ସେଦିନ ସେ ସଭାକୁ ଯାଇ ଥିଲା ପୁରନ୍ଦର ! ସାପଲହଡା ଗାଁରେ ସଭା ହୋଇ ଥିଲା ଆସିଥିଲେ ବଡ ବଡ ନେତା ମାନେ !ସୂପକାର ବାବୁ ଙ୍କ ମୁହଁରୁ ଶୁଣି ଥିଲା ବନ୍ଧ କଥା ତାକୁ ବିଶ୍ୱାସ ଲାଗିଥିଲା !ବନ୍ଧ କାମ ବନ୍ଦ କରେଇବା ପାଇଁ ବଜ୍ର ଶପଥ ନେଉ ଥିଲେ ନେତା ମାନେ !ମନରେ ପୁଣି ଥରେ ଗାଁ ନ ଛାଡିବାର ଆଶା ସଂଚରିତ ହେଉ ଥିଲା !


ଗାଁକୁ ଫେରୁ ଥିଲା ପୁରନ୍ଦର !ଦିଗନ୍ତ ବିସ୍ତାରି ନଈକୂଳିଆ ଖେତ ସବୁ ବର୍ଷ ସୁନା ଫଳାଏ!କିଛି କାଗଜ ପତ୍ର ନ ଥିଲା ତାଙ୍କ ଜମିର ବାପା କହିଥିଲା ଏ ବଉଳ ଗଛରୁ ଆରମ୍ଭ ସେ ପଲାଶ ଗଛରେ ଶେଷ !ସମସ୍ତ ଙ୍କ ଜମି ସେମିତି କେବେ କିଛି ଝଗଡା ହୁଏ ନି !ମିଳିମିଶି ସଭିଏଁ ଚଳନ୍ତି !ଏକ ଅତି ମଧୁର ସମ୍ପର୍କର ଡୋରିରେ ଗାଁର ସମସ୍ତେ ବନ୍ଧା !କାହାରି ଘରେ ସେମିତି ଅଭାବ ନାହିଁ . ଚାଷ ଓ ଚାଷିର ଗାଁ ସବୁ ଉଠି ଗଲେ ଲୋକ ଯିବେକୁଆଡେ?? !କଣ କରିବେ??? ସରକାର ନେଇ କି କେଉଁ ଦୂରରେ ନୂଆ ଗାଁ ତିଆରି କରିବ ବୋଲି କହୁଛି କିନ୍ତୁ ସେ ଗାଁରେ ବିନା ଜମିରେ ଚଳିବେ କେମିତି???ଏ ସବୁ ଅସମାହିତ ପ୍ରଶ୍ନ ତାକୁ ବ୍ୟତିବ୍ୟସ୍ତ କରୁଥିଲା !


ଆଲୋଚନାକୁ ଭୟ ଲାଗୁଥିଲା କାରଣ ପାଣି ଆସୁଛି ଆସିବ ଓ ବୁଡ଼ିବ ଏ ସବୁ ହିଁ ସବୁ ଠାରେ ଆଲୋଚିତ ହେଉଥିଲା !ଏଣୁ ଆଉ ବେଶି ବାହାରକୁ ଯାଉ ନ ଥିଲା ପୁରନ୍ଦର !ଲିମ୍ବ ଗଛ ମୂଳେ ବସି ସବୁ ଗତିବିଧିକୁ ନିଘା କରୁ ଥିଲା !ଝିଅର ଗାଁ ବି ବୁଡ଼ିବ ଏଣୁ ଆଗୁଆ ସମ୍ବଲପୁରରେ ଜାଗା ନେଇ ଘର ଦ୍ୱାର ତିଆରୁ ଛନ୍ତି ସେମାନେ !ଝିଅ ବାରମ୍ବାର ଆସି କହୁଛି

"ବାପା ଆମ ସାଙ୍ଗରେ ଚାଲ, " କିନ୍ତୁ ଏ ମାଟିର ମୋହକୁ ଛାଡି ପାରୁନି ପୁରନ୍ଦର, ଏଇ ଲିମ୍ବ ମୂଳ ଯେଉଁଟି ବସି ବସି ତା ଦିନ ଯାଇଛି ତାକୁ ଟାଣିରଖୁଛି !ଗାଁକୁ ଛାଡି ଅନ୍ୟ ଠିରହିବା ଭାବିଲା ମାତ୍ର କେ କେମିତି ଗୋଟିଏ କୋହ ଜକେଇ ଆସୁଛି !ଶେଷ ପର୍ଯନ୍ତ ଦେଖିବ ଭଗବାନ ଯଦି ପାଣିକୁ ଗାଁ ମୁଣ୍ଡରେ ବିରଖି ଦେବେ ତେବେ ଗାଁ ଟିରହି ଯିବ !କାହା କଥାକୁ ସେ ବିଶ୍ୱାସ କରିବନି ନିଜ ଆଖିରେ ଦେଖିବ ପାଣି !ତା ପରେ ଯେଉଁ କଥା !ଲିମ୍ବ ତଳ ଚଉଁରାରେ ବସି ଜୁଳୁ ଜୁଳୁ ଭାବେ ଚାହିଁ ଚାହିଁ କେତେ କଥା ଚିନ୍ତା କରେ ସେ !


ସମୟ ପାଖେଇ ଆସୁଥିଲା ଗାଁରେ ଗୋଟିଏ ଅଭୁତ ନୀରବତା ଛାଇ ହୋଇ ଯାଇ ଥିଲା ! ନାଲି ଟୋପି ଵାଲା ପୋଲିସ ଦଳ ଘର ଘର ବୁଲି ଗାଁ ଛାଡିବା ପାଇଁ ତାଗିଦ କରୁ ଥିଲେ !ଶଗଡ଼ ଗାଡିର ଧାଡି ଲମ୍ବିଛି ଯେ ଯେତିକି ପାରିଲା ନେଇ କି ବାହାରୁ ଛନ୍ତି, ସରକାରୀ ଟ୍ରକ ସବୁ ଧୂଳି ଉଡାଇ ଛୁଟିଛନ୍ତି !କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିବା ଗାଁକୁ ଗଲେ ତାକୁ କାନ୍ଦ ମାଡ଼ୁଛି !ଏତେ ଦିନରୁ ଏକାଠି ଚଳି ଆସିଥିବା ଲୋକେ ଛିନ ଛତ୍ର ହୋଇ ଯାଉଛନ୍ତି !ଘର ଗଲା ଜମି ଗଲା ଏକରକୁ ଆଠଟଙ୍କା /ଚାରି ଟଙ୍କା ହିସାବରେ ପାଇ ଥିବା ଟଙ୍କାକୁ ଧରି ବାହାରି ପଡୁଛନ୍ତି ଅନିଶ୍ଚିତ ଭବିଷ୍ୟତ ଆଡକୁ !ଲିମ୍ବ ଗଛ ମୂଳେ ବସି ଜୁଳୁ ଜୁଳୁ ଚାହିଁରହିଛି ପୁରନ୍ଦର !ଝିଅ ବାରମ୍ବାର ଆସି ନେହୁରା ହୋଇ ଛି କିନ୍ତୁ ସେ ଶୁଣିନି ସେ ଯିବନି ତାର ଦୃଢ ବିଶ୍ୱାସ ପାଣି ତା ଘରକୁ ଆସିବନି ଯଦି ଆସିବ ନିଜେ ଦେଖିଲା ପରେ ଯାଇ ଯିବ !


ମଙ୍ଗଳକୁ ତାର ଗାଈ ଗୋରୁ ସବୁ ଦେଇ ଦେଲା ପୁରନ୍ଦର ଝିଅ ଯାହା ନେଇ ପାରିଲା ବାଛି ବାଛି ନେଉଥିଲା !ପୁରନ୍ଦରକୁ ସେସବୁ ଦେଖିବାର ଇଛା ହେଉ ନ ଥିଲା !ଥରେ ଥରେ ସେ ଯାଉ ଥିଲା ତା ଜମି ବଉଳ ଡୁଲୀ ଆଡେ ଯେଉଁଠି ଖେଳିକୁଦି ବଡ ହୋଇ ଥିଲା ସେ !ଆମ୍ବ ବୁରେଇ (ବଗିଚା ) ପାଖ ମନ୍ଦିରରେ କେତେ ନେହୁରା ହେଉ ଥିଲା କିନ୍ତୁ ଯେଉଁଠି ଠାକୁର ନିଜେ ମନ୍ଦିର ଛାଡି ବିସ୍ଥାପିତ ହୋଇ ସାରି ଥିଲେ ସେଇଠି ତା କଥା କିଏ ବା ଶୁଣିବ??


ପାଣି ମାଡି ଆସୁଥିଲା ଦେଖୁ ଦେଖୁ ଗାଁ ବୁଡି ପୁରନ୍ଦରର ଘର ଆଡ଼କୁ ବଢ଼ୁ ଥିଲା ପୁରନ୍ଦର ଦେଖୁଥିଲା ପାଣିର ଗତି ମାପ ଚୁପ କରୁଥିଲା, ପୋଲିସର ନଜର ଆଢୁଆଳରେ ଲିମ୍ବ ଗଛ ମୂଳେ ବସି !ଶେଷ ଥର ମନ ଭରି ଦେଖୁଥିଲା ତା ଗାଁକୁ କାହା ପାଇଁ ଓ କେଉଁ ମାନେ କେଉଁ ଅଧିକାରରେ ଏତେ ସୁନ୍ଦର ଗାଁର ସଲିଳ ସମାଧି କଲେ ସେ ଚିନ୍ତା ନ କରି ବୁଡି ଆସୁଥିବା ଦେଉଳ ଚୂଡ଼ାକୁ ଶେଷ ନମସ୍କାର ଜଣାଇଲା !


ଉଚ୍ଚ ଜାଗା ହେଲେ ବି ଆଉରକ୍ଷା ନାହିଁ ଦିନେ ଦୁଇ ଦିନରେ ଘରକୁ ପାଣି ମାଡି ଆସିବ ଏବେ ଯାଇ ତାକୁ ସେକଥା ବିଶ୍ୱାସ ହେଉ ଥିଲା !ମରିବ ପଛେକୁଆଡେ ଯିବନି ବୋଲି ଲିମ୍ବ ଗଛ ତଲେ ବସିଥିବା ପୁରନ୍ଦର କିନ୍ତୁ ପୋଲିସ ନଜରରୁ ବଂଚି ପାରି ନ ଥିଲା !ତାକୁ ଧରି ତା ଝିଅ ଠିକଣା ନେଇ ଥିଲା ପୋଲିସ !ଜବରଦସ୍ତ ଡଙ୍ଗାରେ ବସାଇ ନେଲା ବେଳେ ଲିମ୍ବ ଗଛକୁ ଜାବୋଡି ଧରି ଜୋରରେ କାନ୍ଦି ଉଠିଲା ପୁରନ୍ଦର !


ପାଣି ବଢ଼ୁ ଥିଲା ପୋଲିସ ଆଉ ଅପେକ୍ଷା କରିବାର ସ୍ଥିତିରେ ନ ଥିଲାକୁଳକୁ ଆଣି ସମ୍ବଲପୁର ଯାଉଥିବା ଟ୍ରକରେ ବସାଇ ଦେଲେ ତାକୁ !


ହଜାର ହଜାର ପରିବାର ଙ୍କୁ ବିସ୍ଥାପିତ କରି ତାଙ୍କ ଜୀବନ ସାରାର ସୁଖ ହରଣ କରି ଥିବା ହୀରାକୁଦ ବନ୍ଧ ଓ ଜଳ ଭଣ୍ଡାର ପ୍ରତି ଚରମ ବିତୃଷ୍ନା ହୋଇ ଯାଇଥିବା ପୁରନ୍ଦର ଆଜି ତିନି ବର୍ଷ ପରେ ଜଳ ଭଣ୍ଡାର ପାରି ହୋଇ ଡଙ୍ଗାରେ ଯାଉଥିଲା !ଆର ପଟେରହୁଥିବା ତା ଗାଁ ଲୋକେ ଗାଁ ମନ୍ଦିରର ପୁନଃପ୍ରତିଷ୍ଠା କରୁଥିଲେ !ଅକାତ କାତ ପାଣି ଲହଡି ଭାଙ୍ଗୁଛି !ପାଖ ଗୁଜା ପାହାଡକୁ ଦେଖି ତା ଗାଁର ଅବସ୍ଥିତିକୁ କଳ୍ପନା କରୁଥିଲା ପୁରନ୍ଦର !ଠିକ ଏହି ଜାଗା ହେବ 100/200ଫୁଟ ପାଣି ତଳେ ତା ଗାଁ !ଆଖି ବନ୍ଦ କରି ମନେ ପକାଉ ଥିଲା !ଲାଗୁଥିଲା ବସିଛି ସେଇ ଲିମ୍ବ ଗଛ ମୂଳେ !!!!!!"!



Rate this content
Log in

More oriya story from Shibashis Padhee

Similar oriya story from Tragedy