STORYMIRROR

Bidyadhar Mantry

Abstract Romance

4  

Bidyadhar Mantry

Abstract Romance

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
342

  

ସକାଳୁ ସକାଳୁ ଜୀବନ ଜାଗ୍ରତ

ଭାଙ୍ଗି ପୁରୁଣା ଅଳସ

ପାଖେ ଦେଖି ପ୍ରଫୁଲ୍ଲିତ ଜୀବଜନ୍ତୁ

ମୌସମ ର ହସ ହସ

ରାତ୍ରୀ ଶେଷ ହେବା ଜାଣି ଦେଖାଦେଲେ

ଶକ୍ତିଶାଳୀ ଦିବାକର

ଜୀବ ଜଗତର ଅଭିନନ୍ଦନରେ

ରଶ୍ମି ହେଲା ତେଜସ୍କର

ମୌସୁମୀ ଆଗମନର ପାଇ ସୂଚନା

ଜୀବନ ସୁରକ୍ଷା ଖୋଜେ

ଝିପିଝିପି ବୁନ୍ଦା ଝରିବା ଦିଶିଲା

ଲୁଚିଲା ଉତ୍ତାପ ନିଜେ

ସର୍ବସଂହା ଧରଣୀ ଦେଖେ ନୀରବେ

ହୃଦୟ ଶାନ୍ତ ଉଦାର

ସୃଷ୍ଠିକର୍ତ୍ତାଙ୍କ ପ୍ରଣୟନ ନିୟମ

ପୁଣି ପ୍ରତ୍ୟେକ ଖେଳର ।


ଯେତେବେଳେ ଆସଇ ପ୍ରଭାତ

ଅଳସ ଭାଙ୍ଗେ ଜୀବନ

ଫୁଲର ବିସ୍ତାରିଥିବା ସୁଗନ୍ଧରେ

ମହକି ଉଠଇ ପ୍ରାଣ

ବଗିଚାର ସବୁଜିମା ମନଲୋଭା

ମୁରୁକି ହସେ କଳିକା

ମତୁଆଲା ଭ୍ରମର ହୋଇ ବିଭୋର 

ହସୁଅଛି ଏକା ଏକା

ବଗିଚାର ମାଳି ମୁଖେ ହସ ଦେଖି

କଣ୍ଟା ବି ନାଚେ ଶାଖାରେ

ପାନ-ପାତ୍ର ସତେ ଅବା ନିଶାସକ୍ତ          

ଉଦ୍ଭିଦଙ୍କ ଲାଳତାରେ 

ବାୟୁ ଓ ଜଳର ଗତିବିଧି ଦେଖି

ଶିତଳତା ଥାପେ ପାଦ

ତନ ମନ ଖୋଜେ ଉସ୍ମ ଆଲିଙ୍ଗନ

ମନରେ ନାହିଁ ପ୍ରମାଦ ।


ସକାଳ ଆସିବା ପରେ ପରେ ଭଗ୍ନ

ଆଳସ୍ୟତା ଜୀବନର

କୁକୁଡ଼ା କର୍କଶ ସ୍ୱରରେ କହୁଛି

ଉଠି ହୁଅ ଅଗ୍ରସର

କିଚିରି ମିଚିରି ପକ୍ଷୀଙ୍କ ମେଳରେ

ଆରମ୍ଭ ହେଲା ସଙ୍ଗୀତ

ମିଠା ମିଠା ସ୍ଵରରେ କୋଇଲି କହେ

ମଧୁର ବଚନ ହିତ

ବର୍ଷାରେ ଡେଇଁ ଡେଇଁ ଯିବା ଭାବରେ

ବେଙ୍ଗ ନାଚୁଛି ଖୁସିରେ 

ମନ୍ଥନ ଦଣ୍ଡରେ ନାଚୁଛି ଲହୁଣୀ

ସେହି ସ୍ୱର ପବନରେ

ପାଗ ସତେ ଅବା ଅତି ସୁଖକର

ପଶୁ ପକ୍ଷୀ କଲେ ନାଚ

ସକଳ ଜୀବ ଜଗତ ଆନନ୍ଦିତ

ମନେ ଭୁଲି ଉଚ୍ଚ ନୀଚ

ଧରଣୀ ବକ୍ଷରେ ଖୁସିର ଲହରୀ

ସତେ ଅବା ଖୁସି ମେଳା

ଜୀବନ ଅଳସ ଭାଙ୍ଗି ଉଠିଲା

ଯେବେ ସକାଳ ଆସିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract