ପୁଅ ମୋର କ୍ରିକେଟର
ପୁଅ ମୋର କ୍ରିକେଟର
ରହନ ଛୋଟ ବେଳୁ କ୍ରିକେଟ ଖେଳ ପାଇଁ ଆକର୍ଷିତ। ସବୁବେଳେ ସେ କ୍ରିକେଟ ଖେଳ ଖେଳିବାକୁ ଖୋଜନ୍ତି। କିନ୍ତୁ ଏଥିରେ ତାଙ୍କ ବାପା ଶେଖର ଆଦୌ ଖୁସି ହୁଅନ୍ତି ନାହିଁ।ବରଂ ରାହୁଲଙ୍କ ଉପରେ ବିରକ୍ତ ହୋଇ କୁହନ୍ତି ପଢାରେ ଧ୍ୟାନ ଦେବାକୁ, କାରଣ ଖେଳି କି କିଛି ଲାଭ ନାହିଁ। କିନ୍ତୁ ରହନଙ୍କ ଜେଜେବାପା କୁହନ୍ତି ତୋର ଯେଉଁଥିରେ ଆଗ୍ରହ ଅଛି ତୁ କର। ସେ ରହନକୁ ସବୁବେଳେ ଖେଳିବା ପାଇଁ ଉତ୍ସାହିତ କରୁଥିଲେ।
ରହନ ବାପାଙ୍କ ମନା କଲା ପରେ ମଧ୍ୟ କ୍ରିକେଟ ଖେଳୁ ଥିଲେ। ବିଦ୍ୟାଳୟର କ୍ରିକେଟ ଦଳର ଅଧିନାୟକ ମଧ୍ୟ ଥିଲେ। ହେଲେ ବାପା ବିରକ୍ତ ହେଉଥିଲେ। ଏ କଥା ରାହୁଲଙ୍କ ଖେଳ ଶିକ୍ଷକ ଜାଣିବା ପରେ ସେ ଶେଖରଙ୍କୁ ବୁଝାଇଲେ ଯେ ଖେଳିବାଟା କିଛି ଖରାପ ନୁହଁ। ରହନଙ୍କ ପ୍ରତିଭା ଅଛି।ସେ ଭଲ ବ୍ୟାଟିଂ ଭି କରେ ଏବଂ ଭଲ ବୋଲିଂ ଭି କରେ।ବିଦ୍ୟାଳୟର କ୍ରିକେଟ ଦଳକୁ ସେ ସମୟରେ ପ୍ରତିନିଧିତ୍ୱ ନେଇ ଜିତାଇଛି। ତାକୁ ଖେଳିବାକୁ ମନା କରନ୍ତୁ ନାହିଁ। ଖେଳିବା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ।ଏହା ଶୁଣିବା ପରେ ଶେଖର ଆଉ ରାହୁଲକୁ ଖେଳିବା ନେଇ କେବେ କିଛି କହିଲେ ନାହିଁ।
ଏବେ ରହନ ଖେଳରେ ବହୁତ ଆଗକୁ ବଢି ଲେଣି।ଆସ୍ତେ ଆସ୍ତେ ସେ ରାଜ୍ୟ ସ୍ତରର କ୍ରିକେଟ ବି ଖେଳିଲେଣି।
ଦଶମ ପରେ ରହନ କଲେଜରେ ପଢିବା ସମୟରେ ମଧ୍ୟ ସେ କଲେଜ କ୍ରିକେଟ ଦଳର ପ୍ରତିନିଧି କରୁଥିଲେ। ଖେଳରେ ବେଶୀ ସମୟ ଦେବାକୁ ପଡିବାରୁ ରହନ ପରୀକ୍ଷାରେ ଭଲ ନମ୍ବର ରଖିଲେ ନାହିଁ। ସେଥିରୁ ବାପା ଶେଖର ତାଙ୍କୁ ବିରକ୍ତ ହୋଇ କହିଲେ ତୁ ଏମିତି ହିଁ ଖେଳୁ ଥାଆ।ଶେଷରେ ପରୀକ୍ଷାରେ ଫେଲ ହୋଇ ଘରେ ବସିବୁ। ରହନ ମନ ଦୁଃଖ କଲେ ଜେଜେବାପା ତାଙ୍କୁ କହୁଥିଲେ ମୁଁ ଜାଣିଛି ତୁ ଦିନେ ନା ଦିନେ ବଡ କ୍ରିକେଟ ଖେଳାଳି ହେବୁ। ତୁ ଖେଳରେ ଧ୍ୟାନ ଦେ।
ଏବେ ରହନଙ୍କ କଲେଜକୁ ରାଜ୍ୟସ୍ତରୀୟ କ୍ରିକେଟ ଦଳର ଚୟନ କରିବାକୁ ଚୟନକର୍ତ୍ତୃପକ୍ଷ ଆସିଛନ୍ତି। ସମସ୍ତେ ରହନଙ୍କ ଖେଳ ଦେଖି ରାହୁଲଙ୍କୁ ରାଜ୍ୟସ୍ତରୀୟ ଦଳ ପାଇଁ ଚୟନ କଲେ।ଜେଜେବାପାଙ୍କ ଖୁସି କହିଲେ ନ ସରେ। ଶେଖରଙ୍କୁ ଡାକି ଜେଜେବାପା କହିଲେ ଦେଖିଲୁ ତ ଆମ ରହନ ଭିତରେ ଥିବା ପ୍ରତିଭା।ଦେଖିବୁ ଦିନେ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭି ଖେଳିବ।ଶେଖର କିଛି ନ କହି ହସିଲେ। ମନେ ମନେ ରହନଙ୍କୁ ନେଇ ଗର୍ବ କଲେ।
ଛଅ ମାସ ଏମିତି ରାଜ୍ୟ ତରଫରୁ ଖେଳିବା ପରେ ରଣଜିତ ଟ୍ରଫି ଆରମ୍ଭ ହୋଇଛି। ଏଥିରେ ଘୋଷଣା କରାଯାଇଛି ଯେ ଏହି ଟ୍ରଫିରେ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳିଙ୍କୁ 19 ବର୍ଷୀୟ ତଳ ଭାରତୀୟ ଦଳରେ ଖେଳୀବାରେ ସୁଯୋଗ ମିଳିବ। ଜେଜେବାପା କହିଲେ ମୋର ସପନ ପୁରଣ ହେବାକୁ ଯାଉଛି। ରାହୁଲଙ୍କ ଖେଳର ପ୍ରଦର୍ଶନ ଏବେ ଚାରିଆଡ଼େ।ସମସ୍ତେ କହୁଛନ୍ତି ରାହୁଲ ନିଶ୍ଚୟ ଭାରତୀୟ କ୍ରିକେଟ ଦଳରେ ଖେଳିବା ସୁଯୋଗ ପାଇବେ। ଏବେ ରହନଙ୍କ ପ୍ରଦର୍ଶନ ଯୋଗୁଁ ତାଙ୍କ ଦୋଳ ସେମି ଫାଇନାଲରେ ପହଞ୍ଚିଛି। ସେମିଫାଇନାଲ ମ୍ୟାଚ ଦୁଇ ଦିନ ଆଗରୁ ରହନଙ୍କ ଜେଜେବାପାଙ୍କ ମୃତ୍ୟୁ ହୋଇଗଲା। ଜେଜେବାପାଙ୍କ ମୃତ୍ୟୁ ଖବର ରହନଙ୍କୁ ବହୁତ ବଡ ଆଘାତ ଦେଲା। ସେ ଜେଜେବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପୁଣି ସେମିଫାଇନାଲ ଖେଳିବାକୁ ଫେରି ଆସିଥିଲେ। ଖେଳିବା ସମୟରେ ଖେଳରେ ଧ୍ୟାନ ଦେଇ ପାରିଲେ ନାହଁ। ସେଦିନ ତାଙ୍କର ଅନ୍ୟମନସ୍କ ଖେଳ ପାଇଁ ସେ ବହୁତ ଖରାପ ପ୍ରଦର୍ଶନ କରିଥିଲେ। ବ୍ୟାଟିଂରେ ପ୍ରଥମ ଥର ଶୂନ ରନରେ ଆଉଟ ହୋଇ ଥିଲେ। ବୋଲିଂରେ ଉଇକେଟ ନେଇ ପାରିଲେ ନାହିଁ ଏବଂ ବହୁତ ରନ ଦେଲେ।ଶେଷରେ ତାଙ୍କ ଦଳ ବହୁତ କଷ୍ଟରେ ହାରୁ ହାରୁ ସେମିଫାଇନାଲ ଜିତିଲା। ମ୍ୟାଚ ଶେଷରେ ସମସ୍ତେ ଯେତେବେଳେ ତାଙ୍କୁ ଖରାପ ପ୍ରଦର୍ଶନ ପାଇଁ ପ୍ରଶ୍ନ କରିଥିଲେ ସେ କହିଲେ ତାଙ୍କୁ ବହୁତ ଏକା ଲାଗୁଛି।କେବଳ ଜେଜେବାପାଙ୍କ ପ୍ରେରଣା ପାଇଁ ସେ ଆଜି ଏଇଠି ପହଞ୍ଚିଛନ୍ତି।ଜେଜେବାପାଙ୍କ ଇଚ୍ଛା ଥିଲା ତାଙ୍କୁ ଅନ୍ତରାଷ୍ଟ୍ରୀୟ ଭାରତୀୟ ଦଳରେ ଖେଳିବାର ଦେଖିବାର। ହେଲେ ଆଜି ତାଙ୍କ ଜେଜେବାପା ଏ ଦୁନିଆରେ ଆଉ ନାହାଁନ୍ତି କହି ସେ ଭୋ ଭୋ ହୋଇ କାନ୍ଦିଲେ।
ଏବେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କଣ ରହନ ଏମିତି ମାନସିକ ଅବସ୍ଥାରେ ସେ ଖେଳିବେ ଏତେ ବଡ଼ ମ୍ୟାଚ.... ଫାଇନାଲ ମ୍ୟାଚ। କିନ୍ତୁ ଚୟନ କର୍ତ୍ତୃପକ୍ଷ ଏବଂ ତାଙ୍କ ଦଳର ଅଧିନାୟକ ତାଙ୍କ ଉପରେ ବିଶ୍ୱାସ ରଖି କହିଲେ ରହନ ଫାଇନାଲ ମ୍ୟାଚ ଖେଳିବେ।ସେମାନଙ୍କର ରହନଙ୍କ ଉପରେ ପୁରା ଭରସା ଅଛି।
ଫାଇନାଲ ମ୍ୟାଚ ଆରମ୍ଭ ହେବା ଆଗରୁ ରହନଙ୍କ ବାପା ଶେଖର ହଠାତ୍ ଆସି ତାଙ୍କୁ ଦେଖା କରିଛନ୍ତି ଏବଂ ପୁଅର ଏକାକୀ ପଣ ଦୂର କରିବାକୁ ଯାଇ କହିଲେ ତୁ ଏକା ନାହୁଁ। ଆଜି ତୋ ବାପା ପ୍ରଥମ ଥର ତୋ ଖେଳ ଦେଖିବାକୁ ଆସିଛି। ତାକୁ ତୁ ଜିତିକି ଉପହାର ଦେବୁ ନା? ତୋ ଜେଜେବାପାଙ୍କ ଶେଷ ଇଚ୍ଛା ତୋତେ ପୁରଣ କରିବାକୁ ପଡିବ। ତୋତେ ତୋର ପ୍ରଶଂସକଙ୍କ ପାଇଁ ଆଜି ତୋ ଜୀବନର ସବୁଠାରୁ ବଡ଼ ମ୍ୟାଚ ଖେଳିବାକୁ ପଡିବ।
ତାପରେ ଖେଳ ଆରମ୍ଭ ହୋଇଛି।ବାପା ଆସିବା ପରେ ରହନଙ୍କ ଆତ୍ମବିଶ୍ୱାସ ଏବେ ଟିକେ ବଢିଛି।ରହନଙ୍କ ଦଳ ବୋଲିଂ ଆରମ୍ଭ କରିଛି। ଦଳର ପ୍ରଦର୍ଶନ ସତେ ଭଲ ହୋଇ ନାହିଁ। କେବଳ ରହନ ହିଁ ତିନୋଟି ଉଇକେଟ ନେଇଛନ୍ତି। ଅନ୍ୟପକ୍ଷ ଦଳ ବିଶାଳ 350ର ଲକ୍ଷ୍ୟ ରହନଙ୍କ ଦଳକୁ ଦେଇଛି। ରହନଙ୍କ ଦଳ ଏବେ ଯାଏଁ ଏତେ ରନର ପିଛା କେବେ କରି ନାହାଁନ୍ତି।ରହନଙ୍କ ଦଳର ବ୍ୟାଟିଂ ଆରମ୍ଭ ହୋଇଛି। ଏତେ ବଡ଼ ଲକ୍ଷ୍ୟ ପାଇଁ ପ୍ରଥମ ଥର ପାଇଁ ରହନ ସିରିଜର ଅପନର ହୋଇ ବ୍ୟାଟିଂ ଆରମ୍ଭ କରିଛନ୍ତି।ଆରମ୍ଭ ଭଲ ହୋଇଛି। ଦଶ ଓଭରରେ 75 କରିଛନ୍ତି ରହନଙ୍କ ଦଳ।କିନ୍ତୁ ତାପରେ ଗୋଟିଏ ପଟରେ ରହନ ଧୁମଧାର ଖେଳିଥାନ୍ତି ତ ଅନ୍ୟପଟେ ଉଇକେଟ ଖସି ଚାଳିଥାଏ। ପଚିଶ ଓଭର ବେଳକୁ 141ରେ 6 ଉଇକେଟ। ଲାଗୁଥାଏ ମ୍ୟାଚ ଆଉ ରହନ ଦଳ ହାତରୁ ଚାଲିଗଲାଣି। କିନ୍ତୁ ରହନ ହାର ମାନି ନାହାଁନ୍ତି। ଯେତେ ପାରିଛନ୍ତି ବ୍ୟାଟିଂ ନିଜ ହାତରେ ରଖିଛନ୍ତି। ବେଶୀ ସେ ଦୁଇ ରନ ନେଉଥାନ୍ତି।ପୁଣି 40 ଓଭର ବେଳକୁ 7 ଉଇକେଟରେ ଦଳ 245କରି ଥାନ୍ତି। ହଠାତ୍ ରହନଙ୍କ ଦୌଡିବାରେ ଅସୁବିଧା ହେବାରୁ ଜଣେ ରନର ଆସିଲେ। ତଥାପି ରହନ ହାର ମାନି ନାହାଁନ୍ତି।44.5ଓଭରରେ 290ରେ 9 ଉଇକେଟ ପଡିଲା। ସମସ୍ତେ ଭାବିଲେ ଆଜି ରହନଙ୍କ ଦଳ ଏ ମ୍ୟାଚ ହାରିଯିବ। ରହନ ସେତେବେଳକୁ 158ରନରେ ଖେଳୁ ଥାଆନ୍ତି। ଅନ୍ୟ ପକ୍ଷରେ ଶେଷ ଉଇକେଟ।ବଲ ଜମା 31 ବେଳକୁ ଜିତିବା ପାଇଁ 60ରନ ଦରକାର।ରହନ ଯେତେ ପାରିଲେ ବ୍ୟାଟିଂ ନିଜ ପାଖରେ ରଖିଲେ।ମ୍ୟାଚ ରମାଞ୍ଚକର ପରିସ୍ଥିତିରେ ଅଛି। ଶେଷ ଓଭର.... 6 ରନ 22 ଦରକାର ଜିତିବାକୁ।ପ୍ରଥମ ବଲରେ ରହନ ଛଅ ମାରିଲେ। ତାପରେ ବଲରେ ସେ ଚାହିଁଥିଲେ 1 ରନ ନେଇ ପାରିଥାନ୍ତେ। କିନ୍ତୁ ସେ ରନ ନ ନେଇ ନିଜ ହାତରେ ବ୍ୟଟିଂ ରଖିଲେ। ତାପରେ ସେ 6, 4, ମାରିଲେ।ଏବେ 2 ବଲରେ 6ରନ ଦରକାର। ଗୋଟିଏ ବଲରେ ସେ ରନ ନେଇ ପାରିଲେ ନାହିଁ। ଶେଷ ବଲରେ ସେ 6 ମାରି ଦଳକୁ ଜିତାଇଲେ।ରହନ ମ୍ୟାନ ନ ଅଫ ଦା ମ୍ୟାଚ, ମ୍ୟାନ ଅଫ ଦି ସିରିଜ ପାଇଲେ ଏବଂ ତାଙ୍କୁ ସିଧା ଭାରତୀୟ A ଦଳ ପାଇଁ ଚୟନ କରାଗଲା।ଚାରିଆଡେ ରହନଙ୍କ ଖେଳର ପ୍ରଶଂସା।
ରହନଙ୍କ ବାପା ଏବେ ଗର୍ବରେ କହୁଛନ୍ତି ପୁଅ ମୋର କ୍ରିକେଟର।