Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Shibashis Padhee

Others

3  

Shibashis Padhee

Others

ଚାଟୁକାର

ଚାଟୁକାର

5 mins
544



ଏଗାର ଟା ହେଉଥିଲା, ସାହେବ ଆସି ନ ଥିଲେ !ତାଙ୍କ ପ୍ରକୋଷ୍ଠ ବାହାରେ ନିଜ ସ୍ଥାନ ରେ ବସି ଥିଲା ଫକୀର ! ଦୀର୍ଘ ବର୍ଷ ରୁ ଏଇ ସ୍ଟୁଲ ଏମିତି ଅଛି ଆଉ ଫକୀର ବି ସେମିତି ସେଇଠି ବସି ଆସୁଛି !ଥରେ ଥରେ ଲାଗେ ଅବସର ପରେ ଯଦି ଅଫିସ ରୁ କିଛି ନେବାକୁ ଅନୁମତି ଦେବେ ତାହେଲେ ଏଇ କାଠ ଆସ୍ଥାନ ଟା ମାଗିବ ସେ !କାରଣ ଏଥିରେ ବସିବା ତାର ଅଭ୍ୟାସ ହୋଇ ଗଲାଣି !ଛୁଟି ଦିନ ଗୁଡିକ ରେ ଝୁରି ହୁଏ ଏ ସ୍ଟୁଲ କୁ ! କୋଡିଏ ବର୍ଷ ର ଚାକିରୀ ର ପ୍ରାୟ ଅଠର ବର୍ଷ ଏଇଠି କାଟି ସାରିଲାଣି ସେ ବସି ବସି !


କେତେ ସାହେବ ଆସିଲେଣି ଗଲେଣି ସିଏ କିନ୍ତୁ ଅପରିବର୍ତ୍ତିତ ଅଛି !ସାହେବ ଆସିବା ଆଗରୁ ଏ ସି ଚଳାଇ ରୁମ କୁ ଥଣ୍ଡା ରଖିବା ତାର ପ୍ରଥମ କାମ !ସାହେବ ଆସିଲେ ଏକ ବଡ଼ ନମସ୍କାର ପକାଇ ଗାଡି ରୁ ଫାଇଲ ପତ୍ର ନେଇ ଟେବୁଲ ରେ ରଖିଦେଲେ ତା କାମ ସରିଲା !ତା ପରେ ସେ ନିଜ ଜାଗା ରେ !କିଏ ଭେଟିବାକୁ ଆସିଲେ ଷ୍ଟେନୋ ସାର ଙ୍କ ପାଖକୁ ପଠାଇ ଦିଏ ସେ ସେଇଠୁ ଅନୁମତି ଆଣିଲେ ଉଠି କି କବାଟ ଖୋଲେ !ସାହେବ ଥିବା ପର୍ଯନ୍ତ କୁଆଡେ ବି ଯାଏ ନି ସେ ପାଞ୍ଚ ଟା ହେଉ କି ରାତି ଦଶ !ଆଜି ପର୍ଯନ୍ତ ପ୍ରତ୍ୱେକ ସାହେବ ଙ୍କ ପ୍ରିୟ ହୋଇ ପାରିଛି ତାର ଭକ୍ତି ଭାବ ଓ କର୍ତ୍ତବ୍ୟପରାୟଣତା ପାଇଁ !ସାହେବ ଯିଏ ବି ଆସନ୍ତୁ ସେ ଭଲ କି ମନ୍ଦ ତାର ବୁଝିବାର ନ ଥାଏ ସମସ୍ତ ଙ୍କୁ ଭାରି ଭକ୍ତି ଭରା ନମସ୍କାର କରେ ସେ !ଦିନେ ବି ଛୁଟି ନ ନେଇ ତାଙ୍କ ହୁକୁମ କୁ ହାଜିର ଥାଏ !


ପ୍ରାୟ ସାଡେ ଏଗାରଟା ରେ ସାହେବ ଆସିଥିଲେ !ତାର ନମସ୍କାର ର ପ୍ରତି ନମସ୍କାର ଜଣାଇ ସିଧା ନିଜ ପ୍ରକୋଷ୍ଠ କୁ ଗଲେ ସେ !ସାହେବ ଙ୍କ ପଛେ ପଛେ ଆସିଥିଲେ ମହାନ୍ତି ବାବୁ !ତାଙ୍କୁ ମଧ୍ୟ୍ୟ ଏକ ବଡ଼ ନମସ୍କାର ପକାଇଲା ଫକୀର !ଅର୍ଥ ସେକ୍ସନ ର କନିଷ୍ଠ କିରାଣୀ ମହାନ୍ତି ବାବୁ !ଭାରି ଯୋଗାଡ଼ିଆ, ନୂତନ ସାହେବ ରେ ଯୋଗ ଦେବା ମାତ୍ରେ ବିଭିନ୍ନ କଳା କୌଶଳ ପ୍ରୟୋଗ କରି ତାଙ୍କ ପାଖ ଲୋକ ହେବାର ତରିକା ତାଙ୍କୁ ଖୁବ ଜଣା !ସେ ସାହେବ ଙ୍କ ଆବାସିକ କାର୍ଯ୍ୟାଳୟ ହେଉ କି ମୁଖ୍ୟ ଅଫିସ ସବୁଠି ନିଜ ଦବ ଦବା ବଜାୟ ରଖି ଆସୁଥିଲେ !ସେଥିପାଇଁ ଅବଶ୍ୟ ନିଜ ଆତ୍ମ ସମ୍ମାନ କୁ କେବେ ଜଗୁ ନ ଥିଲେ ସେ !ଜିଲ୍ଲାପାଳ ଙ୍କ ଆବାସ ର ତେଲ ଲୁଣ ଠୁ ନେଇ ମାଡାମ ଙ୍କ ପାଇଁ ବିଉଟି ପାର୍ଲର ଠିକ କରିବା, ସାହେବ ସପରିବାର କୌଣସି କାର୍ଯ୍ୟକ୍ରମ କୁ ଗଲେ ଛୁଆ କୁ କୋଳେଇ ପଛେ ପଛେ ଯିବା ଜାତୀୟ କାର୍ଯ୍ୟ ସବୁ ରେ ବେଶ ପାରଙ୍ଗମ ସେ !ଯୋଗ ଦେଉଥିବା ନୂତନ ନୂତନ ସାହେବ ଙ୍କ ରୁଚି ଅନୁସାରେ ନିଜକୁ ପରିବର୍ତନ କରି ନେବାର ଅଭୁତପୂର୍ବ ଦକ୍ଷତା ଥିଲା ତାଙ୍କର ଫକୀର ଦେଖିଛି ନିଜ ବ୍ୟକ୍ତିଗତ ଜୀବନ ରେ କୁକୁର ପାଖ ମାଡୁ ନ ଥିବା ମହାନ୍ତି ବାବୁ ସାହେବ ଙ୍କ ବିଲାତି କୁକୁର କୁ କେତେ ସ୍ନେହ ରେ ଆଉଁସୁ ଥିଲେ !ଯୋଗ ସଉକିଆ ସାହେବ ଙ୍କ ପାଇଁ ଯୋଗ ଗୁରୁ ବି ପାଲଟି ଯାଇଥିଲେ ! ବଡି ଭୋର ରୁ ଆସି ସାହେବ ଙ୍କୁ ନିଦ ରୁ ଉଠାଇ ଯୋଗ କରାଉ ଥିଲେ ! ଭିତରେ ଏତେ ସବୁ କରୁଥିଲେ ବି ଠାଣି ରେ ସାହେବ ଙ୍କ ସମକକ୍ଷ ଥିଲେ ସେ !କନିଷ୍ଠ କିରାଣୀ ପଦ ରେ ଥିଲେ ବି କିରାଣୀ କାମ ଛାଡି ପ୍ରାୟ ପନ୍ଦର ବର୍ଷ ହେବ ଏ ସବୁ କାମ ରେ ବ୍ୟସ୍ତ ରହୁଥିଲେ !ଯେହେତୁ ଫକୀର ଜିଲ୍ଲାପାଳ ଙ୍କ ଘର କୁ ମଧ୍ୟ୍ୟ ବିଭିନ୍ନ କାମ ରେ ଯାଉଥିଲା ସେ ମହାନ୍ତି ବାବୁ ଙ୍କ ସବୁ ଗତିବିଧି ବିଷୟରେ ଅବଗତ ଥିଲା ! ସାହେବ ଙ୍କ ପାଖ ଲୋକ ପରିଚୟ କୁ କିନ୍ତୁ ବେଶ ଭଲ ଭାବରେ ବିନିଯୋଗ କରୁ ଥିଲେ ମହାନ୍ତି ବାବୁ !ସହର ର ଦାମୀ ଅଂଚଳ ରେ ବିରାଟ ଦୋତାଲା ସହ ଅନେକ ନାମୀ ବେନାମୀ ସମ୍ପତ୍ତି ବିଷୟରେ ଅନ୍ୟ ମାନେ କୁହାକୁହି ହେଉଥିଲେ !ସମସ୍ତ ବିଭାଗ ର ବଡ଼ ବାବୁ ମାନଂକୁ ସହେବି ଠାଣି ରେ ନିର୍ଦେଶ ବି ଦେଉଥିଲେ ସେ !ଯେହେତୁ ସାହେବ ମାନଙ୍କ ଙ୍କ ଆଶୀର୍ବାଦ ଥିଲା ଯେତେ ଅସନ୍ତୁଷ୍ଟ ହେଲେ ବି କେହି କିଛି କହି ପାରୁ ନ ଥିଲେ !କେବଳ ପଛ ପଟେ ""ଚାଟୁକାର ଶଳା ""କହି ମନ ଶାନ୍ତ କରୁ ଥିଲେ !


ଯାହା ସହ କୌଣସି କାରଣ ବଶତଃ ମହାନ୍ତି ବାବୁ ଙ୍କ ଅପଟ ହେଲା ତାର ଆଉ ଗତିମୁକ୍ତି ନ ଥିଲା ! ସାହେବ ଙ୍କ ସତମିଛ କହି ତାଙ୍କୁ ହଇରାଣ କରି ବ୍ୟତିବ୍ୟସ୍ତ କରି ଦେଉ ଥିଲେ !ସେପରି ଜଣେ ମହାନ୍ତି ବାବୁ ପ୍ରପୀଡ଼ିତ ଥିଲେ ଦାଶ ବାବୁ !ଭାରି ସ୍ନେହୀ ତଥା ନିର୍ମଳ ହୃଦୟଧାରୀ !ସାହେବ ଙ୍କ ଠାରୁ ପ୍ରବଳ ଗାଳି ଶୁଣି କାନ୍ଦ କାନ୍ଦ ହୋଇ ବାହାରି ଆସି ଫକୀର କୁ କହିଥିଲେ 

""ଫକୀର ଏ ମହାନ୍ତି ର ଖେଳ ସବୁଦିନ ଚଳିବ ନାହିଁ ଅନ୍ୟାୟ ଅତ୍ୟାଚାର ଚାଟୁକାରିତା ର ଦୀର୍ଘତା ନ ଥାଏ ଦିନେ ନା ଦିନେ ଲୋକ ଟା ହଇରାଣ ହେବ !ନିରୀହ ଲୋକ ବିରୁଦ୍ଧରେ କୁତ୍ସାରଟନା କୁ ଭଗବାନ ସହିବେନି ""


ଦାଶ ବାବୁ ଙ୍କ କଥା ସତ ହୋଇଥିଲା ବର୍ତମାନ ସାହେବ ଙ୍କ ସମୟ ରେ !ନୂଆ ସାହେବ ଙ୍କ ନିକଟରେ ମହାନ୍ତି ବାବୁ ଙ୍କ ସମସ୍ତ କଳା କୌଶଳ ଫେଲ ମାରିଥିଲା !ନିଜ କାମ ଛଡା ଅନ୍ୟ କାମ ରେ ମୁଣ୍ଡ ନ ପୁରାଇବାକୁ ରୋକ ଠୋକ କହି ଦେଇଥିଲେ ସେ !ମହାନ୍ତି ବାବୁ ଙ୍କ ସ୍ଥାନ ନେଇଥିଲେ ଦାଶ ବାବୁ !ନୂଆ ସାହେବ ଭାରି ବିଶ୍ୱାସ କରୁଥିଲେ ତାଙ୍କୁ !ତଥାପି ମହାନ୍ତି ବାବୁ ନିଜ ଚେଷ୍ଟା ଅବ୍ୟାହତ ରଖି ଥିଲେ !ବିଭିନ୍ନ ବାହାନା ରେ ସାହେବ ପାଖ କୁ ଆସି ତେଲ ମାରିବା ର ଚେଷ୍ଟା ଚଳେଇ ଥିଲେ !


ପ୍ରାୟ ଦଶ ମିନିଟ ପରେ ସାହେବ ଙ୍କ ଚେମ୍ବର ରୁ ମୁହଁ ଆମ୍ବିଳା କରି ବାହାରିଲେ ମହାନ୍ତି ବାବୁ !କେବେ ବି ଫକୀରକୁ ଲୋକରେ ଗଣୁ ନ ଥିବା ମହାନ୍ତି ବାବୁ ଫକୀରର ବେଞ୍ଚ ରେ ବସି ତାର ଭଲ ମନ୍ଦ ପଚାରି ଥିଲେ !କହିଲେ "ବୁଝିଲୁ ଫକୀର ଏ ସାହେବ ଠିକ ଲୋକ ନୁହେଁ !ଇୟେ ତ ଚାଟୁକାରଙ୍କ କଥାରେ ଚାଲୁଛି !ୟେ ଶଳା ଦାଶ ଟା ଖାଇବ ୟାକୁ ସୁଯୋଗ ପାଇଛି ତ ଗୁଣ ଟା କୁଆଡେ ଯିବ !ତୁ ଦେଖିଛୁ ମୁଁ କେତେ ସାହେବଙ୍କ ସହ ମିଶୁଥିଲି ତାଙ୍କୁ କେତେପ୍ରକାର ସାହାଯ୍ୟ କରୁଥିଲି ତା ବୋଲି କଣ ଚାଟୁକାରିତା କରୁଥିଲି କି?? ""


ଆହୁରି କଣ କଣ କହି ଯାଇଥିଲେ ସେ !ଫକୀର ଶୁଣୁଥିଲା ଭାବୁଥିଲା ତାର ତ ଏତେ ଜ୍ଞାନ ନାହିଁ କେମିତି ଜାଣିବ ଚାଟୁକାରିତାର ସଂଜ୍ଞା କଣ !


ସେଦିନ ସନ୍ଧ୍ୟା ସାତ ଟା ହୋଇ ଯାଇଥିଲା ସାହେବ ଅଫିସ ଆସି ନ ଥିଲେ ତାଙ୍କୁ ଅପେକ୍ଷା କରି କରି ଘର କୁ ଯାଇ ନ ଥିଲା ଫକୀର !ସାହେବ ଘରେ ଥିଲେ ! ଫୋନ କରି ଥିଲେ ଷ୍ଟେନୋ ସାରଙ୍କୁ !ତାଙ୍କ ନିର୍ଦେଶ କ୍ରମେ ଫାଇଲ ପତ୍ର ତାଙ୍କ ଆବାସିକ କାର୍ଯ୍ୟାଳୟକୁ ନେଇ ଦେଇଥିଲା ଫକୀର !ଫାଇଲ ଛାଡି ଆସିଲା ବେଳେ ଏକ ଗାଡି ଆସି ଲାଗିଲା ଗେଟ ରେ !ଡ୍ରାଇଭର ସହ ନିଜେ ମହାନ୍ତି ବାବୁ ଦୁଇ ଟି ଅଖା କୁ କାନ୍ଧେଇ ଭିତରକୁ ଆସୁଥିଲେ !ମହାନ୍ତି ବାବୁ ଙ୍କ ଅଖା କୁ ଧରି ଭିତରକୁ ନେଇ ଥିଲା ଫକୀର !ଅତି ସୁବାସିତ ଚାଉଳ ର ବାସ୍ନା ରୁ ଜାଣି ପାରୁଥିଲା ବହୁତ ଦାମିକା ଚାଉଳ ଥିବ ନିଶ୍ଚୟ !


ଚାଉଳ ରଖି ଫେରିବା ବେଳେ ଶୁଣିଥିଲା ମହାନ୍ତି ବାବୁଙ୍କ କଥା ""ସାର ଏଇଟା ମୋ ନିଜ ଚାଷ ଜମି ର !ଏଇଟା ମାର୍କେଟ ରେ ମିଳେନି !ଆପଣ ଭଲ ଚାଉଳ ଖାଆନ୍ତି ତ ଏଣୁ ଘେନି ଆସିଲି """


ଫକୀର ଜାଣିଥିଲା ମହାନ୍ତି ବାବୁଙ୍କ ଚାଷ ବାସ କିଛି ନାହିଁ !କେମିତି ରାତାରାତି ଜମି ହୋଇ ଚାଉଳ ବି ହୋଇଗଲା ସେ ଜାଣି ପାରିଲାନି କିନ୍ତୁ ଚାଟୁକାରିତାର ସଂଜ୍ଞା କଣ ଓ କିଏ ପ୍ରକୃତ ଚାଟୁକାର ଆଜି ଆଉ ତାକୁ ଅଛପା ନ ଥିଲା !!


ନୂତନ ଜ୍ଞାନ ପ୍ରାପ୍ତିର ଆନନ୍ଦ ରେ ହସି ହସି ଗେଟ ଖୋଲୁଥିଲା ସେ !!!!!!!!!!!!


Rate this content
Log in