STORYMIRROR

Kali Kumar

Tragedy

4  

Kali Kumar

Tragedy

ମୁଲିଆର ଆତ୍ମକଥା

ମୁଲିଆର ଆତ୍ମକଥା

1 min
796

ଭୋକର ଜ୍ବାଳାରେ କୃଷକ ମରୁଛି

ତିଳତିଳ ଖଟି କେତେ,

ସାହୁକାର ଏଠି ପେଟ ଫୁଲାଉଛି

ଅନ୍ନ ତ ଯାହାକୁ ଯେତେ ।୧।

ତା' ଘରେ ଜଳୁନି ଚୁଲି ଦୁଇ ଥର

ଅନ୍ନ ଯିଏ ଉପୁଜାଏ,

ଖାଇ ପିଇ ତେଣେ ଆରାମରେ କିଏ

ଘୁଙ୍ଗୁଡ଼ି ମାରି କି ଶୁଏ ।୨।

ଲଜ୍ଜା ଢ଼ାଙ୍କିବାକୁ ଶରୀରେ ପୋଷାକ

ତନ୍ତୀ ପାଇଁ ମିଳେନାହିଁ,

ବାବୁମାନେ ଏଠି ଧାଡ଼ି ଯେ ଲାଗନ୍ତି

ଭଳିଭଳି ବସ୍ତ୍ର ପାଇଁ ।୩।

ନଭଶ୍ଚୁମ୍ଭୀ ଦୁଃର୍ଲଭ ସ୍ମୃତି ସ୍ମାରକ

ନିର୍ମାଣ ଯିଏ କରଇ,

ଖରା ବରଷାରୁ ମୁକତି ପାଇଁ କା

ତା'ପାଖେ ଚାଳିଆ ନାହିଁ ।୪।

ଯିଏ ବୁଣୁଥାଏ ଯିଏ ଉପୁଜାଏ

ତାଙ୍କର ନାହିଁ କି ସ୍ଥାନ,

ମାନ ଅପମାନେ ଭୋକ ଉପାସରେ

ବିତିବ କି ତା' ଜୀବନ ? ।୫।

ଗଣ୍ଡିଏ ଖାଇକି ଦଣ୍ଡେ ଜୀଇଁବାକୁ

ସଂଘର୍ଷ କରନ୍ତି କେତେ,

ମାନ ଅପମାନ ହିସାବ ପାଇଁ କା

କାହିଁ, କେବେ ସେ ନ ଚିନ୍ତେ ।୬।

ରକତକୁ ଯିଏ ଝାଳରେ ବୁହାଇ

ସଂଭାଳିଛି ମୂଳଦୁଆ,

କେଉଁ ଦୋଷେ ତେବେ ସେମାନଙ୍କୁ ମିଳେ

ହୀନ ଆଖ୍ୟା ଯେ 'ମୁଲିଆ' ।୭।

ବାବୁର ଆଖ୍ୟାକୁ ତୁମେ ଆପଣେଇ

କରୁଅଛ ବା କଅଣ ?

ମୁଲିଆ ଆଖ୍ୟାକୁ ସିଏ ଆପଣେଇ

ବଞ୍ଚେଇ ରଖିଛି ପ୍ରାଣ ।୮।

ପ୍ରାଣାଦାତା ଯେବେ ହୀନିମାନ ଏଠି

କାହାକୁ ମିଳିବ ମାନ,

ଏରା ଗେରା ମାନେ ଛାତିକୁ ଫୁଲେଇ

ସାଉଣ୍ଟନ୍ତି ସନମାନ ।୯।

ମୁଲିଆ ହେଲେ କି ମଣିଷ ନୁହେଁ ସେ

ନାହିଁ କି ତା' ଅଧିକାର,

ସମାଜ ମଧ୍ୟରେ ସମ୍ମାନ ସହିତେ

ମୁଣ୍ଡଟେକି ବଞ୍ଚିବାର ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy