Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗଳ୍ପ ହେଲେ ବି ସତ
ଗଳ୍ପ ହେଲେ ବି ସତ
★★★★★

© maheswar sahoo

Inspirational Others

6 Minutes   80    1


Content Ranking

ମୋର ଅଭ୍ୟାସ ଯିଏ ନିରାଶ୍ରୟକୁ ସାହାଯ୍ୟ ଦେବା । ଏମିତିରେ ଜଣେ ଲୋକ ସକାଳେ ମୋତେ ଫୋନ କଲେ ମହେଶ୍ୱର ଟିକେ ନୀଳଗିରି ପାହାଡ଼କୁ ଯିବା ଆଉ ମୁଁ କହିଲି ହଉ ଯିବା କିନ୍ତୁ କାହିଁକି ? ସେ କହିଲେ ଆମେ ଜଣେ ତାନ୍ତ୍ରିକ ମୁନିଙ୍କ ପାଖକୁ ଯିବା । ଏମିତି ଘରୋଇ ସମସ୍ୟା ଅଛି ।ମୁଁ କହିଲି କି ସମସ୍ୟା କି? ସେ କହିଲେ ମୋ ଘରେ ଗୋଟେ ପ୍ରେତାତ୍ମା ଅଛି ଯେ କି ବହୁତ ହଇରାଣ କରୁଛି । ମୁଁ କହିଲି ଠିକ ଅଛି ନନା ଆମେ ଆସନ୍ତା କାଲି ଯିବା । ପର ଦିନ ଆମେ ଦୁଇ ଜଣ ବାହାରିଲୁ ନୀଳଗିରି ପାହାଡ଼ ଯେଉଁଠି ଗୋଟେ ଗୁମ୍ଫାରେ ସନ୍ୟାସୀ ଜଣଙ୍କ ଧ୍ୟାନ ମଗ୍ନ ଅଛନ୍ତି ଆଉ ଭକ୍ତ ମାନେ ନିଜ ନିଜର କାମନା ନେଇ ବାହାରେ ଅପେକ୍ଷା କରିଛନ୍ତି । ମୋର ଗୋଟେ ଅନୁଭୂତି ଯେ କି କଣ ଦୁନିଆରେ ଏମିତି ସନ୍ୟାସୀ ଅଛନ୍ତି ଯେଉଁ ମାନେ ବିନା ବସ୍ତ୍ର ଆଉ ନିରାଡ଼ମ୍ବର ଜୀବନ ଯାପନ କରୁଛନ୍ତି । ବାଲେଶ୍ୱର ଜିଲ୍ଲାର ନୀଳଗିରି ପାହାଡ଼ ଯାହାକି ଏକ ମନୋରମ ସାଧନାର ପୀଠ । ଓଡ଼ିଶାର କପିଳାଶ ଆଉ ଭାରତର ହିମାଳୟ ପରି ନୀଳଗିରି ଗୋଟିଏ ମନୋରମ ଆଉ ଶାନ୍ତ ବାତାବରଣ ପୂର୍ଣ୍ଣ ପରିବେଶରେ ନିର୍ମିତ ଐତିହାସିକ ପୀଠ । ପଦଦେଶରେ ନୀଳଗିରି ମହାରାଜ ପ୍ରାସାଦ । ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କର ପୀଠ ବି ପବିତ୍ରତାର ପ୍ରତୀକ । ମୁଁ ଦେଖିନଥିବା ଆମର ପ୍ରିୟ ଗୁରୁ ଅନ୍ତର୍ଯ୍ୟାମୀ ଗୁରୁଜୀଙ୍କ ଗୃହ ମଧ୍ୟ । ଏମିତି ଜାଗାର ପବିତ୍ରତାରେ ମହାନ ସନ୍ଥଙ୍କୁ ଦେଖି ମନ ପ୍ରସନ୍ନ ହେଇ ଗଲା । ଧ୍ୟାନ ମଗ୍ନ ଥିବା ସନ୍ୟାସୀଙ୍କର ଧ୍ୟାନ ମଗ୍ନ ହେଲା । ତାପରେ ସେ ଜଣ ଜଣ କରି ବାହାରେ ଅପେକ୍ଷା କରିଥିବା ଲୋକଙ୍କ ଆଗମନର କାରଣ ପଚାରିଲେ ଓ ଆମେ ଶୁଣୁଥିଲୁ । ଏମିତିରେ ଜଣେ ଧନୀ ଓ ଉଚ୍ଚ ଶ୍ରେଣୀର ଲୋକ ଆମ ମଧ୍ୟରେ ଥାନ୍ତି । ସେ ମଧ୍ୟ ସନ୍ୟାସୀଙ୍କ ନିକଟରେ ତାଙ୍କ ଦୁଃଖ ଜଣାଇଲେ ।

ସନ୍ୟାସୀ ଜଣଙ୍କ ପଚାରିଲେ କୁହନ୍ତୁ ମହାଶୟ ଆପଣଙ୍କୁ ମୁଁ କଣ ସାହାଯ୍ୟ କରିପାରେ? ମହାଶୟ ଜଣଙ୍କ କହିଲେ ଆଜ୍ଞା ମୁଁ କୋଟିପତି ଲୋକ । ଆପଣଙ୍କ ପାଇଁ ମୁଁ ଯାହା କହିବେ ଦେଇ ପାରିବି ! ସନ୍ୟାସୀ କହିଲେ ଦେଖନ୍ତୁ ମୋର କୌଣସି ଆଶା ଆଉ ଅଙ୍କାକ୍ଷା ନାହିଁ ! ଏବଂ ଆପଣ ବିନା ଦ୍ଵିଗ୍ଧା ରେ ନିଜର ଇଛା ପ୍ରକାଶ କରନ୍ତୁ ମୁଁ ଯଥା ସମ୍ଭବ ସାହାଯ୍ୟ କରିବି । 

ମହାଶୟ ଜଣକ କହିଲେ ମୁନିବର ଆପଣ ବହୁତ ସାଧନାର ପ୍ରସିଦ୍ଧି ଲାଭ କରିଛନ୍ତି । ସାପ କାମୁଡ଼ାରେ ମରି ଯାଇଥିବା ଲୋକକୁ ମଧ୍ୟ ଆପଣ ଜୀବନ ଦାନ କରି ପାରନ୍ତି ଏଣୁ ମୋର ଗୋଟିଏ ଅନୁରୋଧ ଆପଣଙ୍କୁ ଆପଣ ଶପଥ କରନ୍ତୁ । ମୁନି ବର ସନ୍ୟାସୀ ଜଣଙ୍କ ବହୁତ ସମସ୍ୟାରେ ପଡିଗଲେ ଓ କହିଲେ ହଉ ମୁଁ ଶପଥ କରିବା ପୂର୍ବରୁ ଆପଣଙ୍କୁ ଗୋଟେ କଥା କହି ରଖୁଛି ଯେ । ମୁଁ ଲୋକଙ୍କର ଦୁଃଖ ସହି ପାରେନି ତେଣୁ ଲୋକଙ୍କୁ ସାହାଯ୍ୟ କରିବାକୁ ଏମିତି କାର୍ଯ୍ୟ କରୁଛି । ସାପ କାମୁଡ଼ିଲେ ମାର ପୁଅ ମରିଯିବ ଆଉ ମା ଟି କାନ୍ଧିବ ଦିନ ରାତି । ତେଣୁ ମୁଁ ମୋର ସାଧନା ଶକ୍ତି ଦ୍ୱାରା ମାଆର ମମତାକୁ ବଞ୍ଚେଇବାକୁ ଚେଷ୍ଟା କରିଛି । କିନ୍ତୁ ମୁଁ ଭଗବାନ କି ତାନ୍ତ୍ରିକ ନୁଁହ । ସେଇ କରୁଣାମୟଙ୍କ ସାନିଧ୍ୟଟିକେ ପାଇବାକୁ କେଉଁ କାଳରୁ ପଡିରହିଛି ସଂସାର ତ୍ୟାଗ କରି । ଆପଣ ମୋତେ ଲାଞ୍ଚ କଥା କହିବେନି । କୁହନ୍ତୁ କଣ ଆପଣଙ୍କର ସମସ୍ୟା? ମହାଶୟ ଜଣଙ୍କ କହିଲେ ।

ମୋଘର ପାଖରେ ଜଣେ ଲୋକ ଅଛି ସେ ଲୋକ ମୋତେ ବହୁତ ହଇରାଣ କରେ ଆପଣ ଯାହାବି କରନ୍ତୁ ତାକୁ ବର୍ବାଦ କରି ଦିୟନ୍ତୁ ନିଜର ସାଧନା ବଳରେ । ମୁଁ ତାକୁ ଦେଖିଲେ ସହିପାରୁନି ମୋ ଜୀବନକୁ ସେ ନର୍କ କରିଦେଲାଣି । ତା ପାଇଁ ଲୋକ ମୋତେ ଛି ଛାକର କରୁଛନ୍ତି । କିଛି କରନ୍ତୁ ମୁନିବର ଆପଣ ଶପଥ କରିଛନ୍ତି । ମୋତେ ବଞ୍ଚିବା ପାଇଁ ଦିଅନ୍ତୁ । ନହେଲେ ମୁଁ ଏଇଠି ଆତ୍ମହତ୍ୟା କରିଦେବି । 

ସନ୍ୟାସୀ କହିଲେ ଠିକ ଅଛି ଆପଣ ଯଜ୍ଞ କୁଣ୍ଡ ପାଖକୁ ଆସନ୍ତୁ,ମୁଁ ମୋର ସବୁ ସାଧନା ଶକ୍ତି ପ୍ରୟୋଗ କରି ତୁମକୁ ନ୍ୟାୟ ଦେବୀ । ତୁମର ଆତ୍ମହତ୍ୟା କରିବା କିଛି ଆବଶ୍ୟକ ନାହିଁ ।

ଏମିତି ସନ୍ୟାସୀ ଜଣଙ୍କ କୋପ ପ୍ରକାଶ କରି ଯଜ୍ଞ କୁଣ୍ଡ ପାଖକୁ ଗଲେ । ଆଉ ସେଠାରେ ଘିଅ ଆହୁତି କରିବା ଆରମ୍ଭ କଲେ । ଆହୁତି କରୁଥାନ୍ତି ଓ ସେ ଲୋକର ନାଁ ଗାଁ ଠିକଣା ପଚାରୁ ଥାନ୍ତି । କିଛି ସମୟ ପରେ ଯଜ୍ଞ ସାରି ଧ୍ୟାନ ମଗ୍ନ ହେଲେ ହାତରେ ଯଜ୍ଞ ଭସ୍ମ ଧରି । ଆମେ ସେମିତି ଅନେଇ ଥାଉ ଦୃଶ୍ୟ ଗୁଡିକୁ । ସତରେ ମୁଁ କିଛି ମନ୍ତ୍ର ତନ୍ତ୍ର ଓ ଯନ୍ତ୍ର ରେ ବିଶ୍ୱାସ କରେନି । 

କିଛି ସମୟ ପରେ ସନ୍ୟାସୀ ଜଣଙ୍କ ବହୁତ ଜୋର ରେ ଚତ୍କାର କରିବାକୁ ଲାଗିଲେ ଆଉ କହିଲେ ହେ ଭଗବାନ ତୁମେ ଏହି ମଣିଷ ଜାତିକୁ ଭଲ ବାଟ ଦେଖାଅ ପ୍ରଭୁ । ଏମିତି ଅଟ୍ଟାହାସ୍ୟ ଭରା ଶବ୍ଦ ଆଉ କ୍ରୋଦ୍ଧଗ୍ନି ଭରା ଚକ୍ଷ୍ୟୁ ଦେଖି ଆମେ ଭୟଭୀତ ହୋଇ ଗଲୁ । 

ପୁଣି କିଛି ସମୟ ପରେ ସନ୍ୟାସୀ ଜଣଙ୍କ ଟିକେ ଶାନ୍ତ ହେଲେ ଆଉ କହିଲେ ମହାଶୟ ଆପଣ ୟେ କଣ କରୁଛନ୍ତି । ଟିକେ ନୀରବରେ ଭାବନ୍ତୁତ । ସେ ଲୋକ ଜଣଙ୍କ ବହୁତ ପରୋପକାରୀ । ସେ ଧର୍ମ ପଥରେ ଚାଲୁଥିବା ଲୋକ । ତା ମନରେ କେବେବି ତୁମ ପ୍ରତି ଇର୍ଷା ଦ୍ୱେଷ ଆଉ ହିଂଶା ବୋଲି କିଛି ନାହିଁ । ତାର ଯଦି କିଛି ବି ଟିକେ ବିଯୁକ୍ତତ୍ମକ ପ୍ରକୃତି ଥାନ୍ତା ତାହାହେଲେ ମୁଁ ଏଇନେ ମୋ ସାଧନା ବଳରେ କିଛିବି ଅନିଷ୍ଟ କରିପାରିଥାନ୍ତି ଯେହେତୁ ମୁଁ ଶପଥ କରିଥିଲି । ହେଲେ ସେ ଲୋକ ଜଣେ ପରୋପକାରୀ, ଧର୍ମପରାୟଣ, ଆତ୍ମସ୍ୱାଭିମାନି ଓ ଦୟାଳୁ ଲୋକ । କାହିଁକି ତୁମର ଏତେ ଆକ୍ରୋଶ ତାଙ୍କ ପ୍ରତି । 

ଆପଣ କଣ କହିବାକୁ ଚାହାନ୍ତି ଆଜ୍ଞା । ଆପଣଙ୍କୁ କିଛି ଦେଲେବି ନେଉନାହଁନ୍ତି କି ମୋ କାମବି କରୁ ନାହଁନ୍ତି । ଲୋକେ ଖାଲି ଆପଣଙ୍କ ନାଁରେ ଦିଣ୍ଡୋରା ପିଟୁଛନ୍ତି ବାବା ବଞ୍ଚେଇ ଦେଉଛନ୍ତି । ଛି ମୋର ଆସିବା ବୃଥା ହେଇ ଗଲା ।

ବାବା କହିଲେ ମୁଁ ବହୁତ ଚେଷ୍ଟା କଲି ତାଙ୍କୁ ଦଣ୍ଡ ଦେବାକୁ । ମୁଁ ଭାରତ ପାଖରେ ଯେପରି ପରମାଣୁ ଅସ୍ତ୍ର ଅଛି ଆଉ ସବୁଠାରୁ ଭାରତର ବଡ଼ ଅସ୍ତ୍ର ବ୍ରହ୍ମଅସ୍ତ୍ର ସେହି ପରି ମୋର ସାଧନାରେ ଯେତେକ ରିଷ୍ଟ ନିବାରକ ଅସ୍ତ୍ର ମୁଁ ପ୍ରୟୋଗ କରି ସାରିଛି । ହେଲେ ମୁଁ ପ୍ରୟୋଗ କରୁଥିବା ସମସ୍ତ ଅସ୍ତ୍ର ମୋ ପାଖରୁ ଯାଇ ଫେରି ଆସୁଥାଏ ଆଉ କିଛି ତୃପ୍ତଆତ୍ମା ମୋତେ ହାତ ଯୋଡି ତାଙ୍କର ସୁରକ୍ଷାର କାମନା ପ୍ରାଥନା କରୁଥାନ୍ତି । କେତେ ଧାର୍ମିକ ଲୋକ ସିୟେ । 

ମହାଶୟ ଆପଣ ୟେ ପବିତ୍ର ଜାଗା ଛାଡି ଚାଲିଯାଆନ୍ତୁ । ଆପଣ କୌଣଶିବି ତାନ୍ତ୍ରିକ ସାଧକ ପାଖକୁ ଗଲେବି ତାର କିଛି ବିଗାଡି ପାରିବେନି କାରଣ ସେ ଧର୍ମ ପଥରେ ଅଛି । ସେଇଥି ପାଇଁ ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ଆପଣଙ୍କୁ ଇର୍ଷା ହୁଏ । କାରଣ ଆପଣ ଧନୀ ଆଉ ମାନି ଲୋକ । ଆପଣଙ୍କର ମର୍ଯ୍ୟାଦା କମିଯାଉଛି । ପ୍ରତ୍ୟକ ମଣିଷର ହୃଦୟରେ ଭଗବାନ ଥାନ୍ତି ଆଉ ମଣିଷଟିଏ ଆପଣଙ୍କ ଉପରେ ଶାନ୍ତି ଅଛି ମାନେ ଆପଣ ତୃପ୍ତ ଆତ୍ମାର ସାନିଧ୍ୟ ଲାଭ କଲେ । ସେମିତି ମୁଁ ପ୍ରୟୋଗ କରୁଥିବା ସମସ୍ତ ସାଧନସ୍ତ୍ରକୁ ସମସ୍ତ ତୃପ୍ତ ଆତ୍ମା ଖଣ୍ଡନ କରିଦେଲେ । ସେ ନ୍ୟାୟରେ ଅଛି ଆଉ ତା ସାଥିରେ ତୃପ୍ତତ୍ମସାନ୍ତୀ ଘେରି ରହିଛନ୍ତି ଆପଣ ଯାହା କରନ୍ତୁ ତାର କୌଣସି କ୍ଷତି କରିପାରିବେନି । ମୋ ଅନୁରୋଧ ରକ୍ଷା କରନ୍ତୁ ଆପଣବି କିଛି ପୁଣ୍ୟ କାମ କରନ୍ତୁନା ଆପଣଙ୍କୁ ବି ତୃପ୍ତଆତ୍ମର ସାନିଧ୍ୟ ଲାଭ ହେବ । ସେ ଲୋକ ଜଣଙ୍କ ୟେ ପର୍ଯ୍ୟନ୍ତ ଜାଣି ନାହିଁକି ଆପଣ ତା ଉପରେ ଅନିଷ୍ଟ କରିବାକୁ ଯାଉଛନ୍ତି । ଏତେ ସରଳ ମନ ତାଙ୍କର । ଆପଣ ତାଙ୍କ ଉପରେ ବିଭିନ୍ନ ଷଡଯନ୍ତ୍ର କରିଛନ୍ତି ତଥାପି ସେ ଆପଣଙ୍କୁ ଶତ୍ରୁ ବୋଲି ଭାବିନି । ସେ ଯଦି ଥରେବି ଶତ୍ରୁତା କରିଥାନ୍ତା ତାହା ହେଲେ ମୁଁ ସେହି ଅଧର୍ମ ବାଟ ଦେଇ ମୋର ଅସ୍ତ୍ର ଗୁଡିକୁ ପ୍ରୟୋଗ କରିଥାନ୍ତି । 

ମହାଶୟ ଜଣଙ୍କ ଅନର୍ଗଳ ସନ୍ୟାଷିଙ୍କର ମଧୁର ଉପଦେଶ ଶୁଣି ଶୁଣି କ୍ରନ୍ଧନ କରିବାକୁ ଲାଗିଲେ । ଆଉ ସନ୍ୟାସୀଙ୍କୁ କହିଲେ ହଁ ବାବା ଆପଣ ଠିକ କହିଛନ୍ତି । ମୁଁ ଇର୍ଷାରେ ନିଜ ହୃଦୟ ଜ୍ୱାଳାରେ ନିଜର ଅନିଷ୍ଟ ସାଧନାର ଘୃତ ଢାଳୁଥିଲି । ଆଜି ମୋ ଚେତନା ଶକ୍ତି ଆପଣଙ୍କ ଦର୍ଶନରୁପି ଉପଦେଶରେ ଜାଗ୍ରତ ହୋଇଛି ଆଉ ମୁଁ ମଧ୍ୟ ମୋ ତୃପ୍ତଆତ୍ମ ଶକ୍ତି ବୃଦ୍ଧି କରାଇବି । ଏମିତିରେ ମହାଶୟ ଜଣଙ୍କ ସେଠାରୁ ପ୍ରସ୍ତାନ କଲେ ।

ଯିଏ ବିଳାଶ ବ୍ୟସନ ଚାହେଁ ସେ ବାବା କେମିତି ହେବେ । ତାଙ୍କର ତ ନାମ କାମନା ଆଉ ବାସନା ସବୁ କିଛି ଦରକାର । ସେମାନେ ହିଁ ଭଣ୍ଡାମି କରି ଲୋକ ମାନଙ୍କୁ ଲୋଟନ୍ତି । ଆଉ ନିଜର ଅଭିଳାଷ ପୁରଣ କରନ୍ତି । ଆମେ ବାବାଙ୍କୁ ସାକ୍ଷାତ କରି ଫେରିଲୁ । ଏଣୁ ସବୁବେଳେ ସତ୍ୟ ,ଧର୍ମ ଆଉ ନ୍ୟାୟ ପଥରେ ରହିଲେ ଆପଣଙ୍କ ଗୋଡ଼ରେ କଣ୍ଟା ଟିଏ ପଶି ଗଲେବି ଅନ୍ୟର ଆତ୍ମାରୁ ଶୋକାଶ୍ରୁ ଝରି ପଡିବ । ଏହିତ ଦୁନିଆ ଯେଉଁଠି ମରଣ ସମୟରେ କିଛି ଲୋକଙ୍କୁ ଖୁସି ମିଳୁଥାଏ ଯଦି ଆମେ ସେହି ଲୋକକୁ ଦୁଃଖ ଦେଇଛନ୍ତି । ଏଣୁ କାହାରିକୁ ଖୁସି ଯଦି ଦେଇ ପାରୁନ ତାହା ହେଲେ କେବେବି କାହାକୁ ଦୁଃଖ ଦିୟନା । କାରଣ ତମେ ଅନ୍ୟକୁ ଦେଉଥିବା ଯନ୍ତ୍ରଣାର ନାମ ନିଜ ପାଇଁ ଅଣାଉଥିବା ରୋଗ, ଶୋକ ଆଉ ଅସାନ୍ତି ରୂପୀ ଯନ୍ତ୍ରଣା । ଯେଉଁ ପରିବାରରେ ଶାନ୍ତି ନାହିଁ ତାହା ନର୍କପୁର ଠାରୁ ହୀନ । ଯେଉଁ ପୁଅ ବାପା ମାଙ୍କୁ ମିଛ କହେ ସେ ହେଉଛି ସବୁଠାରୁ ଭାଗ୍ୟହୀନ ଯେକି କିଛି ଅଣ୍ଟେନାହିଁ । ଆମେ ବାପା ମାଆଙ୍କ ଦୁଃଖ ସୁଖରେ ଏମିତି ଭାଗୀ ହେବା ଆବଶ୍ୟକ ଯେମିତି ସେମାନେ ଆମେ ଶିଶୁ ଅବସ୍ଥାରେ ବାପା ଆଉ ମାଆ ଆମସହ ଜଡିତ ଥିଲେ ।

ମୋର ଅଭ୍ୟାସ ଗୁରୁଜୀ

Rate the content


Originality
Flow
Language
Cover design

Comments

Post

Some text some message..