Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Inspirational Others

2  

Debabrata Jena

Inspirational Others

ମୁକ୍ତ ବିହଙ୍ଗ

ମୁକ୍ତ ବିହଙ୍ଗ

1 min
1.8K


ମୁକ୍ତ ବିହଙ୍ଗମେ ବିହଙ୍ଗଟିଏ ମୁଁ ,

ଉଡିଯିବି ଦୂର ଦେଶ,

ଶାନ୍ତିର ବାରତା , ଏକତାର ସ୍ୱରେ

ବାଣ୍ଟିବି ନବ ସନ୍ଦେଶ ।।(୧)

ପ୍ରତି ସକାଳର ନୂତନ ଆଲୋକେ,

ନବ ଉନ୍ମାଦନା ନେଇ,

ଜୀବନ ଜିଉଁଛି ନୂତନତ୍ୱ ପଥେ

ପ୍ରେମର ସଙ୍ଗୀତ ଗାଇ ।।(୨)

ଲୋଡ଼ା ନାହିଁ ମୋର ପ୍ରାସାଦ ବିଳାସ ,

ଲୋଡ଼ା ନାହିଁ ସ୍ୱର୍ଗ ସୁଖ,

ଲୋଡ଼ା ନାହିଁ ମୋର କୃତ୍ରିମ ପବନ ,

ଅବା ଯାନି ଯାତ ଭେକ ।।(୩)

ସ୍ୱାଧୀନ ଭାବରେ ବିଚରଣ କରି,

ପାଉଛି ଆନନ୍ଦ ଯେତେ,

ସେ ଆନନ୍ଦୋଲ୍ଲାସ କାହୁଁ ବା ମିଳିବ,

ସୁନା ପଞ୍ଜୁରୀରେ ସତେ ।।(୪)

ସ୍ୱାଧୀନତା ମୋର ଜନ୍ମଗତ ହକ୍,

ନିଶ୍ଚେ ହାସଲ କରିବି ,

ପରାଧୀନତାର ଶୃଙ୍ଖଳକୁ ଭାଙ୍ଗି,

ନୀଳାମ୍ବରେ ହଜିଯିବି ।।(୫)



Rate this content
Log in

Similar oriya poem from Inspirational