ଦୁଆର ଖୋଲିକି
ଦୁଆର ଖୋଲିକି
ଦୁଆର ଖୋଲିକି ଦେଖିଲି କବିତା
ବାହାରେ ହୋଇଛି ଠିଆ
ଶୁଭେଚ୍ଛା ର ବାର୍ତ୍ତା ଧରିକି ଆସିଛି
ଆଜି ସେ ଲାଗୁଛି ନୁଆ ।
ଚମକି ପଡିଲି ଅବେଳରେ ତାକୁ
ଦେଖିଦେଇ ମନେ ମନେ
ବିବାହ ବାର୍ଷିକ ଆଜିପରା ତୋର
କହି ଦେଇ ଗଲା କାନେ ।
ତରତର ହୋଇ ପୂଜାକାମ ସାରି
ମୁଣ୍ଡିଆଟି ଦେଲି ମାରି
ପତିଦେବ ମୋର କହିଲେ କଣ
ହୋଇଛି ଆଜି ତୁମରି ।
କହିଲି ଭୁଲିଲ ଆଜି ଦିନଟିକୁ
ଫେରିଯାଅ ଅତୀତକୁ
ମନେ ପକାଇକି କହିଦିଅ ମୋତେ
ପଚାର ନିଜ ମନକୁ ।
ମନେ ପଡିଗଲା ଅତୀତ ଟା ଆଜି
ଦେଇଛି ଅ
ନେକ ଖୁସି
ଦୁଃଖ ଯନ୍ତ୍ରଣା ବି କମ ନୁହେଁ ହେଲେ
ସଂସାର ଜାଲରେ ପଶି ।
ଗଲାଣିତ ବହି ଅନେକ ସମୟ
କେତେ ସାଙ୍ଗସାଥି ମେଳେ
ଆଗକୁ ରହିଛି ଆଉ କେତେ ବାକି
ସମୟର ଚକତଳେ ।
ଭାଗ୍ୟ ବିଧାତର ଖେଳ ତଳେ ଆମେ
ଗଢିଛୁ ଛୋଟିଆ ନୀଡ଼
ଗୁରୁ ଗୁରୁଜନେ ମଥା ନୁଆଇଛୁ
ନଦେଖାଇ ପଣ ବଡ଼ ।
ଏଇମିତି ପ୍ରଭୁ ଦିନ ସରି ଯାଉ
ଶଙ୍ଖା ସିନ୍ଦୁରକୁ ନେଇ
ଜୀବନର ଏହି ବର୍ଣ୍ଣବୋଧ ପରେ
କିଛି ଲେଖା ଲେଖି ଦେଇ ।
ଜୟ ଜଗନ୍ନାଥ ଜଗତରନାଥ
ଭକତି ପ୍ରଦୀପ ଦେଇ
ଶୁଖିଲା ନଈରେ ନାଆ ମୁଁ ପେଲୁଛି
ତୁମ ଭରସାରେ ରହି ।