ମାଁ ମୋର
ମାଁ ମୋର
ମୋ ଆଖିରେ ଲୁହ ଦେଖି
ତା ଛଳଛଳ ନୟନ ଦୁଇଟି
ଲୁଚେଇ ଦେଉଛି।
ଚିନ୍ତା ରେ ଘାରି ହେଲେବି
ନୀରବ ରହୁଛି।
ମନେ ମନେ ଖୋଜିହେଲେବି ,
ମୋତେ ଡାକିବାକୁ ତା ପାଟି
ଖନି ମାରି ଯାଉଛି।
ସତରେ କି ମୁଁ ଏତେ
ପର ହୋଇଯାଇଛି ??
ଆସିଲେ ଘରକୁ ମୋ ରହିବାକୁ
କୁଣ୍ଠାବୋଧ କରୁଛି।
ତାହାରି ଶରୀରର ଅଂଶ ମୁଁ
କେମିତି ହେଲି ଏବେ ଭିନ୍ନ...?
ଏ ଯୁଗ ର ଅନ୍ତ ଯାଏ ହୋଇରହିଥିବି....
ମୁଁ ,ମୋ ମାଁ ର ଅଙ୍ଗ, ମାଁ ର ଚିହ୍ନ।