STORYMIRROR

Sujata Pati

Inspirational

4  

Sujata Pati

Inspirational

ରିଏଲ୍ ହିରୋ

ରିଏଲ୍ ହିରୋ

1 min
230


ଭାରତ ମାତାର ସୁଯୋଗ୍ଯ ସନ୍ତାନ

   ଶହୀଦ ବୀର ଭଗତ

ତୁମ ଦେଶଭକ୍ତି ବୀରତ୍ବ ର ପାଶେ

  କରୁ ଆମେ ମଥାନତ।


ଦେଶ ମାତୃକାର ସ୍ବାଧୀନତା ପାଇଁ

  ଦେଲ ତୁମେ ପ୍ରାଣ ବଳି

ତୁମ ବଳିଦାନ ଦିବସ କୁ ଆମେ

  ଶହୀଦ ଦିବସ ପାଳି।


ପଞ୍ଜାବ ପ୍ରଦେଶେ ଜନ୍ମ ନେଇଥିଲ

  ଏକ ଶିଖ ପରିବାରେ

ମାତା ବିଦ୍ଯାବତୀ ପିତା କିଶନ ଙ୍କ

  ଦ୍ବିତୀୟ ପୁତ୍ର ଭାବରେ।


ଶୈଶବରେ ତୁମେ ଚପଳତା ଛାଡି

  କ୍ରାନ୍ତିବୀର ସାଜି ଥିଲ

ଇଂରେଜ ବିରୁଦ୍ଧେ ରଣନୀତି କରି

  ନିଦ ତାଂକ ହଜାଇଲ।


ଅହିଂସା ର ପଥେ ନ ଯାଇ ତୁମେ

  ଟେକା ମାଡ ପଥର ରେ

ସ୍ବାଧୀନତା କେବେ ମାଗିଲେ ମିଳେନା

 ଏହା ଥିଲା ତୁମ ମନରେ।


ଜାଲିଆନା ବାଗ ହତ୍ଯାକାଣ୍ଡ ଦେଖି

  ମ୍ରିୟମାଣ ହୋଇଗଲ

ଦେଶ ମାତୃକାର ଦ୍ବାହି ଦେଇ ତୁମେ

  କ୍ରାନ୍ତିବୀର ସାଜିଥିଲ।


ଉଣେଇଶ ଏକ ତିରିଶ ମସିହା

  ମାର୍ଚ୍ଚ ମାସର ତେଇଶି

ଲାହୋର ଜେଲ୍ ରେ ଦୁଇ ସାଥି ସହ

  ଦେଶ ପାଇଁ ନେଲ ଫାଶୀ।


ବର୍ଷ ପରେ ବର୍ଷ ବିତି ଚାଲିଥିବ

  ଯେବେ ଆସିବ ଏ ଦିନ

କେବେ ଭୂଲିବାନି ଅବଦାନ ତାଂକ

  ଜୀବନ ର ବଳିଦାନ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational