ନବ ରାତ୍ରୀ
ନବ ରାତ୍ରୀ
ନବ ରାତ୍ରୀ ଏହି ପବିତ୍ର ପରବ
ନବ ଦେବୀ ଙ୍କ ର ପୂଜନ ଉତ୍ସବ ।
ଶୋଭନୀୟ ଚାରୁ ଶରଦ କାଳ ରେ
ପାଳନ୍ତି ସଭିଏଁ ଆନନ୍ଦ ଭୋଳ ରେ ।
ପ୍ରଥମ ରେ ପୂଜା ମାତା ଶୈଳ ପୁତ୍ରି
ଦ୍ଵିତୀୟରେ ଦୁର୍ଗା ମା ବ୍ରହ୍ମ ଚ।ରିଣୀ ।
ତୃତୀୟ ରାତ୍ରୀ ରେ ଚନ୍ଦ୍ର ଘଣ୍ଟା ପୂଜା
ଚତୁର୍ଥୀରେ ତୋଷେ ପୂଜନ୍ତି କୃଷ୍ମାଣ୍ଡା ।
ପଞ୍ଚମ ରେ ସ୍କନ୍ଦ ମାତା ଉପାସନା
ପୁତ୍ର ଲାଭ ହୁଏ କରିଲେ ସାଧନା ।
ଷଷ୍ଠ ରାତ୍ରୀ କାଳେ କାତ୍ୟାୟନୀ ରୂପେ
ଅର୍ପଣ କରନ୍ତି ଭୋଗ ରାଗ ଭକ୍ତେ ।
ପୂଜି ଥାନ୍ତି ଭକ୍ତ ଭକ୍ତିର ପ୍ଲାବନେ
ମନ ବାଞ୍ଛା ଜାଣି ବର ଅରପଣେ ।
ରତା ଥାନ୍ତି ସଦା ମାତା କାତ୍ୟାୟନୀ
କରଇ ନିତି ମୁଁ ସେ ପାଦେ ଦଇନି ।
ସପ୍ତମ ରାତ୍ରୀ ରେ କାଳ ରାତ୍ରୀ ଙ୍କ ର
ଭକତି ବିଶ୍ୱାସେ ପୂଜନ୍ତି ପୟର ।
ଅଷ୍ଟମ ରାତ୍ରୀ ରେ ମହା ଗୌରୀ ବେଶୀ
ମା ଦୂର୍ଗା ଆସନ୍ତି ଷଣ୍ଢ ପୃଷ୍ଠେ ବସି ।
କର ରେ ତ୍ରିଶୂଳ ଡମ୍ବରୁ ଧାରଣ
ମହା ଆଡ଼ମ୍ବରେ ପୂଜା ଆୟୋଜନ ।
ଜନତା ସକଳ କରନ୍ତି ସେ ଦିନ
ଶେଷ ରାତ୍ରୀ ପଡେ ତାର ପର ଦିନ ।
ନବମ ରାତ୍ରୀ ରେ ସିଦ୍ଧି ଦ।ତ୍ରୀ ଭାବେ
ଭକ୍ତ ତାନ୍ତ୍ରିକ ଏ ପୂଜନ୍ତି ଉତ୍ସବେ ।
କରୁଣା ମୟୀଙ୍କ ସୁପ୍ରସନ୍ନ ପାଇଁ
ନାନା ପୂଜା ପଶା ଆୟୋଜନେ ଧାଇଁ ।
ଭକ୍ତି ଘେନି ନୈବେଦ୍ୟ କୁ ଅରପଣ
ଧୂପ , ଦୀପ, ଗନ୍ଧ , କୁସୁମ ଅର୍ପଣ ।
କରି ନବ ରାତ୍ରୀ ଉପାସନା ବିଧି
ବିଧାନେ ସାଧିଣ ଲଭନ୍ତି ସୁସିଦ୍ଧି ।
