ଏଣୁତେଣୁ - ୪
ଏଣୁତେଣୁ - ୪
ସଞ୍ଜ
ଛଡେଇ ନିଏ ଫର୍ଚ୍ଚା ଆଲୁଅ
ରାତି
ଛଡେଇ ନିଏ ଆଖିର ନିଦ
ସୂରୁଜ ଉଇଁଲେ
ଲିଭିଯାଏ ଆପେ
ଅନ୍ଧାର ବହଳ, ନିରାଶା ଗହଳ…
ହେଲେ ପ୍ରେମ ଯେବେ
ମୋତେ ଛୁଏଁ
ମନ ଓ ବୁଦ୍ଧି ଭିତରେ
ଆରମ୍ଭ ହୁଏ ଅଦ୍ଭୁତ ବିବାଦ
ଓଠ ଘରେ କୋଲପ
ଆଖି ବେପରୁଆ
ହସ ଲୁହରେ ଫେଣ୍ଟି ହେଲାବେଳେ
ପଲକ ଦୁଆରେ ଲୁହ ଟଳମଳ…
ଏବେଳେ "ମୁଁ" ବିଚରା
କ'ଣ କରିବି ଯେ ?
ଭାବୁଥାଏ…
କାହିଁକି ଜୀବନଟା ନହେଲା ସରଳ ?