Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

4.0  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା

ପଦଟିଏ ତୋ ନାଁରେ ପ୍ରିୟା

1 min
249


ଥରଟିଏ ଆସିବ କି , ପ୍ରିୟା

ଟିକେ ନିରୋଳାରେ ବସିବା ।

ମୁଁ ତୁମ ଆଗରେ ଖୋଲିଦେବି

ମୋ ଜୀବନର ଗପ ଗଣ୍ଠିଲି

ତୁମେ ମୋ ଆଗରେ ଥୋଇଦେବ

ତୁମ ଜୀବନ ବାକ୍ସର ଚାବିକାଠି ।

ମୁଁ ତୁମକୁ ଚିହ୍ନିବି,

ତୁମେ ମୋତେ ଚିହ୍ନିବ ।

ମୁଁ ତୁମ ପାଇଁ ତୋଳି ଆଣିବି

ସରଗର ଫୁଲ ,

ତୁମେ ମୋ ପାଇଁ ରଚୁଥିବ

ସରାଗର ସ୍ଵର୍ଗ ।

ମୁଁ ତୁମ ପାଇଁ ଖୋଲିଦେବି

ହୃଦୟ ମନ୍ଦିର ,

ଆଉ ତୁମେ ତା ଭିତରେ

ସ୍ଥାନଟିଏ ବାଛିନେବ ଜନ୍ମ ଜନ୍ମାନ୍ତର ପାଇଁ ।

ତୁମେ ଆସିବ ତ ପ୍ରିୟା ?


Rate this content
Log in

Similar oriya poem from Romance